www.samajalive.in
Monday, December 8, 2025
14.1 C
Bhubaneswar

କିଟ୍‌‌ ଛାତ୍ରୀ ମୃତ୍ୟୁ ମାମଲା: ୨ ସିକ୍ୟୁରିଟି ଗାର୍ଡ ବହିଷ୍କୃତ, ୨ ହଷ୍ଟେଲ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର: କିଟ୍‌‌ ଛାତ୍ରୀ ମୃତ୍ୟୁ ମାମଲାରେ କିଟ୍‌‌ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରିବା ସହ ସଫେଇ ଦେଇଛନ୍ତି। ଏହି ଘଟଣାରେ ତଦନ୍ତ କରାଯାଇ ୨ଜଣ ସିକ୍ୟୁରିଟି ଗାର୍ଡଙ୍କୁ ବହିଷ୍କାର ଏବଂ ୨ ହଷ୍ଟେଲ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।

କିଟ୍‌‌ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ଯେ ତଦନ୍ତ ପରେ ୨ ସିକ୍ୟୁରିଟ ଗାର୍ଡଙ୍କୁ ତୁରନ୍ତ ବହିଷ୍କାର କରାଯାଇଛି। ଏହାସହିତ ହଷ୍ଟେଲ ଦାୟିତ୍ୱରେ ଥିବା ୨ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। କିଟ୍‌‌ କ୍ୟାମ୍ପସରୁ ଯାଇଥିବା ଛାତ୍ରଛାତ୍ରୀଙ୍କୁ ତୁରନ୍ତ ହଷ୍ଟେଲ ଅଣାଯାଇଛି। ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏଥିପାଇଁ କିଟ୍‌‌ ଦୁଃଖିତ ବୋଲି କୁହାଯାଇଛି।

- Advertisement -

ତେବେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଫେରିଥିବା ନେପାଳୀ ଛାତ୍ରଛାତ୍ରୀଙ୍କୁ ଏକ ଅଣ୍ଡରଟେକିଂ ଲେଖି ହଷ୍ଟେଲରେ ରହିବାକୁ ଅନୁମତି ଦିଆଯାଇଛି । ବିଶ୍ୱବିଦ୍ୟାଳୟର ସମସ୍ତ ନିୟମ ମାନିବେ ଏବଂ ବିଶୃଙ୍ଖଳା ଆଚରଣ କରିବେ ନାହିଁ ବୋଲି ଛାତ୍ରଛାତ୍ରୀମାନେ ଅଣ୍ଡରଟେକିଂ ଲେଖିଥିବା ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories