www.samajalive.in
Saturday, December 6, 2025
19.1 C
Bhubaneswar

ସିବିଏସସିର ଦ୍ୱାଦଶ ପରୀକ୍ଷାରେ ଝାରସୁଗୁଡ଼ାର ଟପ୍ପର ମିଲି ଜୈନ

ଝାରସୁଗୁଡ଼ା : ଆଜି ପ୍ରକାଶିତ ସିବିଏସସିର ଦ୍ୱାଦଶ ପରୀକ୍ଷା ଫଳରେ ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀ ମିଲି ଜୈନ ୯୮.୬ ପ୍ରତିଶତ ନମ୍ବର ରଖି ଜିଲାରେ ଟପ୍ପର ହୋଇଛନ୍ତି । ସେହିପରି ସୋନାଲି ସିଂ ୯୬.୬ ପ୍ରତିଶତ ନମ୍ବର ବିଜ୍ଞାନରେ ଜିଲ୍ଲା ଟପ୍ପର ହୋଇଛନ୍ତି ।

ଜିଲ୍ଲାରେ ଥିବା ସମସ୍ତ ସିବିଏସସି ମାଧ୍ୟମ ବିଦ୍ୟାଳୟ ଗୁଡିକ ମଧ୍ୟରେ ଝାରସୁଗୁଡ଼ା ଡିଏଭି ସ୍କୁଲର ଛାତ୍ରଛାତ୍ରୀ ମାନେ ସର୍ବାଧିକ ନମ୍ବର ରଖି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ।  ସ୍କୁଲର ଛାତ୍ରୀ ମିଲି ଜୈନ ବାଣିଜ୍ୟରେ ୯୮.୬ପ୍ରତିଶତ ନମ୍ବର ହାସଲ କରି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ଶିବାନ୍ସି ପ୍ରଧାନ ୯୬.୬ ପ୍ରତିଶତ ନମ୍ବର ରଖି ଦ୍ଵିତୀୟ ଓ ରୋହିତ କୁମାର ସାହ ୯୬.୪ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି। ବିଜ୍ଞାନରେ ସୋନାଲି ସିଂ ୯୬.୬ ପ୍ରତିଶତ ଅଙ୍କ ରଖି ଜିଲ୍ଲାରେ ବିଜ୍ଞାନ ରେ ଟପ୍ପର ହୋଇଛନ୍ତି । ଅଙ୍କିତା ଦାସ ୯୬.୪ପ୍ରତିଶତ ରଖି ଦ୍ଵିତୀୟ ଓମାନସୀ ପଟେଲ ୯୬.୨ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି ।

- Advertisement -

ଅନ୍ୟ ବିଦ୍ୟାଳୟ ଗୁଡିକ ମଧ୍ୟରେ ଜବାହରଲାଲ ନେହେରୁ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କ ପାସ ହାର ଶତପ୍ରତିଶତ ରହିଛି । ଏହି ବିଦ୍ୟାଳୟର ଛାତ୍ର ଉଦିତ ପ୍ରଧାନ ସର୍ବାଧିକ ୯୪.୨ ପ୍ରତିଶତ ନମ୍ବର ରଖିଛନ୍ତି । ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିର ରେ ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ପାସ ହାର ଶତପ୍ରତିଶତ ରହିଛି । ଜିୟା ରାୟ ସର୍ବାଧିକ ୯୫.୬ପ୍ରତିଶତ ଅଙ୍କ ହାସଲ କରିଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟ ସମସ୍ତ ପରୀକ୍ଷାର୍ଥୀ ପାସ ହୋଇଛନ୍ତି । ବିଦ୍ୟାଳୟର ପ୍ରଜ୍ଞା ପାଣ୍ଡେ ସର୍ବାଧିକ ୯୫.୩୩ ପ୍ରତିଶତ ନମ୍ବର ରଖିଛନ୍ତି । ସେହିପରି ବନ୍ଧବହାଲ ଡିଏଭି ସ୍କୁଲ ର ପାସ ହାର ଶତପ୍ରତିଶତ ରହିଛି । ବିଜ୍ଞାନ ରେ ସୂଚୀ ଶର୍ମା ସର୍ବାଧିକ ୯୬.୪ ପ୍ରତିଶତ ଅଙ୍କ ହାସଲ କରିଛନ୍ତି । ବାଣିଜ୍ୟରେ ଅଖଣ୍ଡ ପ୍ରତାପ ସିଂ ୯୩. ୬ ପ୍ରତିଶତ ଅଙ୍କ ହାସଲ କରିଛନ୍ତି ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories