www.samajalive.in
Monday, December 8, 2025
14.1 C
Bhubaneswar

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା : ଭାରପ୍ରାପ୍ତ ଅଧିକାରୀଙ୍କ ପରିବର୍ତ୍ତନ ଦାବି

ଖୁଣ୍ଟା : ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା ଲାଗି ରହିଥିବା ସମ୍ପର୍କରେ ମଙ୍ଗଳବାର ସ୍ଥାନୀୟ ଜନ ସାଧାରଣ ଜିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଉଦେଶ୍ୟରେ ଏକ ଲିଖିତ ଅଭିଯୋଗ ଉଦଳାର କପ୍ତିପଦା ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଦାନ କରି ଭାରପ୍ରାପ୍ତ ଅଧିକାରୀଙ୍କ ପରିବର୍ତ୍ତନ ଦାବି କରିଥିଲେ। ପରିଚାଳନା ଗତ ଅବ୍ୟବସ୍ଥା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରର ବର୍ହିବିଭାଗ ଓ ଅର୍ନ୍ତବିଭାଗକୁ ଆସୁଥିବା ଶତାଧିକ ରୋଗୀମାନଙ୍କର ସ୍ୱାସ୍ଥ୍ୟ କେନ୍ଦ୍ର ଉପରୁ ଆସ୍ଥା ତୁଟିଲାଣି। ସେଥିପାଇଁ ଗତ ଫେବୃଆରୀ ମାସରେ ଯୋଗଦେଇଥିବା ସ୍ଥାନୀୟ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଦିଲିପ ଜେନାଙ୍କୁ ଜନସାଧାରଣ ଦାୟୀ କରିଥିବାବେଳେ ତାଙ୍କ ସ୍ଥାନରେ ଜଣେ ବରିଷ୍ଠ ଡାକ୍ତରଙ୍କୁ ଅବସ୍ଥାପିତ କରାଯାଇ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯିବାକୁ ଦାବି କରାଯାଇଥିଲା।

ସୂଚନା ଯୋଗ୍ୟ ଯେ, ଖୁଣ୍ଟା ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରରେ ମେଡିସିନ, ଶିଶୁ ସମେତ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ପଦ ଦୀର୍ଘ ଦିନରୁ ଖାଲି ପଡିଛି। ଏହି ଡାକ୍ତରଖାନା ଉପରେ ଉଭୟ ଗୋପବନ୍ଧୁ ନଗର ଓ ଖୁଣ୍ଟା ବ୍ଲକର ଜନସାଧାରଣ ନିର୍ଭର କରିଥାନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଗରିବ ରୋଗୀମାନଙ୍କୁ ବହୁ ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ରରୁ ମାଗଣା ଔଷଧ ପ୍ରଦାନ କରାଯାଉନାହିଁ। କରୋନା ଆଳରେ ଗୁରୁତର ରକ୍ତଚାପ ରୋଗୀମାନଙ୍କ ରକ୍ତ ଚାପ ମାପିବା ଦୂରେ ଥାଉ ସେମାନଙ୍କୁ ଛୁଇଁବାକୁ ମନା କରାଯାଉଛି ଇତ୍ୟାଦି ସମସ୍ତ ଘଟଣା ବାବଦରେ ପ୍ରଥମେ ଏସଡିଏମଓ ଶ୍ରୀ ମହାନ୍ତିଙ୍କ ସହିତ ଆଲୋଚନା ପରେ ତାଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଥିଲା। ଆଲୋଚନା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ୍ୟୁଟି ଚାର୍ଟ ଲେଖା ଯାଉନଥିବା ବାବଦରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଫଳରେ ରୋଗୀମାନେ କେଉଁ ଡାକ୍ତର କେଉଁ ଦାୟିତ୍ୱରେ ରହିଛନ୍ତି ତାହା ଜାଣି ନପାରି ହଟହଟାର ଶିକାର ହେଉଛନ୍ତି।

- Advertisement -

ସେହିପରି ଦୂରରୁ ଆସୁଥିବା ଟିବି ରୋଗୀମାନଙ୍କ କଫ ସଂଗ୍ରହ ପାଇଁ ଖୋଲା ସ୍ଥାନରେ ସେମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଥିବା ଅଭିଯୋଗ ପରେ ଶ୍ରୀ ମହାନ୍ତି ସେ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିବାବେଳେ ଅବଶ୍ୟକ ପଦକ୍ଷେପ ନେବେ ବୋଲି କହିଥିଲେ। ରୋଗୀ ଅସନ୍ତୁଷ୍ଟ ହେବା ବ୍ୟତୀତ ସ୍ୱାସ୍ଥ୍ୟ କେନ୍ଦ୍ରର ଆଭ୍ୟନ୍ତରୀଣ ଅବ୍ୟବସ୍ଥା ମଧ୍ୟ ଏବେ ଚରମ ସୀମାରେ ପହଞ୍ଚିଛି ଫଳରେ ଗୋଟିଏ ମାସରେ ଗୋଟିଏ ଘଟଣାକୁ କେନ୍ଦ୍ରକରି ଦୁଇଥର ସିଡିଏମଓ ଯାଞ୍ଚ ଦଳ ପଠାଇଛନ୍ତି। ଜଣେ ଆୟୁଷ ଡାକ୍ତରଙ୍କ ଅଭିଯୋଗ କ୍ରମେ ସିଡିଏମଓଙ୍କ ନିର୍ଦେଶରେ ଗତ ଜୁଲାଇ ୮ତାରିଖରେ ଜିଲାରୁ ଡିପିଏମ ଓ ଡିଏଲଓ ଯାଞ୍ଚ କରି ଫେରିଯାଇଥିବାବେଳେ ସେ ସମ୍ପର୍କରେ ଶ୍ରୀ ମହାନ୍ତି କିଛି କହିନଥିଲେ। ତେବେ ସେହି ସମାନ ଘଟଣା ପାଇଁ ଆଜି ଏସଡିଏମଓ ଶିବାନନ୍ଦ ମହାନ୍ତି ଯାଞ୍ଚ କରିବାକୁ ଆସିଥିବା ଜଣା ପଡିବା ପରେ କେଉଁ ପରିସ୍ଥିତିରେ ଓ କାହା ଚାପରେ ଦ୍ୱିତୀୟ ଯାଞ୍ଚର ଆବଶ୍ୟକ ପଡିଲା ତାହା ସ୍ପଷ୍ଟ ହୋଇନାହିଁ। ତେବେ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଏହା ନୂଆ ଘଟଣା ନୂହେଁ। ପୂର୍ବରୁ ଜଣେ ସ୍ୱାସ୍ଥ୍ୟ ପରିଦର୍ଶକଙ୍କ ବିରୋଧରେ ଦୁଇ ଥର ଅଭିଯୋଗ ହେବା ଓ ଦୁଇ ଥର ଯାଞ୍ଚ କରାଯିବା ପରେ ଉକ୍ତ ରିପୋର୍ଟ ଶୀତଳ ଭଣ୍ଡାରରେ ପଡିରହିଛି। ଜଣେ ବରିଷ୍ଠ ଡାକ୍ତରଙ୍କୁ ସିଏଚସିର ଦାୟୀତ୍ୱ ଦେବା ସହିତ ଡାକ୍ତର ଦିଲିପ ଜେନାଙ୍କୁ ଠାରୁ ଭାରପ୍ରାପ୍ତ ଦାୟୀତ୍ୱ କାଢିନେବାକୁ ଜନସାଧାରଣ ଦାବି କରିଛନ୍ତି। ଅନ୍ୟଥା ଜନ ଅନ୍ତୋଷ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଶ୍ରୀ ମହାନ୍ତି ଅଭିଯୋଗ ସମ୍ପର୍କରେ ସିଡିଏମଓଙ୍କୁ ଅବଗତ କରିବେ ବୋଲି କହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories