www.samajalive.in
Monday, December 8, 2025
27.1 C
Bhubaneswar

ବିଦେଶୀ ଛାତ୍ରଛାତ୍ରୀଙ୍କ ଦେଶକୁ ଅସମ୍ମାନ, କିଟ୍ କର୍ତ୍ତୃପକ୍ଷଙ୍କ ବ୍ୟବହାରକୁ ତୀବ୍ର ନିନ୍ଦା

ଭୁବନେଶ୍ବର : କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପରେ କିଟର ସମସ୍ୟା ବଢିବାରେ ଲାଗିଛି । କ୍ୟାମ୍ପସ ଭିତରର ଅନେକ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଗତକାଲି ରାତିରେ ସ୍ଥିତି ବିଗିଡିବା ପରେ ଘଟଣାସ୍ଥଳକୁ କିଟ୍ ମୁଖ୍ୟ ଅଚ୍ୟୁତ ସାମନ୍ତ ଆସି ତାଗିଦ କରିବା ପରେ ମଧ୍ୟ ସ୍ଥିତି ସୁଧୁରିନଥିଲା । ବିଦେଶୀ ଛାତ୍ରଛାତ୍ରୀଙ୍କୁ ନାଲି ଆଖି ଦେଖାଇ କିଛି ମହିଳା ଅଧିକାରୀ ତୁରନ୍ତ କ୍ୟାମ୍ପସ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ । କିଛି ଛାତ୍ରଛାତ୍ରୀଙ୍କୁ ମାଡ ମରାଯିବାର ମଧ୍ୟ ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଜଣେ ମହିଳା ଅଧିକାରୀ ନେପାଳର ଛାତ୍ରଛାତ୍ରୀଙ୍କୁ ‘ତୁମ ଦେଶର ବଜେଟ୍ ଯେତିକି ନୁହେଁ, ଆମେ ସେତିକି ମାଗଣା ଦେଉଛୁ’ ବୋଲି କହିଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏଭଳି ଘଟଣାକୁ ତୀବ୍ର ନିନ୍ଦା କରାଯାଉଛି ।

ଅନ୍ୟପଟେ ଛାତ୍ରୀ ମୃତ୍ୟୁକୁ ନେଇ କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତିକୁ ନେଇ ନେପାଳ ପ୍ରଧାନମନ୍ତ୍ରୀଙ୍କ ଉଦବେଗ ପରେ ପିଲାଙ୍କୁ ଜୋର୍ କରି ବିଦା କରିସାରିବା ପରେ ସେମାନଙ୍କୁ ଫେରିବାକୁ ଅପିଲ୍ କରିଛନ୍ତି କିଟ୍ କର୍ତ୍ତୃପକ୍ଷ । ଯେଉଁମାନେ ଯାଇଛନ୍ତି ବା ଯିବାକୁ ବସିଛନ୍ତି ଫେରିବାକୁ ନୋଟିସ୍ କରି କର୍ତ୍ତୃପକ୍ଷ ଅପିଲ୍ କରିବା ସହ କ୍ୟାମ୍ପସରେ ସ୍ଥିତି ସ୍ବାଭାବିକ ରହିବ ବୋଲି ନୋଟିସରେ ଦର୍ଶାଇଛନ୍ତି । ନେପାଳ ଛାତ୍ର କଟକ ଷ୍ଟେସନରେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ପୁରୀ-ପାଟନା ଏକ୍ସପ୍ରେସର ଜେନେରାଲ ବଗିରେ ଯାଇଥିବା ସୂଚନା ମିଳିଛି ।

- Advertisement -

ରିଜର୍ଭେସନ ଟିକେଟ ନଥିବାରୁ ଜେନେରାଲ ବଗିରେ ଟିକେଟ କାଟି ନେପାଳ ଯାଇଥିବା କୁହାଯାଉଛି । ସେପଟେ କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲାରେ ସଂପକ୍ତ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ । ତା ନିକଟରୁ ଏକ ମୋବାଇଲ୍ ଫୋନ୍ ଏବଂ ଲ୍ୟାପଟପକୁ ଜବତ କରି ପୋଲିସ ତଦନ୍ତ କରୁଛି । ପଚରାଉଚରା ବେଳେ ନିଜ ଅପରାଧକୁ ସ୍ବୀକାର କରିଛି ଅଭିଯୁକ୍ତ ଲକ୍ଷ୍ନୌର ଆଦଭିକ୍ ଶ୍ରୀବାସ୍ତବ ।

ସୂଚନା ଅନୁଯାୟୀ, ବିଟେକ୍ ତୃତୀୟ ବର୍ଷର ସଂପୃକ୍ତ ଛାତ୍ରୀ ଜଣକ ନିଜର ପୁରୁଷ ବନ୍ଧୁଙ୍କ ନାଁରେ ପୂର୍ବରୁ ଚାରି ଚାରି ଥର ବିଶ୍ବବିଦ୍ୟାଳୟରେ ଥିବା ଇଣ୍ଟରନ୍ୟାସନାଲ୍ ରିଲେସନ୍ ଅଫିସରେ ଅଭିଯୋଗ କରିଥିଲେ । ଅପରପକ୍ଷେ ଛାତ୍ରୀ ଜଣକ ପ୍ରେମ ବ୍ୟାପାରରୁ ଆତ୍ମହତ୍ୟା କରିଥିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଥିବାବେଳେ ପୋଲିସ ସଂପୃକ୍ତ ପୁରୁଷ ବନ୍ଧୁଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories