www.samajalive.in
Friday, December 5, 2025
27.1 C
Bhubaneswar

ମହାନଦୀ କୂଳରେ ହସୁଛି ଜଗନ୍ନାଥ ବନପ୍ରକଳ୍ପ: ନାଲିଫିତା ତଳେ ସବୁଜ ମହାନଦୀ ମିଶନ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଫରେଷ୍ଟ ରେଞ ଅର୍ନ୍ତଗତ ସରୁଣ୍ଡି ମହାନଦୀ ପଠାରେ ରହିଥିବା ଜଗନ୍ନାଥ ବନପ୍ରକଳ୍ପର ସବୁଜିମା ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି। ମହାନଦୀ କୂଳରେ ଏଭଳି ଏକ ବନ ପ୍ରକଳ୍ପର ସୃଷ୍ଟି ଯୋଗୁଁ ନଦୀତଟ ସୁରକ୍ଷା ହୋଇପାରିଛି। ବିଶେଷକରି ଖରାଦିନେ ନଦୀର ଶୁଷ୍କବାଲିରୁ ସୃଷ୍ଟି ହେଉଥିବା ଗରମ ପବନ (ଲୁ)କୁ ଅନେକ ମାତ୍ରାରେ ରୋକିବାକୁ ସହାୟକ ହୋଇପାରିଛି। ଅନ୍ୟପଟେ ନଦୀଶଯ୍ୟା ବାଲିରେ ପୋତି ହେବା ଫଳରେ ନଦୀତଟ ଅଂଚଳରେ ଭୂତଳ ଜଳସ୍ତରହ୍ରାସକୁ ରୋକିବା ଦିଗରେ ଏଭଳି ବନୀକରଣର ବର୍ତମାନ ସମୟରେ ଯଥେଷ୍ଟ ଆବଶ୍ୟକତା ରହିଛି। ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ଜଗନ୍ନାଥ ବନପ୍ରକଳ୍ପର ରକ୍ଷଣାବେକ୍ଷଣା ଯୋଗୁଁ ଏହି ପ୍ରକଳ୍ପରେ ପାଖାପାଖି ୧୬ହଜାର ଗଛ ସବୁଜ ମୁକୁଟ ପିନ୍ଧି ମୁଣ୍ଡ ଟେକିଥିବା କୁହାଯାଉଛି। ପ୍ରକାଶ ଯେ ଗତ ୨୦୧୭-୧୮ ମସିହାରେ ବନ ବିଭାଗ ପକ୍ଷରୁ ସୁରୁଣ୍ଡି ମହାନଦୀ ପଠାରେ ଥିବା ୧୦ ହେକ୍ଟର ଜମିରେ ଅଶନ, ଅର୍ଜ୍ଜୁନ, ଲିମ୍ବ, ମହାଲିମ୍ବ, ଫାଶୀ, ଗମ୍ଭାରୀ ଭଳି ୧୬ ହଜାର ଚାରା ରୋପଣ କରାଯାଇଥିଲା। ଏହାର ରକ୍ଷଣାବେକ୍ଷଣା ଦାୟିତ୍ୱ ଗ୍ରାମବାସୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ପ୍ରକଳ୍ପର ରକ୍ଷଣାବେକ୍ଷଣା ଯୋଗୁଁ ଜଗନ୍ନାଥ ବନପ୍ରକଳ୍ପ ସଫଳତାର ସହ ମୁଣ୍ଡଟେକିଛି। ସୂଚନା ଥାଉ କି ୨୦୧୮-୧୯ ମସିହାରେ ମହାନଦୀ ତଟ ସୁରକ୍ଷା ପାଇଁ ସବୁଜ ମହାନଦୀ ମିଶନ ଭଳି ଏକ ମହତ୍‌‌ ଯୋଜନା କାର୍ଯ୍ୟକାରୀ କରାଗଲା। ମହାନଦୀ ମିଶନ କାର୍ଯ୍ୟକ୍ରମ ଜରୀଆରେ ବେସରକାରୀ ଜମିରେ ୧୬.୨ହେକ୍ଟର, ମହାନଦୀ କୂଳିଆ ରାସ୍ତାରେ ୧୪କି.ମି ଜଙ୍ଗଲ ମଧ୍ୟରେ ଖାଲିଥିବା ସ୍ଥାନରେ ୬୫ ହେକ୍ଟର ଏବଂ ବ୍ଲକସ୍ତରୀୟ ୧୦ହେକ୍ଟର ଜାଗାରେ ଚାରାରୋପଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ମାତ୍ର ପରବର୍ତୀ ସମୟରେ ସବୁଜ ମହାନଦୀ ମିଶନ ସରକାରୀ ନାଲିଫିତା ତଳେ ଚାପି ହୋଇ ରହିଯାଇଥିବା ଜଣାପଡ଼ିଛି। ଫଳରେ ଏହି ଯୋଜନା ବନ୍ଦ ଯୋଗୁଁ ମହାନଦୀ ତଟରେ ବନୀକରଣରେ ବ୍ୟତିକ୍ରମ ଦେଖାଦେଲା। ଯଦି ଏହି ମିଶନ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇଥାନ୍ତା। ତାହେଲେ ବିଗତ ୫ବର୍ଷ ମଧ୍ୟରେ ମହାନଦୀ ତଟ ସବୁଜିମାରେ ପୁରିଉଠିଥାନ୍ତା। ଅନ୍ୟପଟେ ଖରାଦିନେ ମହାନଦୀର ବିସ୍ତୀର୍ଣ୍ଣ ଶୁଷ୍କ ବାଲିଶଯ୍ୟା ଏକପ୍ରକାର ମରୁଭୂମି ପାଲଟିଯିବା ଫଳରେ ଜିଲ୍ଲାରେ ନଦୀର ଶୁଷ୍କବାଲି ବିକିରଣରୁ ବାହାରୁଥିବା ଗରମ ପବନ(ଲୁ)ରୁ ଜିଲ୍ଲାବସୀ ରକ୍ଷା ପାଇ ପାରିଥାନ୍ତେ। ଏହା ସହିତ ଜିଲ୍ଲାର ତାପମାତ୍ରା ବୃଦ୍ଧ୍ରିରେ ବ୍ରେକ ପାଇଁ ଏହି ମିଶନ ଯଥେଷ୍ଟ ସହାୟକ ହୋଇପାରିଥାନ୍ତା। ଖାଲି ସେତିକି ନୁହେଁ ନଦୀକୂଳରେ ଭୂତଳ ଜଳ ହ୍ରାସକୁ ରୋକିବାରେ ମଧ୍ୟ ଏହି ମିଶନ ଯଥେଷ୍ଟ ପରିମାଣରେ ସହାୟକ ହୋଇଥାନ୍ତା। ଏବେ ବି ସମୟ ରହିଛି ବନ ବିଭାଗ ପକ୍ଷରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଚାରା ରୋପଣ ପଡ଼ିଆ ଜମିରେ କରାଯାଉଛି। ମାତ୍ର ନଦୀପଠାରେ ଖାଲି ପଡ଼ିଥିବା ପଡ଼ିଆ ଜମିରେ ବ୍ୟାପକ ବନୀକରଣ ଦିଗରେ ଦୃଷ୍ଟି ଦିଆଯିବା ଜରୁରୀ ରହିଛି।ଏହାଦ୍ୱାରା ନଦୀ ତଟ ସୁରକ୍ଷା ସାଙ୍ଗକୁ ସବୁଜ ପରିବେଶରେ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି ପାଆନ୍ତା। ଖାଲି ସେତିକି ନୁହେଁ ନଦୀତଟରେ ବନୀକରଣ ଫଳରେ ଜଳ ସଂରକ୍ଷଣ ବୃଦ୍ଧି ପାଇବା ସହିତ ବନ୍ୟଜନ୍ତୁଙ୍କ ପାଇଁ ଏହା ଏକ ଆଶ୍ରୟସ୍ଥଳୀ ମଧ୍ୟ ସୃଷ୍ଟି ହୁଅନ୍ତା। ବୌଦ୍ଧ ଜିଲ୍ଲାପାଳ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ମହାନଦୀ ତଟ ସୁରକ୍ଷା ପାଇଁ ବନୀକରଣ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଲେ ସୁରୁଣ୍ଡି ଭଳି ସବୁସ୍ଥାନରେ ବନପ୍ରକଳ୍ପ ଯୋଗୁଁ ବୌଦ୍ଧ ସବୁଜିମାରେ ପରିଣତ ହୋଇପାରନ୍ତା ବୋଲି ପରିବେଶବିତମାନଙ୍କ ପକ୍ଷରୁ ମତପ୍ରକାଶ ପାଉଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories