ୱାଇପିଓ ଗ୍ଲୋବାଲ ପ୍ରତିନିଧି ଦଳକୁ ଭେଟିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ଡେସ୍କ: କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଗତକାଲି (ଜାନୁଆରୀ ୨୮) ୱାଇପିଓ ଗ୍ଲୋବାଲ ପ୍ରତିନିଧି ଦଳକୁ ସାକ୍ଷାତ କରିଛନ୍ତି। ଏହି ପ୍ରତିନିଧି ଦଳକୁ ହିରୋ ମୋଟର୍ସ କମ୍ପାନି ଆୟୋଜନ କରିଥିବା ବେଳେ ଏଥିରେ ଇସ୍ରାଏଲ, ଆମେରିକା, ବ୍ରିଟେନ୍, କୋଷ୍ଟାରିକା ଏବଂ ଭାରତର ସଦସ୍ୟମାନେ ସାମିଲ ଥିଲେ।

prayash

ଶ୍ରୀ ରିଜିଜୁ କହିଛନ୍ତି ଯେ ଏହି ଆଲୋଚନାରେ ଅଭିନବତା, ସହଯୋଗ ଏବଂ ପ୍ରଗତି ପାଇଁ ଅଂଶୀଦାର ଦୃଷ୍ଟିକୋଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସାମାଜିକ ଗଣମାଧ୍ୟମ ଏକ୍ସ’ରେ ସେ କହିଛନ୍ତି, ୱାଇପିଓ ଗ୍ଲୋବାଲ ପ୍ରତିନିଧି ଦଳକୁ ଭାରତ ଗସ୍ତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ପ୍ରତିନିଧି ମଣ୍ଡଳର ସଦସ୍ୟମାନେ ଭାରତର ନୂତନ ଭବ୍ୟ ସଂସଦ ଭବନ ଦେଖି ବହୁତ ପ୍ରଭାବିତ ହୋଇଛନ୍ତି।

kalyan agarbati

Comments are closed.