www.samajalive.in
Saturday, December 6, 2025
23.1 C
Bhubaneswar

ପୁଣିଥରେ ଓ୍ବାଘା ବର୍ଡର ପାର୍‌ କଲେ ଏହି ଅଭିନେତ୍ରୀ, ଭିଡିଓରେ କହିଲେ- ରୋମାଞ୍ଚକର..

ନୂଆଦିଲ୍ଲୀ: ପୁଣିଥରେ ଓ୍ବାଘା ବର୍ଡର ଅତିକ୍ରମ କଲେ ସିନେ ଅଭିନେତ୍ରୀ ତଥା ନିର୍ଦେଶିକା। ଏଥିସହ ସେଠାରେ ଭିଡିଓ କରି ପ୍ରଶଂସକଙ୍କୁ ନିଜ ଅଦ୍ଭୁତ ଅନୁଭୂତି ବିଷୟରେ ମଧ୍ୟ ଜଣାଇଲେ। ନିଜ ବଳିଷ୍ଠ ଅଭିନୟ ଓ ନିର୍ଦେଶନା ଦ୍ଵାରା ଦର୍ଶକଙ୍କ ହୃଦୟ ଜିତିଥିବା ନନ୍ଦିତା ଦାସ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଖାସ୍‌ ଅନୁଭୂତି ଶେୟାର କରିଛନ୍ତି। ସେ ଅନୁତାପ କରିଛନ୍ତି ଯେ, ସେ ଏହି ଅନୁଭୂତିର ରିଅଲ୍‌ ଟାଇମ୍‌ ଭିଡିଓ ଶେୟାର କରିପାରି ନାହାନ୍ତି। ବଲିଉଡ଼ ସମେତ ଅନେକ ଭାଷାର ସିନେମାରେ କାମ କରି ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ଓଡ଼ିଆ ଝିଅ ନନ୍ଦିତା ଦାସ ତାଙ୍କର କିଛି ସାଥୀଙ୍କ ସହ ନୋ ମ୍ୟାନ୍ସ ଲ୍ୟାଣ୍ଡରେ ପହଞ୍ଚିଛନ୍ତି ଏବଂ ୱାଘା ବର୍ଡର ମଧ୍ୟ ପାର କରିଛନ୍ତି। ନୋ ମ୍ୟାନ୍ସ ଲ୍ୟାଣ୍ଡ ଅର୍ଥାତ୍‌ ଭାରତ ଏବଂ ପାକିସ୍ତାନ ମଧ୍ୟରେ କିଛି ମିଟର ସ୍ଥାନ, ଯେଉଁଠାରେ କେହି ବାସ କରନ୍ତି ନାହିଁ। ଏହି ସ୍ଥାନରେ ପହଞ୍ଚିବା ମାତ୍ରେ ନନ୍ଦିତା ନିଜ ପ୍ରଶଂସକଙ୍କ ସହ ସେହି ଭାବନା ଏବଂ ଉତ୍ସାହକୁ ଶେୟାର ନ କରି ରହିପାରିଲେ ନାହିଁ।


ନନ୍ଦିତା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ତାଙ୍କ କ୍ୟାମେରାକୁ ଲଗାତର ଭାବେ ବୁଲାଇ ଦେଖାଉଛନ୍ତି ଯେ, ସେ ନୋ ମ୍ୟାନ୍ସ ଲ୍ୟାଣ୍ଡରେ ପହଞ୍ଚିଛନ୍ତି। ଏହା ଭାରତ ନୁହେଁ କି ପାକିସ୍ତାନ ନୁହେଁ। ଏହି ଭିଡିଓରେ ତାଙ୍କ ଆଖପାଖରେ ଆଉ କିଛି ଲୋକଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ନନ୍ଦିତା ଦାସ ଓ୍ବାଘା ବର୍ଡରରୁ ଏହି ଭିଡିଓ କରିଛନ୍ତି, ଯାହା ଅମୃତସର ନିକଟରେ ଅବସ୍ଥିତ। ନନ୍ଦିତା ଏହି ଭିଡିଓର କ୍ୟାପ୍ସନରେ ଲେଖିଛନ୍ତି ଯେ, ସେ ଏହି ଭିଡିଓକୁ ପ୍ରକୃତ ସମୟରେ ପୋଷ୍ଟ କରିପାରି ନାହାନ୍ତି। କାରଣ ସେ ଏହି ମୁହୂର୍ତ୍ତକୁ ଉପଭୋଗ କରିବାକୁ ଚାହୁଁଥିଲେ।

- Advertisement -

ନନ୍ଦିତା ଦାସ ଭିଡିଓ କ୍ୟାପସନରେ ଏହା ମଧ୍ୟ ଶେୟାର କରିଛନ୍ତି ଯେ, ସେ ପ୍ରଥମେ ୧୯୯୬ ମସିହାରେ ଏହି ବର୍ଡର ଅତିକ୍ରମ କରିଥିଲେ। ଏହା ତାଙ୍କ ପାଇଁ ସବୁବେଳେ ଏକ ରୋମାଞ୍ଚକର ଏବଂ ଭାବପ୍ରବଣ ଅନୁଭୂତି ରହିଛି। ନିଜ କାମକୁ ନେଇ ଅନେକ ଥର ସେ ଏହି ସ୍ଥାନକୁ ଆସିଛନ୍ତି। ଦୀର୍ଘ ୮ ବର୍ଷ ପରେ ସେ ପୁଣି ଥରେ ଏହି ବର୍ଡରକୁ ଆସିଛନ୍ତି ବୋଲି ନନ୍ଦିତା କ୍ୟାପ୍ସନରେ ଲେଖିଛନ୍ତି। ତାଙ୍କ ମୁତାବକ, ଏହା ପୂର୍ବରୁ ଯେତେବେଳେ ସେ ଏଠାକୁ ଆସିଥିଲେ, ସେବେଠାରୁ ବର୍ତ୍ତମାନ ଭିତରେ ଏହି ଜାଗା ବହୁତ ବଦଳିଯାଇଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories