www.samajalive.in
Friday, December 5, 2025
23.1 C
Bhubaneswar

ସରକାର ଗଠନରେ ‘N’ ନାମଧାରୀ ବ୍ୟକ୍ତିଙ୍କ ପ୍ରଭାବ, ଜାଣନ୍ତୁ ଅଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି ବ୍ୟକ୍ତିଙ୍କ ସ୍ୱଭାବ…

ସମାଜ ଡିଜିଟାଲ ଡେସ୍କ: ଚଳିତ ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ସରକାର ଗଠନ କରିବା ସ୍ଥିର ହୋଇଛି। ତେବେ ଏହି ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ‘N’ ନାମଧାରୀ ବ୍ୟକ୍ତି। ଅର୍ଥାତ୍‌‌ ନରେନ୍ଦ୍ର ମୋଦୀ, ନିତିଶ କୁମାର ଏବଂ ଏନ. ଚନ୍ଦ୍ରବାବୁ ନାଇଡୁ। ସାରା ଦେଶର ନଜର ଏବେ ଏହି ତିନୋଟି ‘N’ ନାମଧାରୀ ବ୍ୟକ୍ତିଙ୍କ ଉପରେ ରହିଛି। ଏଥର ବହୁମତ ହାସଲ କରିବାରେ ବିଫଳ ହୋଇଥିବା ବିଜେପି ୨ ପ୍ରମୁଖ ସହଯୋଗୀ ଦଳ ଯଥା ଜେଡିୟୁ ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏବଂ ଟିଡିପି ଅଧ୍ୟକ୍ଷ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ସହଯୋଗରେ ସରକାର ଗଠନ କରିବାକୁ ଯାଉଛି। କିନ୍ତୁ ଆଗାମୀ ଦିନରେ ମେଣ୍ଟ ସରକାର କେତେଦିନ ତିଷ୍ଠି ରହିବ ତାହା ଏହି ତିନି ‘N’ ନାମଧାରୀ ବ୍ୟକ୍ତିଙ୍କ ଉପରେ ନିର୍ଭର କରୁଛି। ତେଣୁ ଅଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ‘N’ ନାମଧାରୀ ବ୍ୟକ୍ତିଙ୍କ ସ୍ୱଭାବ କିପରି ହୋଇଥାଏ ଆସନ୍ତୁ ସେ ବିଷୟରେ ଜାଣିବା।

ଅଙ୍କ ଜ୍ୟୋତିଷ ଅନୁସାରେ ଯେଉଁମାନଙ୍କ ନାମ ‘N’ ରୁ ଆରମ୍ଭ ହୋଇଥାଏ ସେମାନଙ୍କ ମୂଳ ଅଙ୍କ ୫। ଇଂରାଜୀ ଆଲଫାବେଟ୍‌‌ରେ ‘N’ ର ସଂଖ୍ୟା ୧୪। ୧ ଓ ୪କୁ ମିଶାଇଲେ ୫ ମିଳିବ। ଏହି କାରଣରୁ ‘N’ ରୁ ଆରମ୍ଭ ହେଉଥିବା ବ୍ୟକ୍ତିଙ୍କ ମୂଳ ଅଙ୍କ ୫। ଅଙ୍କ ଜ୍ୟୋତିଷ ଅନୁସାରେ ବୁଧ ଗ୍ରହ ହେଉଛନ୍ତି ମୂଳ ଅଙ୍କ ୫ର ସ୍ୱାମୀ। ବୁଧଙ୍କୁ ଧନ ଏବଂ ବାଣୀର କାରକ ବୋଲି ବିବେଚନା କରାଯାଏ।

- Advertisement -

ମୂଳ ଅଙ୍କ ୫ ଥିବା ବ୍ୟକ୍ତିଙ୍କ ସ୍ୱଭାବ କିପରି ?

ଅଙ୍କ ଜ୍ୟୋତିଷ ଅନୁସାରେ ୫ ମୂଳାଙ୍କ ଥିବା ବ୍ୟକ୍ତିଙ୍କ ଉପରେ ବୁଧ ଗ୍ରହର ପ୍ରଭାବ ରହିଥାଏ। ଏହି କାରଣରୁ ସେମାନଙ୍କ ବାଣୀ ଅତ୍ୟନ୍ତ ଆଡମ୍ବର ପ୍ରିୟ ଏବଂ ପ୍ରଭାମୟ ହୋଇଥାଏ। ଏମାନେ ମିଠା ଶବ୍ଦ କହିବାରେ ମାହିର। ପରିସ୍ଥିତି ଅନୁସାରେ ନିଜର କଥା ବଦଳାଇବାରେ ବିଶ୍ୱାସ ରଖନ୍ତି। ସର୍ବଦା ନିଜର ଲାଭ ଦେଖି କଥା କହିବାକୁ ପସନ୍ଦ କରନ୍ତି। ଏହା ସହିତ ସେମାନେ ଧାର୍ମିକ ପ୍ରବୃତ୍ତିର ହୋଇଥାନ୍ତି। ତା’ ସାଙ୍ଗକୁ ଭଲ ବକ୍ତା ମଧ୍ୟ ହୋଇଥାନ୍ତି। ନିଜ କଥାରେ ଅନ୍ୟକୁ ପ୍ରଭାବିତ କରିବାର କଳା ଏମାନଙ୍କ ପାଖରେ ରହିଥାଏ।

ଅଧିକ କଥା କୁହନ୍ତି, ମନ ଉପରେ ରହେନାହିଁ ନିୟନ୍ତ୍ରଣ

ଉୂଳାଙ୍କ ୫ ଥିବା ବ୍ୟକ୍ତିଙ୍କର ଗୋଟିଏ ବିଶେଷତ୍ୱ ହେଉଛି ଏମାନେ ଅଧିକ କଥା କୁହନ୍ତି। ନିଜର ଅପ୍ରାସଙ୍ଗିକ କଥା ଯୋଗୁ ବେଳେବେଳେ ଲୋକମାନେ ଏମାନଙ୍କୁ ଅଣଦେଖା କରିଥାଆନ୍ତି। କାମ କମ ଏବଂ କଥା ବେଶୀ କହିବାର ଗୁଣ ଯୋଗୁ କିଛି ସମୟ ପାଇଁ ଏମାନେ ଅନ୍ୟମାନଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଥାନ୍ତି। କିନ୍ତୁ ଖୁବଶୀଘ୍ର ଲୋକମାନେ ଏହାକୁ ଧରି ନିଅନ୍ତି। ଏମାନେ ନିଜ ମନ ଉପରେ ନିୟନ୍ତ୍ରଣ ରଖିପାରନ୍ତି ନାହିଁ।

ହଁ ଏବଂ ନାଁରେ ସର୍ବଦା ଦ୍ୱନ୍ଦ୍ୱରେ ପଡ଼ନ୍ତି

ମୂଳାଙ୍କ ୫ ଥିବା ବ୍ୟକ୍ତି ଗୋଟିଏ ନିଷ୍ପତ୍ତି ଉପରେ କାଏମ ରହିପାରନ୍ତି ନାହିଁ। ଏମାନଙ୍କ ମନରେ ସର୍ବଦା ହଁ ଏବଂ ନାଁ କୁ ନେଇ ଦ୍ୱନ୍ଦ୍ୱ ରହିଥାଏ। ମନ ବାଟବଣା ହୋଇଥାଏ। ଯେଉଁ କଥାରେ ସେମାନେ ହଁ ଭରିଥାଆନ୍ତି, ସେଥିରୁ ଦୂରେଇବାକୁ ବି ପଛକୁ ହଟନ୍ତି ନାହିଁ। ଏହା ଫଳରେ ଏଭଳି ଲୋକମାନଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଥାଏ।

ଚାକିରି ତୁଳନାରେ ବ୍ୟବସାୟରେ ସଫଳତା ଅଧିକ ମିଳିଥାଏ

୫ ମୂଳାଙ୍କ ଥିବା ବ୍ୟକ୍ତି ଚାକିରି ତୁଳନାରେ ବ୍ୟବସାୟରେ ଅଧିକ ସଫଳ ହୋଇଥାନ୍ତି। ମ୍ୟାନେଜମେଣ୍ଟ, ଓକିଲାତି, ଜନସମ୍ପର୍କ, ଉଚ୍ଚ ଅଧିକାରୀ, ଡାକ୍ତର ଏବଂ ସାମ୍ବାଦିକତାରେ ବେଶ୍‌‌ ନାମ କମାଇଥାନ୍ତି। ଏହା ସହିତ ଅର୍ଥଶାସ୍ତ୍ର ଏବଂ ଟଙ୍କା ନେଣଦେଣ ମାମଲାରେ ଅଧିକ ଚତୁର ହୋଇଥାଆନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories