www.samajalive.in
Wednesday, November 12, 2025
27.1 C
Bhubaneswar

ନକ୍‌ଭିଙ୍କଠାରୁ ଟ୍ରଫି ନେଲାନି ଟିମ୍‌ ଇଣ୍ଡିଆ

ଏସିଆ କପ୍ ଫାଇନାଲ ପରେ ଷ୍ଟାଡିୟମ୍‌ରେ ନାଟକୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଚମ୍ପିଆନ୍ ଦଳ ଭାରତ ଟ୍ରଫି ଗ୍ରହଣ କରିବାକୁ ମନା କରିବା ପ୍ରଥମଥର ଏକ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଲା। ଅପରେସନ ସିନ୍ଦୂର ପରେ କ୍ରିକେଟ ମଇଦାନରେ ଭାରତ ଅପରେସନ ତିଳକ ଜରିଆରେ ପାକିସ୍ତାନକୁ ଧୂଳି ଚଟାଇଛି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)ର ଅଧ୍ୟକ୍ଷ ତଥା ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ମୋହ୍‌ସିନ ନକ୍‌ଭି ମଞ୍ଚ ଉପରେ ଉପସ୍ଥିତ ଥିବାରୁ ଭାରତୀୟ ଦଳ ଟ୍ରଫି ଗ୍ରହଣ କରିବାକୁ ମନା କରି ଦେଇଥିଲା।

ପୁରସ୍କାର ବିତରଣ ପାଇଁ ମଞ୍ଚ ପ୍ରସ୍ତୁତ ହୋଇ ରହିଥିଲା। ଅତିଥିମାନେ ମଞ୍ଚ ଉପରେ ଛିଡ଼ାହୋଇ ରହିଥିଲେ। ପାକିସ୍ତାନ ଦଳ ମଧ୍ୟ ଆସି ପଡ଼ିଆରେ ଜମା ହୋଇଥିଲେ। ହେଲେ ଭାରତୀୟ ଦଳ ମଞ୍ଚ ପାଖକୁ ନ ଆସି ପଡ଼ିଆରେ ବସି ରହିଥିଲେ। ପୁରସ୍କାର ବିତରଣ ଉତ୍ସବ ବିଳମ୍ବିତ ହୋଇଥିଲା। ପୂର୍ବରୁ ଘୋଷଣା ହୋଇଥିଲା ଯେ ଏସୀୟ କ୍ରିକେଟ୍‌ ପରିଷଦ (ଏସିସି)ର ଅଧ୍ୟକ୍ଷ ଭାବେ ନକ୍‌ଭି ଟ୍ରଫି ପ୍ରଦାନ କରିବେ। ତେବେ ନକ୍‌ଭିଙ୍କଠାରୁ ଟ୍ରଫି ଗ୍ରହଣ କରିବେ ନାହିଁ ବୋଲି ଭାରତୀୟ ଦଳ ମନା କରି ଦେଇଥିଲା। ଭାରତୀୟ ଦଳକୁ ବୁଝାଇବା ପାଇଁ ବହୁତ ପ୍ରୟାସ କରାଯାଇଥିଲା। ତଥାପି ସେମାନେ ଜିଦ୍‌ରେ ଅଟଳ ରହିଥିଲେ।

- Advertisement -

ନକ୍‌ଭିଙ୍କଠାରୁ ଭାରତ ଟ୍ରଫି ଗ୍ରହଣ କରିବ ନାହିଁ ବୋଲି ଶେଷ ପର୍ଯ୍ୟନ୍ତ ଜିଦ୍‌ରୁ ଓହରିନଥିଲା। ମ୍ୟାଚ୍‌ ସରିବାର ୧ ଘଣ୍ଟା ୧୫ ମିନିଟ ପରେ ପୁରସ୍କାର ବିତରଣ ଉତ୍ସବ ଆରମ୍ଭ ହୋଇଥିଲା। ମଞ୍ଚ ଉପରେ ମୋହ୍‌ସିନ ନକ୍‌ଭି ଉପସ୍ଥିତ ଥିଲେ। ହେଲେ ନକ୍‌ଭି କୌଣସି ପୁରସ୍କାର ପ୍ରଦାନ କରିନଥିଲେ। ପାକିସ୍ତାନ ଖେଳାଳିଙ୍କୁ ରନର୍ସଅପ୍ ପଦକ ପ୍ରଦାନ କରାଯାଇଥିଲା। ସେତିକି ବେଳେ ଭାରତୀୟ ପ୍ରଶଂସକ ପାକିସ୍ତାନୀ ଖେଳାଳିଙ୍କୁ ଚିଡ଼ାଇବା ପାଇଁ ‘ମୋଦୀ’, ‘ମୋଦୀ’ ସ୍ଲୋଗାନ ଦେଇଥିଲେ। ହେଲେ ନକ୍‌ଭି ମଞ୍ଚରେ ଥିବାରୁ ଭାରତୀୟ ଦଳ ପଦକ ଗ୍ରହଣ କରି ନଥିଲେ। ତେବେ ଭାରତୀୟ ଖେଳାଳି ପ୍ଲେୟର ଅଫ୍ ଦି ମ୍ୟାଚ୍‌ (ତିଳକ ବର୍ମା). ସବୁଠାରୁ ମୂଲ୍ୟବାନ ଖେଳାଳି (କୁଲଦୀପ ଯାଦବ) ଓ ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ (ଅଭିଷେକ ଶର୍ମା) ପୁରସ୍କାର ଗ୍ରହଣ କରିଥିଲେ। ନକ୍‌ଭିଙ୍କ ଉପସ୍ଥିତି ଯୋଗୁଁ ଭାରତୀୟ ଦଳ ଜିତିଥିବା ଏସିଆ କପ୍‌ ଟ୍ରଫି ଗ୍ରହଣ ନ କରିବାରୁ ପୁରସ୍କାର ବିତରଣ ଉତ୍ସବ ସେଇଠି ସମାପ୍ତ ହୋଇଥିଲା।

ସୂଚନାଯୋଗ୍ୟ ସିରିଜ୍‌ ଆରମ୍ଭରୁ ଭାରତୀୟ ଦଳ ଅପରେସନ ସିନ୍ଦୂର ଘଟଣାକୁ ନେଇ ପାକିସ୍ତାନ ଦଳ ସହ କରମର୍ଦନ କରି ନଥିଲା। ଏହାକୁ ନେଇ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପାକିସ୍ତାନ ଟିମ୍‌ ଆଇସିସିରେ ଏନେଇ ଆପତ୍ତି କରିଥିଲା। ଏପରି କି ମ୍ୟାଚ୍‌ ରେଫରୀକୁ ପରବର୍ତ୍ତୀ ମ୍ୟାଚ୍‌ ଗୁଡ଼ିକରୁ ବାଦ୍‌ ଦେବାକୁ ଦାବି କରିଥିଲା। ମାତ୍ର ଏହାକୁ ଆଇସିସି ଅଗ୍ରାହ୍ୟ କରିଥିଲା। ଫଳରେ ଚିର ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ଦଳ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା। ଯାହାକି ଭାରତ ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇ ଅପରେସନ ସିନ୍ଦୂର ପରେ ଖେଳ ପଡ଼ିଆରେ ଆଉଏକ ବିଜୟ ହାସଲ କରିଛି। ଏହାକୁ ନେଇ ଭାରତୀୟଙ୍କ ମଧ୍ୟରେ ଉତ୍ସାହ ଓ ଚର୍ଚ୍ଚା ବଢ଼ିଛି।

Hot this week

ଆତଙ୍କବାଦ ବିରୁଦ୍ଧରେ କାହିଁକି କହୁନାହାଁନ୍ତି ରାହୁଲ : ବିଜେପି

ସମାଜ ଲାଇଭ୍ ଡେସ୍କ : ଦିଲ୍ଳୀ ବିସ୍ଫୋରଣ ଘଟଣାରେ କଂଗ୍ରେସ ନେତା...

ତେଜସ୍ବୀଙ୍କୁ ଖୁସି କଲା ଏହି ଏକଜିଟ୍ ପୋଲ୍, ଆରଜେଡି ସବୁଠୁ ବଡ ଦଳ

ପାଟଣା: ବିହାରରେ ଅଧିକାଂଶ ଏକଜିଟ୍ ପୋଲ୍ ଏନଡିଏ ସରକାର ପୁଣି କ୍ଷମତାକୁ...

ୟୁପିଏସସି ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୨୭୩୬ କୃତକାର୍ଯ୍ୟ

ସମାଜଲାଇଭ ଡେସ୍କ: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ସିଭିଲ ସର୍ଭିତ ମୁଖ୍ୟ ପରୀକ୍ଷା-୨୦୨୫ର...

ଦିଲ୍ଲୀ ବିସ୍ଫୋରଣ: ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ହୋଇ ସ୍ଥାନୀୟ ଏଲଏନଜେପି...

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

Related Articles

Popular Categories