ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ତଥା ସଂଖ୍ୟା ଲଘୁ ମନ୍ତ୍ରୀ କିରଣ ରିଜିଜୁ। ବିଧାନସଭାରେ ଆୟୋଜିତ ବିଧାୟକଙ୍କ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବାକୁ ଓଡ଼ିଶା ଆସିଛନ୍ତି। ବିମାନବନ୍ଦରରେ କଲକାତା ଘଟଣାରେ ଡାକ୍ତରଙ୍କ ବିକ୍ଷୋଭ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହା ପୁରା ପଶ୍ଚିମବଙ୍ଗର ଘଟଣା ନୁହେଁ। କେବଳ ମେଡିକାଲ କର୍ମଚାରୀଙ୍କ ପାଇଁ ଚିନ୍ତାର ବିଷୟ ନୁହେଁ, ଏହା ପୁରା ଦେଶର ବିଷୟ। ମେଡିକାଲ କ୍ଷେତ୍ରରେ ଡାକ୍ତର ଓ କର୍ମଚାରୀଙ୍କ ସୁରକ୍ଷା ନେଇ ସମସ୍ତେ ଚିନ୍ତିତ। ପଶ୍ଚିମବଙ୍ଗ ଘଟଣରେ ସମସ୍ତେ ମିଶି ଚିନ୍ତା କରିବା ଆବଶ୍ୟକ ବୋଲି ସଂସଦୀୟ ବ୍ୟାପର ମନ୍ତ୍ରୀ କହିଛନ୍ତି।



