ଯେଉଁଠି ଗୋଟିଏ ଦିନ ପାଇଁ କିନ୍ନର ହୁଏନ୍ତି ନବବଧୂ
କିନ୍ନରମାନଙ୍କୁ ଏବେ ତୃତୀୟ ଲିଙ୍ଗର ମାନ୍ୟତା ମିଳିଛି । ହେଲେ କିନ୍ନର ଏବେ ବି ବିଭିନ୍ନ ସାମାଜିତ ବାଧା ବିଘ୍ନର ସମ୍ମୁଖୀନ ହେଉଛନ୍ତି । ଏମାନେ ବି ଅନ୍ୟ ସାଧାରଣଲୋକଙ୍କ ପରି ଜୀବନଯାପନ କରିପାରିବେ , ଏଥିପାଇଁ ଲୋକଙ୍କୁ ସଚେତନକରା ଯାଉିଛି। ହେଲେ କିନ୍ନରଙ୍କର ବିଭିନ୍ନ ପ୍ରକାରର ଅନନ୍ୟ ତଥା ସ୍ବତନ୍ତ୍ର ପରମ୍ପରା ରହିଛି । ଏମାନଙ୍କ ସହ ଜଡିତ ଏପରି କିଛି କଥା ଅଛି ଯାହା ଅନ୍ୟମାନଙ୍କୁ ଜଣାନଥାଏ ।
ତାମିଲନାଡୁର କୁବଗମ ଗାଁରେ ରହିଛି କନ୍ନରମାନଙ୍କ ତୀର୍ଥସ୍ଥଳ । ଚଳିତ ବର୍ଷ ମେ ୨ ତାରିଖରେ କୁବଗମରେ ଆୟୋଜତ ହୋଇଥିବା ଉତ୍ସବ ଶେଷ ହୋଇଛି । ପ୍ରତି ବର୍ଷ କୁବଗମ ଉତ୍ସବ ବଡ ଧୁମଧାମରେ ପାଳନ କରାଯାଏ । ଉତ୍ସବ ବେଳେ ଦେଶର କୋଣ ଅନୁକୋଣରୁ କିନ୍ନରମାନେ ଆସିଥାଅନ୍ତି । ୧୮ ଦିନ ଧରି ଏହି ଉତ୍ସବ ପାଳନ କରାଯାଏ । ଏଠାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ସହ କୁବଗମ ସୁନ୍ଦରୀ ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ଏହି ସମୟରେ କିନ୍ନରମାନେ ପ୍ରତ୍ୟହ ରାତ୍ରରେ ଅର୍ଜୁନ ପୁତ୍ର ଅରାବନଙ୍କୁ ପୂଜା କରିଥାଆନ୍ତି । ଏଠାରେ ଥିବା ଅରବନଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥାଆନ୍ତି ।
ଏହି ଦିନ ମହାଭାରତର ଏକ ଅଧ୍ୟାୟ ମଞ୍ଚସ୍ତ କରାଯାଇଥାଏ । ଯେଉଁଥିରେ ଶ୍ରୀକୃଷ୍ଣ ମୋହୀନ ରୂପ ଧାରଣ କରି ଅର୍ଜୁନ ପୁତ୍ର ଅରାବନଙ୍କୁ ବିବାହ କରିଥିଲେ । ସେହିପରି ଉତ୍ସବର ଶେଷ ଦିନରେ ସବୁ କିନ୍ନରମାନେ ଅରାବନଙ୍କୁ ଏକ ରାତି ପାଇଁ ବିବାହ କରନ୍ତି । ଏହି ବିନ୍ନରମାନେ ଅରାବନଙ୍କ ନାମରେ ମଙ୍ଗଳସୂତ୍ର ପିନ୍ଧିବା ସହ ନବବଧୂ ବେଶରେ ସଜେଇ ହୋଇଥାଆନ୍ତି । ପରଦିନ ଆରବନଙ୍କ ମୂର୍ତ୍ତିକୁ କୁବଗମ ଗାଁରେ ଭ୍ରମଣ କରିବା ପରେ ବିର୍ସଜନ କରାଯାଏ । ଏହା ସହ କିନ୍ନରମାନେ ବିଧବ ରୂପ ଧାରଣ କରିଥାଆନ୍ତି । ମଙ୍ଗଳସୂତ୍ରକୁ ଛିଣ୍ଡାଇ ଦିଆଯିବା ସହ ନଡିଆରେ ଚୁଡି ଭାଙ୍ଗି ଦିଆଯାଏ ।
ମିସ୍ ଇଣ୍ଡିଆ କନଟେଷ୍ଟ ଭଳି ମିସ୍ କୁବଗମ କନଟେଷ୍ଟ ଆୟୋଜିତ ହୋଇଥାଏ । ବିଜେତା କିନ୍ନରଙ୍କୁ ବହୁତ ସମ୍ମାନ ମିଳିଥାଏ । ଏହାକୁ ଦେଖିବା ପାଇଁ ଦୁର ଦୂରନ୍ତାରୁ ଦର୍ଶକ ଆସିଥାଆନ୍ତି । ପୁଲିସର କଡା ସୁରକ୍ଷା ବଳୟରେ ଏହି ଉତ୍ସବ ପାଳନ କରାଯାଇଥାଏ ।