www.samajalive.in
Saturday, December 6, 2025
26.1 C
Bhubaneswar

ଅପହୃତ ଯୁବକ ଖୋର୍ଦ୍ଧାରୁ ଉଦ୍ଧାର ହେବା ପରେ ତଦନ୍ତ ଜୋରଦାର

ଗୁରୁଡିଝାଟିଆ: ମହାକାଳବସ୍ତ ଗାଁର ଯୁବକ ରାଜେନ୍ଦ୍ର ପୁହାଣ ଅପହରଣ ହେବାର ଏକ ଅଭିଯୋଗ ଆଠଗଡ ଥାନାରେ ହୋଇଥିଲା। ଖୁଣ୍ଟୁଣୀ ଓ ଆଠଗଡ ପୋଲିସ ମିଳିତ ଭାବରେ ଯୁବକକୁ ଖୋର୍ଦ୍ଧା ଅଞ୍ଚଳରୁ ଉଦ୍ଧାର କରିବା ପରେ ଆଠଗଡ ପୋଲିସ ଏହାର ତଦନ୍ତ ଚଳାଇଛି। ଯୁବକର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛନ୍ତି। ପୋଲିସ ଅପହରଣର ବିଭିନ୍ନ ଦିଗ ସଂପର୍କରେ ତଦନ୍ତ ଚଳାଇଛି । ଏପରିକି ଅହହୃତ ଯୁବକକୁ ପଚରାଉଚରା କରି ତାର ଫୋନକଲକୁ ଯାଞ୍ଚ କରିଛି। ଅପହରଣ କରିଥିବା ର ଅଭିଯୋଗ ହୋଇଥିବା ମହାକାଳବସ୍ତ ସରପଞ୍ଚଙ୍କ ପୁଅ ଆଲୋକ ବଳିୟାରସିଂ ଏଥିରେ ସଂପୃକ୍ତ କି ନୁହେଁ ପୋଲିସ ଗୁରୁତର ସହିତ ତଦନ୍ତ ଚଳାଇଛି । ଖୁବଶୀଘ୍ର ପୋଲିସ ତଦନ୍ତର ଅଗ୍ରଗତି କରି ସତ୍ୟାସତ୍ୟ ଉନ୍ମୋଚନ କରିପାରିବ।

ପ୍ରକାଶଯୋଗ୍ୟ ସରପଞ୍ଚ ସାବିତ୍ରୀ ରାଉତଙ୍କ ପୁଅ ଆଲୋକ ବଳିୟାରସିଂ ରାଜେନ୍ଦ୍ରକୁ ଅପହରଣ କରିନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲ। ଏଥିରେ ଉତ୍ୟକ୍ତ ହୋଇ ଗାଁର ଶତାଧିକ ଲୋକ ସରପଞ୍ଚଙ୍କ ଘର ଉପରେ ଆକ୍ରମଣ, ଗାଡି ଭଙ୍ଗାରୁଜା ଓ ନିଆଁ ଲଗାଇଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡିଗୁଡିକୁ ସଂପୂର୍ଣ୍ଣ ଜଳିଯିବା ପୂର୍ବରୁ ରକ୍ଷା କରିଦେଇଥିଲେ।

- Advertisement -

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories