www.samajalive.in
Saturday, December 6, 2025
26.1 C
Bhubaneswar

ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ଦୁଇଟି କୋଭିଡ୍‌ କେୟାର୍‌ ସେଣ୍ଟର, ଚିକିତ୍ସିତ ହେବେ ଅଳ୍ପ ଲକ୍ଷଣ ଓ ଲକ୍ଷଣ ବିହୀନ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଖୋର୍ଦ୍ଧା ଜିଲାରେ ଦୁଇଟି କୋଭିଡ୍‌ କେୟାର୍‌ ସେଣ୍ଟର ପ୍ରତିଷ୍ଠା କରାଯିବ, ଯେଉଁଠି ଅଳ୍ପ ଲକ୍ଷଣ କିମ୍ବା ଲକ୍ଷଣ ବିହୀନ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରାଯିବ। ଏଥିନେଇ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।
କୋଭିଡ୍‌-୧୯ ମହାମାରୀ ବିରୁଦ୍ଧରେ ଓଡ଼ିଶା ତା’ର ସଂଗ୍ରାମକୁ ଆହୁରି ସଶକ୍ତ କରିଛି । ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ ଓ ସମ୍‌ ହସ୍‌ପିଟାଲ୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହା ଦ୍ୱାରା ଜାମୁଝରିିଠାରେ ୫୦୦ ଶଯ୍ୟାବିଶିଷ୍ଟ ଏବଂ ଖୁଦୁପୁର (ଜଟଣୀ)ଠାରେ ୩୦୦ ଶଯ୍ୟାବିଶିଷ୍ଟ ନୂଆ କୋଭିଡ୍‌ କେୟାର ସେଣ୍ଟର ସ୍ଥାପନ ହେବ। ଏହି ଦୁଇ କୋଭିଡ୍‌ କେୟାର୍‌ ସେଣ୍ଟରେ ଲକ୍ଷଣ ବିହୀନ ଏବଂ ସାମାନ୍ୟ ଲକ୍ଷଣଯୁକ୍ତ କୋଭିଡ୍‌ ରୋଗୀଙ୍କର ଚିକିତ୍ସା କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।
ବର୍ତ୍ତମାନ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହା ସହ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ତେବେ ଖୋର୍ଦ୍ଧା ଜିଲ୍ଲାରେ ଅଳ୍ପ ଲକ୍ଷଣ କିମ୍ବା ଲକ୍ଷଣ ବିହୀନ କରୋନା ପଜିଟିଭ୍‌ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସାମାନ୍ୟ ଲକ୍ଷଣ ଏବଂ ଆଦୌ ଲକ୍ଷଣ ନ ଥିବା କରୋନା ଆକ୍ରାନ୍ତଙ୍କୁ ଉତ୍ତମମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆଇଏମ୍‌ଏସ୍‌–ସମ୍‌ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏଥିନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ସୂଚନା ଦେଇଛନ୍ତି।


ଖୋର୍ଦ୍ଧା ଜିଲ୍ଲାର ଜାମୁଝରିରେ ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର କେନ୍ଦ୍ର ଏବଂ ଜଟଣୀରେ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର କେନ୍ଦ୍ର ପ୍ରତିଷ୍ଠା କରାଯିବ ଏବଂ ଲକ୍ଷଣ ବିହୀନ ବା ଅଳ୍ପ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କୁ ଏହି କୋଭିଡ୍‌ କେୟାର୍‌ ସେଣ୍ଟରେ ରଖି ଚିକିତ୍ସା କରାଯିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ ଯୋଗେ ପ୍ରକାଶ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories