www.samajalive.in
Monday, December 15, 2025
16.1 C
Bhubaneswar

ପାଠ ପଢିବାକୁ ଆସିଥିବା ବିଦେଶୀ ପିଲାଙ୍କୁ ମାଡ, ଭାଇରାଲ ହେଉଛି କିଟ୍ କ୍ୟାମ୍ପସରେ ହଙ୍ଗାମାର ଦୃଶ୍ୟ

ଭୁବନେଶ୍ବର : ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ କିଟର ସମସ୍ୟା ବଢିବାରେ ଲାଗିଛି । ଗତକାଲି ରାତିରେ କିଟ୍ କର୍ତ୍ତୃପକ୍ଷ ଓ ନେପାଳ ଛାତ୍ରଛାତ୍ରୀ ମୁହାଁମୁହିଁ ହୋଇଥିଲେ । କିଟ୍ କର୍ମଚାରୀଙ୍କ ଧମକ ଓ ସିକ୍ୟୁରିଟି ଗାର୍ଡଙ୍କ ମାଡ ପରେ ଉତ୍ତେଜନା ବଢିଥିଲା । ସ୍ଥିତିକୁ ସମ୍ଭାଳିନପାରି କର୍ତ୍ତୃପକ୍ଷ ସାଇନ୍ ଏ ଡାଏ ଘୋଷଣା କରି ଛାତ୍ରଛାତ୍ରୀଙ୍କୁ ବସରେ ବସାଇ ରେଳ ଷ୍ଟେସନରେ ଛାଡିଦେଇଥିଲେ । ପରେ ସ୍ଥିତି ଭିନ୍ନ ମୋଡ ନେବାରୁ ପୁଣି ସମସ୍ତଙ୍କୁ ଫେରିବା ପାଇଁ ଅପିଲ୍ କରିଥିଲା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ସାମାଜିକ ଗଣମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଣି ପାଇପରେ ମାଡ ମାରୁଥିବାର ଦୃଶ୍ୟ ଭାଇରାଲ ହେବାପରେ ଘଟଣାକୁ ନିନ୍ଦା କରାଯାଉଛି । ଅନ୍ୟପଟେ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେହିପରି ନୂଆଦିଲ୍ଲୀରେ ଅବସ୍ଥାପିତ ନେପାଳ ଦୂତାବାସ ବି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଛାତ୍ରୀ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛି । କହିରଖୁଛୁ ରବିବାର ଅପରାହ୍ନ ୪ରୁ ୫ଟା ମଧ୍ୟରେ କିଟ୍ କ୍ୟାମ୍ପସ-୬ କୁଇନ୍ସ ହଷ୍ଟେଲର ରୁମ୍ ନମ୍ବର-୧୮ରେ ବିଟେକ୍ ତୃତୀୟ ବର୍ଷର ଜଣେ ନେପାଳୀ ଛାତ୍ରୀଙ୍କର ମୃତଦେହ ମିଳିଥିଲା । ଏହି ଖବର ପ୍ରକାଶ ପାଇବା ପରେ କ୍ୟାମ୍ପସରେ କିଟ୍ ରେ ପଢ଼ୁଥିବା ନେପାଳର ଶତାଧିକ ଛାତ୍ରଛାତ୍ରୀ ହଷ୍ଟେଲରେ ପହଞ୍ଚିଥିଲେ । ଏହାପରେ ମୃତ୍ୟୁର କାରଣ ସମ୍ପର୍କରେ ପ୍ରଶ୍ନ କରିବା ସହ ମୃତଦେହ ଦେଖାଇବାକୁ ଦାବି କରିଥିଲେ । କିନ୍ତୁ ମୃତଦେହ ନ ଦେଖାଇବାରୁ ଅସନ୍ତୋଷ ଏବଂ ଉତ୍ତେଜନା ଦେଖାଦେଇଥିଲା ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories