www.samajalive.in
Sunday, December 7, 2025
14.1 C
Bhubaneswar

ମନ୍ତ୍ରୀଙ୍କ ସହ ବୈଠକ ପରେ ବସ୍‌‌ ଧର୍ମଘଟ ଡାକରା ପ୍ରତ୍ୟାହୃତ

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମପୁରରେ ଆଜି ସନ୍ଧ୍ୟାରୁ ହେବାକୁ ଥିବା ବସ୍‌‌ ଧର୍ମଘଟ ଡାକରା ପ୍ରତ୍ୟାହୃତ ହୋଇଛି। ପରିବହନ ମନ୍ତ୍ରୀ ବିଭୁତିଭୂଷଣ ଜେନାଙ୍କ ବାସଭବନରେ ବସିଥିବା ବୈଠକ ପରେ ଧର୍ମଘଟରୁ ଓହରିଛି ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଘରୋଇ ବସ ମାଲିକ ସଂଘ। ବୈଠକରେ ଘରୋଇ ବସ ମାଲିକ ସଂଘର ସମସ୍ତ ଦାବିକୁ ସରକାର ମାନିଥିବା ବେଳେ ଏହା ଉପରେ ତର୍ଜମା କରାଯିବ। ଦଶହରା ପୂଜା ଥିବାରୁ ଏହି ଅବସରରେ ବସ ସେବା ଚାଲୁ ରଖିଥିବାକୁ ମନ୍ତ୍ରୀ କହିଥିଲେ। ଯାହାକୁ ଘରୋଇ ବସ ମାଲିକ ସଂଘ ମାନି ନେଇଛି। ଜିଲା ସଦର ମହକୁମାରୁ ବ୍ଲକକୁ ଲକ୍ଷ୍ମୀ ବସ୍‌‌ ଚଳାଚଳକୁ ନେଇ ବିରୋଧ କରିଛି ଘରୋଇ ବସ ମାଲିକ ସଂଘ। ଏହାକୁ ନେଇ ଆଜି ସନ୍ଧ୍ୟାରୁ ବସ ଧର୍ମଘଟ ଦିଆଯାଇଥିଲା।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories