ବେଙ୍ଗାଲୁରୁ : କର୍ଣ୍ଣାଟକର ଅଗୁମ୍ବେରେ ବନ୍ୟଜନ୍ତୁ ଅଧିକାରୀ ୧୨ ଫୁଟ ଲମ୍ବା ଏକ ଅହିରାଜ ଉଦ୍ଧାର କରିଛନ୍ତି । ଏଆରଆରଏସର କ୍ଷେତ୍ର ନିର୍ଦ୍ଦେଶକ ଅଜୟ ଗିରି ଇନଷ୍ଟାଗ୍ରାମରେ ଏହି ଅବିଶ୍ବସନୀୟ ଉଦ୍ଧାର ଭିଡିଓକୁ ପୋଷ୍ଟ କରିଛନ୍ତି ଯାହାକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ମଧ୍ୟ ଏକ୍ସରେ ସେୟାର କରିଛନ୍ତି ।
View this post on Instagram
ଗାଁର ସ୍ଥାନୀୟ ଲୋକେ ଅହିରାଜକୁ ରାସ୍ତା ପାର ହେଉଥିବା ଦେଖିଥିଲେ । ଏହାପରେ ବନବିଭାଗକୁ ଖବର ଦିଆଯାଇଥିଲା । ତୁରନ୍ତ ସାପକୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଗଲା । ସାପଟି ଏକ ବୁଦା ମଧ୍ୟରେ ଲୁଚି ରହିଥିଲା । ଅନେକ ସମୟ ପରିଶ୍ରମ ପରେ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ପରେ ଏହାକୁ ଜଙ୍ଗଲରେ ଛାଡି ଦିଆଯାଇଥିଲା । ଏହି ଭିଡିଓକୁ ପ୍ରାୟ ଲକ୍ଷେ ଲୋକ ଦେଖିସାରିଥିବାବେଳେ ୩୨ ହଜାରରୁ ଅଧିକ ଲୋକ ଭିଡିଓକୁ ଲାଇକ୍ କରିଛନ୍ତି ।
କ୍ରିକେଟ୍ ଖେଳି ଫେରୁଥିଲେ ନାବାଳକ ; ବାଘ ଆକ୍ରମଣରେ ଚାଲିଗଲା ଜୀବନ..



