www.samajalive.in
Monday, December 15, 2025
27.1 C
Bhubaneswar

ଭାରତୀୟଙ୍କ କ୍ରୀଡ଼ା ସଂପର୍କିତ ଜ୍ଞାନ କମ୍‌ : ରିଜିଜୁ

ନୂଆଦିଲ୍ଲୀ : ଭାରତୀୟଙ୍କ କ୍ରୀଡ଼ା ସଂପର୍କିତ ଜ୍ଞାନ ବହୁତ କମ୍‌ ବୋଲି ମତ ଦେଇଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ୍‌ ରିଜିଜୁ। ଏକ କ୍ରୀଡ଼ା ସଂପର୍କିତ କାର୍ଯ୍ୟକ୍ରମରେ ଯୋଗ ଦେଇ ରିଜିଜୁ କହିଥିଲେ କ୍ରୀଡ଼ାକୁ ନେଇ ଭାରତୀୟ ବିଶେଷ ସଚେତନ ନୁହନ୍ତି। କେବଳ ଜନସାଧାରଣ ନୁହନ୍ତି କେତେକ ସାଂସଦଙ୍କ ମଧ୍ୟ କ୍ରୀଡ଼ା ସଂପର୍କିତ ଜ୍ଞାନ କମ୍‌। ଏହାକୁ ଦୃଷ୍ଟିରେ ରଖି ଦେଶରେ କ୍ରୀଡ଼ା ସଂପର୍କିତ ଜ୍ଞାନ ବୃଦ୍ଧି ପାଇଁ ଏକ ନୂଆ ପରିବେଶ ସୃଷ୍ଟି କରିବାର ସମୟ ଆସି ଯାଇଛି।
କିଛିଦିନ ତଳେ ସାମାଜିକ ଗଣମାଧ୍ୟମରେ ଜ୍ୟୋତି କୁମାରୀ, ଶ୍ରୀନିବାସ ଗୌଡ଼ ଓ ରାମେଶ୍ବର ଗୁଜର୍‌ ପ୍ରମୁଖ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଜ୍ୟୋତି କୁମାରୀ ସାଇକଲ୍‌ରେ ୧୨୦୦ କିମି ଯାତ୍ରା କରି ଗୁରୁଗାଓଁରୁ ନିଜ ବାପାଙ୍କୁ ନେଇ ବିହାର ଆସିଥିବା ବେଳେ ମଇଁଷି ଦୌଡ଼ରେ ଶ୍ରୀନିବାସ ଓ ରାମେଶ୍ବରମ୍‌ ୧୦୦ ମିଟର ଦୌଡ଼କୁ ୧୧ ସେକେଣ୍ଡ ମଧ୍ୟରେ ଶେଷ କରିଥିବାରୁ ସେମାନଙ୍କୁ ନେଇ ଚର୍ଚ୍ଚା ହୋଇଥିଲା। ଏପରିକି ଏମାନେ ଅଲିମ୍ପିକ୍‌ରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିପାରିବେ ବୋଲି କେତେକ ସାଂସଦ ତାଙ୍କୁ କହିଥିବା ରିଜିଜୁ କହିଥିଲେ। ଅଲିମ୍ପିକ୍‌ ସାଇକଲ ଚାଳନାରେ କେତେ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୁଏ, ଅଲିମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଜିତିବାକୁ ହେଲେ କେଉଁ ସ୍ତରର ପ୍ରଶିକ୍ଷଣ ଆବଶ୍ୟକ ସେ ସଂପର୍କରେ କିଛି ନ ଜାଣି ଜ୍ୟୋତି କୁମାରୀ ଅଲିମ୍ପିକରେ ସ୍ବର୍ଣ୍ଣ ପଦକ ଜିତିବେ ବୋଲି ଆଲୋଚନା ଶୁଣି ସେ ଚକିତ ହୋଇପଡ଼ିଥିବା ରିଜିଜୁ କହିଥିଲେ। ସେହିପରି ଅଲିମ୍ପିକସ ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିବାକୁ ହେଲେ କେଉଁ ସ୍ତରର ପ୍ରଶିକ୍ଷଣ ଓ ପ୍ରସ୍ତୁତି ଆବଶ୍ୟକ ତାହା ନ ଜାଣି କେତେକ ବ୍ୟକ୍ତି ମଇଁଷି ଦୌଡ଼ରେ ଶ୍ରୀନିବାସ ଓ ରାମେଶ୍ବରଙ୍କ ପ୍ରଦର୍ଶନକୁ ଦେଖି ସେମାନେ ଅଲିମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଜିତିବେ ବୋଲି କହିବା ଆଶ୍ଚର୍ଯ୍ୟଜନକ ବୋଲି ରିଜିଜୁ କହିଥିଲେ। ଜ୍ୟୋତି କୁମାରୀଙ୍କୁ ଟ୍ରାଏଲ୍‌ ପାଇଁ ସାଇ ତରଫରୁ ଡକରା ଯାଇଥିବା ବେଳେ ସେ ଆସିନଥିବା କ୍ଷୋଭର ବିଷୟ ବୋଲି ରିଜିଜୁ ମତ ଦେଇଛନ୍ତି। ଭାରତୀୟ ମାନେ କେବଳ କ୍ରିକେଟ୍‌କୁ କ୍ରୀଡ଼ା ବୋଲି ଧରି ନେଇଛନ୍ତି। ଅନ୍ୟ କ୍ରୀଡ଼ାର ଗୁରୁତ୍ବ ସେମାନେ ଠିକ୍‌ ଭାବେ ବୁଝି ପାରୁ ନାହାନ୍ତି ବୋଲି ରିଜିଜୁ କହିବା ସହ ଆଥଲେଟ୍‌ ସହ ଅନ୍ୟ କ୍ରୀଡ଼ାରେ ଭାରତକୁ ଶକ୍ତିଶାଳୀ ଦେଶ ଭାବେ ଗଢ଼ି ତୋଳିବାକୁ ହେଲେ ତୃଣମୂଳସ୍ତରରୁ ପ୍ରତିଭାବାନ୍ କ୍ରୀଡ଼ାବିତ୍‌ଙ୍କୁ ବଝାଯାଇ ସେମାନଙ୍କୁ ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ପ୍ରଦାନର ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି ରିଜିଜୁ ସ୍ପଷ୍ଟ କରି ଦେଇଛନ୍ତି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories