www.samajalive.in
Wednesday, December 10, 2025
26.1 C
Bhubaneswar

ମୁସଲମାନଙ୍କୁ ଚେତାଇଲେ ରିଜିଜୁ- କଂଗ୍ରେସର ଭୋଟ ବ୍ୟାଙ୍କ ହୁଅନାହିଁ

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସ ମୁସଲମାନଙ୍କୁ ନିଜର ଭୋଟ ବ୍ୟାଙ୍କ ଭଳି ବ୍ୟବହାର କରୁଛି। ତେଣୁ ମୁସଲମାନମାନେ ସତର୍କ ରୁହନ୍ତୁ ବୋଲି ଚେତାଇ ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। କଂଗ୍ରେସ ସର୍ବଦା ବିଭାଜନ ଏବଂ ଶାସନ ନୀତି ଉପରେ ଚାଲିଆସୁଛି। ତେଣୁ ହିନ୍ଦୁ ଏବଂ ମୁସଲମାନମାନେ କଂଗ୍ରେସର ଭୋଟ ବ୍ୟାଙ୍କ ହୁଅନ୍ତୁ ନାହିଁ ବୋଲି ରିଜିଜୁ ଏକ ଅନ୍ତର୍ଜାତୀୟ ସ୍ତରର ଖବର ସରବରାହ ସଂସ୍ଥାକୁ ମନ୍ତବ୍ୟ ଦେବା ଅବସରରେ କହିଛନ୍ତି। ବିଜେପି ସମ୍ବିଧାନକୁ ବଦଳାଇବା ଲାଗି ଷଡ଼ଯନ୍ତ୍ର କରୁଛି ବୋଲି କଂଗ୍ରେସ ମିଥ୍ୟା ଅଭିଯୋଗ ଆଣି ଜନସାଧାରଣଙ୍କୁ ପଥଭ୍ରଷ୍ଟ କରୁଛି ବୋଲି ରିଜିଜୁ ଅଭି​‌ଯୋଗ କରିଛନ୍ତି।

ରିଜିଜୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଦୃଢ଼ତାର ସହିତ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବିଧାନର ପ୍ରକୃତ ରକ୍ଷକ। ସମସ୍ତ ନାଗରିକଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ଲାଗି ସରକାର ପ୍ରତିଜ୍ଞାବଦ୍ଧ। ମୋଦୀଙ୍କ ନେତୃତ୍ଵରେ ଅନେକ କାର୍ଯ୍ୟ କରାଯାଇଛି, ଯାହାକୁ ଦେଖି କଂଗ୍ରେସ ଭୟଭୀତ ହୋଇପଡ଼ିଛି ବୋଲି ସେ କହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories