www.samajalive.in
Saturday, December 6, 2025
19.1 C
Bhubaneswar

୧୦୦ ଟିକାକୁ ୫୦୦ ହିତାଧିକାରୀ, କରୋନାକୁ ବଳିଗଲାଣି ଟିକା ଦୁଃଖ

ପ୍ରତିଦିନ ନିୟମ ପରିବର୍ତ୍ତନ ଯୋଗୁ ଅତିଷ୍ଠ ହେଲେଣି ହିତାଧିକାରୀ

କରୋନା ମହାମାରୀର ଦ୍ଵିତୀୟ ସଂକ୍ରମଣକୁ ନେଇ ପ୍ରତିଦିନ କିଛି ନା କିଛି ପରିବର୍ତ୍ତନ ହେଉଥିବାରୁ ସାଧାରଣ ହିତାଧିକାରୀ ନାହିଁ ନ ଥିବା ଅସୁବିଧା ଭୋଗ କରୁଛି। ଆଜି କେନ୍ଦ୍ର ସରକାରଙ୍କୁ କରୋନା ସଂକ୍ରମଣ ପରିଚାଳନା କ୍ଷେତ୍ରରେ ପ୍ରତିନିଧିତ୍ବ କରୁଥିବା ବୈଜ୍ଞାନିକଙ୍କ ମତ ଅନୁଯାୟୀ, କୋଭିସୀଲଡ଼ ଟିକାର ଦ୍ଵିତୀୟ ଡୋଜ ନେବାରେ ଡେରି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ବୋଲି କହିବା ପରେ, ଏହି ଟିକାର ପ୍ରଥମ ଡୋଜ ପରେ ଦ୍ଵିତୀୟ ଡୋଜ ପାଇଁ ଅପେକ୍ଷା କରିଥିବା ଓ ଟିକା ଗ୍ରହଣ କେନ୍ଦ୍ରରୁ ବାରମ୍ବାର ଫେରୁଥିବା ହିତାଧିକାରୀ ସନ୍ଦେହରେ ପଡିଛନ୍ତି।

ପ୍ରଥମେ ଦୁଇଟି ଡୋଜ ମଧ୍ୟରେ ୪ ସପ୍ତାହ ଓ ଆଜିର ଘୋଷଣା ମୁତାବକ ୬ ସପ୍ତାହ ବ୍ୟବଧାନ ଲୋକମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ଏକ ସପ୍ତାହ ପୂର୍ବରୁ ‘କୋୱିନ୍‌’ ପୋର୍ଟାଲରେ ବୁକିଂ ହୋଇଥିବା ସମସ୍ତ ସ୍ଲଟ ବାତିଲ ହୋଇଯାଇଥିବା ବେଳେ ପୋର୍ଟାଲରେ ନ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକାକରଣ ହେଉଥିବା ଏବଂ ପୋର୍ଟାଲରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ସ୍ଲଟ ଫାଙ୍କା ନ ଥିବା ସମସ୍ୟାକୁ ଦ୍ବିଗୁଣିତ କରିଛି। ସରକାରୀ ସୂଚନା ମୁତାବକ, କରୋନା ପ୍ରତିଷେଧକ ଟିକାର ଦ୍ଵିତୀୟ ଡୋଜ ନେବାର ପ୍ରାୟ ୧ ମାସ ପରେ ରୋଗ ପ୍ରତିଷେଧକ ଶକ୍ତି ଦେହରେ ସୃଷ୍ଟି ହୋଇଥାଏ ତେଣୁ ଆଜିର ଘୋଷଣା ମୁତାବକ ପ୍ରଥମ ଡୋଜ କୋଭିସୀଲଡ଼ ଟିକା ନେଇଥିବା ବ୍ୟକ୍ତି ଯେଉଁମାନେ ଦ୍ଵିତୀୟ ଡୋଜ ନେଇନାହାନ୍ତି, ସେମାନେ କରୋନା ମହାମାରୀ ସଂକ୍ରମଣର ଶିକାର ହେବା ସମ୍ଭାବନା ବୃଦ୍ଧି ପାଇବ।

- Advertisement -

ଏହି ଘୋଷଣା ପରେ ଆଜି ‘କୋୱିନ୍‌’ ପୋର୍ଟାଲରେ ଦ୍ଵିତୀୟ ଡୋଜ ଟିକା ନେବାର ତାରିଖ ମଧ୍ୟ ପରିବର୍ତ୍ତନ ହୋଇଯାଇଛି। ଏହି ଟିକା ଆସିବା ପରେ ୪ ସପ୍ତାହ ଓ ଆଜି ୬ ସପ୍ତାହ ବ୍ୟବଧାନ ଘୋଷଣା ଲୋକଙ୍କୁ ସନ୍ଦେହରେ ପକାଇଛି। ଦ୍ଵିତୀୟ ଡୋଜ ଟିକା ନେବାକୁ ଅପେକ୍ଷା କରିଥିବା କିଛି ହିତାଧିକାରୀ କହିଛନ୍ତି ଯେ ଯଦି ୬ ସପ୍ତାହ ବ୍ୟବଧାନ ରହିପାରିବ, ତାହା ପ୍ରଥମରୁ କାହିଁକି ଘୋଷଣା କରାଗଲା ନାହିଁ ଓ ଏହି ନିୟମ ଅନୁଯାୟୀ ସମସ୍ତଙ୍କୁ କେବଳ ପ୍ରଥମ ଡୋଜ ଟୀକାକରଣ କାହିଁକି କରାଗଲା ନାହିଁ।

ଅନ୍ୟପକ୍ଷରେ କିଛିଦିନ ପୂର୍ବରୁ କୋଭାକସିନ ଟିକା ଅଧିକ ଫଳପ୍ରଦ ବୋଲି ସୂଚନା ଆସିବା ପରେ ତାହା ମଧ୍ୟ ଲୋକମାନଙ୍କ ମଧ୍ୟରେ ସନ୍ଦେହାତ୍ମକ ପରିସ୍ତିତି ସୃଷ୍ଟି କରିଛି। ସରକାର ଟିକାକରଣକୁ ଏତେଟା ପ୍ରାଧାନ୍ୟ ନ ଦେବା ଓ ଟିକା ଯୋଗାଣ କ୍ଷେତ୍ରରେ ଟାଳଟୁଳ ନୀତି ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବୁଦ୍ଧିଜୀବୀ ଓ ହିତାଧିକାରୀମାନେ ମତ ରଖିଛନ୍ତି। ଏବେ ଓଡ଼ିଶାରେ ଅଳ୍ପ କେତେକ ଅଂଚଳକୁ ବାଦ ଦେଲେ ଅନ୍ୟ ଅଂଚଳଗୁଡିକରେ ୧୮ରୁ ୪୪ ଓ ପ୍ରଥମ ଡୋଜ ଟିକା ପାଇଁ କୌଣସି ସ୍ଲଟ ନ ଥିବା ଜଣାପଡିଛି। ତେବେ ସବୁଠାରୁ ଚିନ୍ତାର ବିଷୟ ହେଉଛି, ଯେଉଁଠି କରୋନା ସଂକ୍ରମଣ ରୋକିବା ପାଇଁ ୬ ଫୁଟ ଦୂରତା ଜରୁରୀ, ସେଠାରେ ଅନେକ ଟିକା କେନ୍ଦ୍ରରେ ନାହିଁ ନ ଥିବା ଭିଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଏବେ ଭାରତ କୋଭିଡ ପ୍ରତିଷେଧକ ଟୀକାକରଣ କ୍ଷେତ୍ରରେ ୩ୟ ସ୍ଥାନରେ ଅଛି, ଆମେରିକା ପ୍ରଥମ ଓ ଚୀନ ଦ୍ଵିତୀୟ ସ୍ଥାନରେ ରହିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories