କଟକ: କଟକ ଏସସିବିରୁ ଡିସଚାର୍ଜ ହେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଗତ ୧୧ ଦିନ ପରେ ତାଙ୍କୁ ଡିସ୍ଚାର୍ଜ କରାଯାଇଛି। ଗତ ମେ ୨୯ ତାରିଖରେ ଅସୁସ୍ଥ ହୋଇ ସେ ଏସସିବିର ମେଡିସିନ୍ ବିଭାଗରେ ଚିକିତ୍ସିତ ହେଉଥିଲେ। ଗତ ମେ ୨୫ ତାରିଖରେ ବୋଲଗଡ଼ ବ୍ଲକ କାଉଁରିପାଟଣା ୧୧୪ ନଂ. ବୁଥ୍ରେ ଇଭିଏମ୍ ଭାଙ୍ଗିବା ଅଭିଯୋଗରେ ପୁଲିସ୍ ପ୍ରଶାନ୍ତଙ୍କୁ ଗିରଫ କରି ଖୋର୍ଦ୍ଧା ଜେଲକୁ ପଠାଇଥିଲା। ଜେଲରେ ଥିବା ସମୟରେ ହଠାତ୍ ମେ ୨୮ ତାରିଖରେ ସେ ଅସୁସ୍ଥ ହୋଇପଡିଥିଲେ। ପରେ ମେ ୨୯ ତାରିଖରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରରେ ମଧୁମେହର ପରିମାଣ ଅଧିକ ଥିବା ଜଣାପଡିଥିଲା। ସେହିଦିନଠାରୁ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ଆଜି ସକାଳେ ତାଙ୍କୁ ଡିସଚାର୍ଜ କରାଯାଇଥିବା ସୂଚନା ମିଳିଛି।
Popular Categories



