ଭୁବନେଶ୍ୱର : ଆଜି ବିଶ୍ବ ନର୍ସିଂ ବା ସେବିକା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଡାକ୍ତର ଖାନାମାନଙ୍କରେ କାର୍ଯ୍ୟରତ ସେବିକାମାନଙ୍କ ସହ ଫୋନ ଯୋଗେ କଥା ହୋଇ ସେମାନଙ୍କୂ ଶୁଭେଚ୍ଛା ଜଣାଇଛନ୍ତି।
ନିଜର ବ୍ୟକ୍ତିଗତ ସୁଖ ଦୁଃଖକୁ ପଛରେ ପକାଇ ସେମାନେ ଯେପରି ରୋଗୀଙ୍କୁ ନିଷ୍ଠାର ସହ ସେବା ଯୋଗାଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଛନ୍ତି।



