www.samajalive.in
Saturday, December 6, 2025
14.1 C
Bhubaneswar

ବାଲୁଗାଁ ବିଜୟ ସୁବୁଦ୍ଧିଙ୍କ ପୁତ୍ର ସୁଶୀଲ ସୁବୁଦ୍ଧିଙ୍କ ଅପହରଣ ଘଟଣାର ପର୍ଦ୍ଦାଫାଶ।

ଗମ୍ଭାରୀମୁଣ୍ଡା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ବିଜୟ ସୁବୁଦ୍ଧିଙ୍କ ପୁତ୍ର ସୁଶୀଲ ସୁବୁଦ୍ଧିଙ୍କ ଅପହରଣ ଘଟଣାର କେଇ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ପୋଲିସ। ଅପହରଣର ମୌଖିକ ଅଭିଯୋଗ ହେବା ମାତ୍ରେ ହିଁ ଏସପି ବିବେକାନନ୍ଦ ଶର୍ମାଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିଲା।

ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ, ଆଇଆଇସି ଜୟପ୍ରକାଶ ପରିଡ଼ା ଓ ଟିମ ଗାଡି ବିଭିନ୍ନ କୌଶଳକ୍ରମେ ଅପହରଣ କରି ନେଉଥିବା ଗାଡିକୁ ଚାନ୍ଦପୁର ଥାନା ଅନ୍ତର୍ଗତ କଟକ ସହର ଅଞ୍ଚଳରୁ ଗ୍ରାମବାସୀଙ୍କ ସହଯୋଗରେ କାବୁ କରିଥିଲେ ଏବଂ ୫ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ନକଦ ୬ ଲକ୍ଷ ୨୭ ହଜାର ଟଙ୍କା, ୪ ଗୋଟି ଖଣ୍ଡା, ୨ ଗୋଟି ଛୁରୀ ଆଦି ଜବତ ହୋଇଥିବା ଜଣାପଡିଛି।ଉକ୍ତ ୫ ଅଭିଯୁକ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୩, ବାଣପୁର ଅଞ୍ଚଳର ଜଣେ ଏବଂ ବାଳକାଟୀ ଅଞ୍ଚଳର ଜଣେ ଅଭିଯୁକ୍ତ ଥିବା ଜଣାପଡିଛି। ତେବେ ଅପହୃତ ହୋଇଥିବା ବ୍ୟବସାୟୀ ସୁଶୀଲଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ପୋଲିସ।

- Advertisement -

ପୋଲିସର ତ୍ୱରିତ ପଦକ୍ଷେପ ଲାଗି ସୁଶୀଲ ନିଶ୍ଚିତ ଅଘଟଣରୁ ରକ୍ଷା ପାଇଥିବାରୁ ସୁଶୀଲଙ୍କ ପରିବାରବର୍ଗ ଖୋର୍ଦ୍ଧା ଏସପି ଏବଂ ଟିମ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତେବେ ଉକ୍ତ ଘଟଣା ନେଇ ଆସନ୍ତାକାଲି ଖୋର୍ଦ୍ଧା ଏସପି ବିସ୍ତୃତ ବିବରଣୀ ପ୍ରେସ ମିଟ ଜରିଆରେ ଦେବେ ବୋଲି ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories