www.samajalive.in
Saturday, December 13, 2025
21.1 C
Bhubaneswar

ବିଦେଶୀ ଛାତ୍ରଛାତ୍ରୀଙ୍କ ଦେଶକୁ ଅସମ୍ମାନ, କିଟ୍ କର୍ତ୍ତୃପକ୍ଷଙ୍କ ବ୍ୟବହାରକୁ ତୀବ୍ର ନିନ୍ଦା

ଭୁବନେଶ୍ବର : କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପରେ କିଟର ସମସ୍ୟା ବଢିବାରେ ଲାଗିଛି । କ୍ୟାମ୍ପସ ଭିତରର ଅନେକ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଗତକାଲି ରାତିରେ ସ୍ଥିତି ବିଗିଡିବା ପରେ ଘଟଣାସ୍ଥଳକୁ କିଟ୍ ମୁଖ୍ୟ ଅଚ୍ୟୁତ ସାମନ୍ତ ଆସି ତାଗିଦ କରିବା ପରେ ମଧ୍ୟ ସ୍ଥିତି ସୁଧୁରିନଥିଲା । ବିଦେଶୀ ଛାତ୍ରଛାତ୍ରୀଙ୍କୁ ନାଲି ଆଖି ଦେଖାଇ କିଛି ମହିଳା ଅଧିକାରୀ ତୁରନ୍ତ କ୍ୟାମ୍ପସ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ । କିଛି ଛାତ୍ରଛାତ୍ରୀଙ୍କୁ ମାଡ ମରାଯିବାର ମଧ୍ୟ ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଜଣେ ମହିଳା ଅଧିକାରୀ ନେପାଳର ଛାତ୍ରଛାତ୍ରୀଙ୍କୁ ‘ତୁମ ଦେଶର ବଜେଟ୍ ଯେତିକି ନୁହେଁ, ଆମେ ସେତିକି ମାଗଣା ଦେଉଛୁ’ ବୋଲି କହିଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏଭଳି ଘଟଣାକୁ ତୀବ୍ର ନିନ୍ଦା କରାଯାଉଛି ।

ଅନ୍ୟପଟେ ଛାତ୍ରୀ ମୃତ୍ୟୁକୁ ନେଇ କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତିକୁ ନେଇ ନେପାଳ ପ୍ରଧାନମନ୍ତ୍ରୀଙ୍କ ଉଦବେଗ ପରେ ପିଲାଙ୍କୁ ଜୋର୍ କରି ବିଦା କରିସାରିବା ପରେ ସେମାନଙ୍କୁ ଫେରିବାକୁ ଅପିଲ୍ କରିଛନ୍ତି କିଟ୍ କର୍ତ୍ତୃପକ୍ଷ । ଯେଉଁମାନେ ଯାଇଛନ୍ତି ବା ଯିବାକୁ ବସିଛନ୍ତି ଫେରିବାକୁ ନୋଟିସ୍ କରି କର୍ତ୍ତୃପକ୍ଷ ଅପିଲ୍ କରିବା ସହ କ୍ୟାମ୍ପସରେ ସ୍ଥିତି ସ୍ବାଭାବିକ ରହିବ ବୋଲି ନୋଟିସରେ ଦର୍ଶାଇଛନ୍ତି । ନେପାଳ ଛାତ୍ର କଟକ ଷ୍ଟେସନରେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ପୁରୀ-ପାଟନା ଏକ୍ସପ୍ରେସର ଜେନେରାଲ ବଗିରେ ଯାଇଥିବା ସୂଚନା ମିଳିଛି ।

- Advertisement -

ରିଜର୍ଭେସନ ଟିକେଟ ନଥିବାରୁ ଜେନେରାଲ ବଗିରେ ଟିକେଟ କାଟି ନେପାଳ ଯାଇଥିବା କୁହାଯାଉଛି । ସେପଟେ କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲାରେ ସଂପକ୍ତ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ । ତା ନିକଟରୁ ଏକ ମୋବାଇଲ୍ ଫୋନ୍ ଏବଂ ଲ୍ୟାପଟପକୁ ଜବତ କରି ପୋଲିସ ତଦନ୍ତ କରୁଛି । ପଚରାଉଚରା ବେଳେ ନିଜ ଅପରାଧକୁ ସ୍ବୀକାର କରିଛି ଅଭିଯୁକ୍ତ ଲକ୍ଷ୍ନୌର ଆଦଭିକ୍ ଶ୍ରୀବାସ୍ତବ ।

ସୂଚନା ଅନୁଯାୟୀ, ବିଟେକ୍ ତୃତୀୟ ବର୍ଷର ସଂପୃକ୍ତ ଛାତ୍ରୀ ଜଣକ ନିଜର ପୁରୁଷ ବନ୍ଧୁଙ୍କ ନାଁରେ ପୂର୍ବରୁ ଚାରି ଚାରି ଥର ବିଶ୍ବବିଦ୍ୟାଳୟରେ ଥିବା ଇଣ୍ଟରନ୍ୟାସନାଲ୍ ରିଲେସନ୍ ଅଫିସରେ ଅଭିଯୋଗ କରିଥିଲେ । ଅପରପକ୍ଷେ ଛାତ୍ରୀ ଜଣକ ପ୍ରେମ ବ୍ୟାପାରରୁ ଆତ୍ମହତ୍ୟା କରିଥିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଥିବାବେଳେ ପୋଲିସ ସଂପୃକ୍ତ ପୁରୁଷ ବନ୍ଧୁଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories