www.samajalive.in
Saturday, December 6, 2025
23.1 C
Bhubaneswar

ଗୃହରେ କିଟ୍‌‌ ବିଶ୍ୱବିଦ୍ୟାଳୟ ତାତି, ବିଜେଡିକୁ ଟାର୍ଗେଟ

ଭୁବନେଶ୍ୱର: ଆଜି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଗୃହରେ କିଟ୍‌‌ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗ ଉଠାଇଛନ୍ତି। କିଟ୍‌‌ ବିଶ୍ୱବିଦ୍ୟାଳୟରେ ଯେଉଁ ଘଟଣା ଘଟିଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କିଟ୍‌‌ ବିଶ୍ୱବିଦ୍ୟାଳୟର ମାଲିକ କେଉଁ ଦଳର ଥିଲେ ଏବଂ କିଏ ତାଙ୍କୁ କୋଳରେ ବସାଇଥିଲେ। ପରୀ, ମମତା ଓ ମାହାଙ୍ଗା ଘଟଣାରେ ବିଜେଡି ବିଧାୟକ ସାମିଲ ଥିଲେ। ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ଆଜି ଆଇନ ଶୃଙ୍ଖଳା ପାଠ ପଢ଼ାଉଛନ୍ତି, ଯାହା ହାସ୍ୟାସ୍ପଦ ବୋଲି ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ପ୍ରକାଶ କରିଛନ୍ତି।

ଆଜି ବିଧାନସଭାରେ କିଟ୍ ବିଶ୍ଵବିଦ୍ୟାଳୟ ଘଟଣାକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ନାହିଁ ବୋଲି ବିଜେଡି ବିଧାୟକ ପ୍ରକାଶ କରିଥିଲେ।

- Advertisement -

ଗୃହରେ କିଟ୍‌‌ ପ୍ରସଙ୍ଗରେ ଉଦବେଗ ପ୍ରକାଶ କରି ବିଧାୟକ ବାବୁ ସିଂ କହିଛନ୍ତି ଯେ କିଟ୍‌‌ର ଏଭଳି ଆଚରଣ ପାଇଁ ଓଡ଼ିଶା ଭାରତ ବର୍ଷରେ ଲଜ୍ଜିତ। ବାହାର ଦେଶର ପିଲାଙ୍କୁ ଦୁର୍ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ। କିଟ୍‌‌ କର୍ତ୍ତୃପକ୍ଷଙ୍କ ପ୍ରରୋଚନାରେ ଏସବୁ କାର୍ଯ୍ୟ ହୋଇଥିବ। ତୁରନ୍ତ କିଟ୍‌‌ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯାଉ ବୋଲି ପ୍ରକାଶ କରିଛନ୍ତି।

ବିଧାନସଭା ଶୂନ୍ୟକାଳରେ ପ୍ରଶ୍ନ ଉଠାଇ କିଟ୍‌‌ ଘଟଣାରେ ନ୍ୟାୟିକ ତଦନ୍ତ କରାଯାଉ। ଯଦି ନ୍ୟାୟିକ ତଦନ୍ତ କରା ନ ଯିବ ତାହେଲେ ଗୃହରେ ଧାରଣା ଦେବି ବୋଲି ପ୍ରକାଶ କରିଛନ୍ତି। ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ କିଟ୍‌‌ ପାଇଁ ସାରା ଦେଶରେ ଓଡ଼ିଶା ନିନ୍ଦିତ ହେଲା। ନେପାଳ ସହ ସମ୍ପର୍କ ପୁରୁଣା, ଜଗନ୍ନାଥଙ୍କ କସ୍ତୁରୀ ସେଠାରୁ ଆସେ। ନେପାଳୀ ଛାତ୍ରଛାତ୍ରୀଙ୍କୁ ଯେଭଳି ବାଡେଇଲେ ତାହା ନିନ୍ଦନୀୟ। ଯେଉଁ ଭିଡିଓ ସବୁ ଭାଇରାଲ ହେଉଛି, ଦେଖିଲେ କାନ୍ଦ ଲାଗୁଛି ବୋଲି ତାରା ପ୍ରସାଦ ବାହିନୀପତି ପ୍ରକାଶ କରିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories