www.samajalive.in
Wednesday, December 10, 2025
23.1 C
Bhubaneswar

ଓଡ଼ିଆ ଅସିଚାଳକ ସତୀଶ : ଖେଳାଳିରୁ ବୈଷୟିକ ଅଧିକାରୀ

ଭୁବନେଶ୍ବର : ଓଡ଼ିଶାରେ ଚାଲିଥିବା ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଅସିଚାଳନା ରହିଛି। ଉକ୍ତ ପ୍ରତିଯୋଗିତାରେ ବୈଷୟିକ ଅଧିକାରୀ ଦାୟିତ୍ବକୁ ସଫଳତାର ସହିତ ତୁଲାଇବାରେ ସକ୍ଷମ ହୋଇଛନ୍ତି ଓଡ଼ିଆ ଯୁବକ ସତୀଶ ଗଡ଼ନାୟକ। ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିବା ସହ ପ୍ରତିଯୋଗିତା ପରିଚାଳନା କରିବାର ଦକ୍ଷତା ରଖିଥିବା ଓଡ଼ିଆ ଯୁବକ ସତୀଶ ଅଲିମ୍ପିକ୍‌ସ ଓ ରାଜ୍ୟଗୋଷ୍ଠୀ ଭଳି କ୍ରୀଡ଼ାରେ ସଫଳତା ନେଇ ଲକ୍ଷ୍ୟ ରଖିଛନ୍ତି।
ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରପ୍ରାପ୍ତ ଜାତୀୟ ଦୌଡ଼କୁଦ ପ୍ରଶିକ୍ଷକ ଅନୁଗୋଳ ବଅଁରପାଳ ଅଞ୍ଚଳର ସଞ୍ଜୟ ଓ ବିନୋଦିନୀ ଗଡ଼ନାୟକଙ୍କ ପୁତ୍ର ସତୀଶ ୨୦୦୩ରୁ ଅସି ଚାଳନାକୁ ଆପଣାଇଥିଲେ। ଏଥିମଧ୍ୟରେ ସତୀଶ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଏକାଧିକ ସଫଳତା ହାସଲ କରି ସାରିଲେଣି। ୨୦୧୦ରେ ଦକ୍ଷିଣ ଏସୀୟ ଅସିଚାଳନା ଚମ୍ପିଆନସିପ୍‌ରେ ଦଳଗତ ବିଭାଗରେ ସ୍ବର୍ଣ୍ଣ, ବ୍ୟକ୍ତିଗତ ବିଭାଗରେ ବ୍ରୋଞ୍ଜ୍‌, ୨୦୧୨ରେ ଫିଲିପାଇନ୍‌ସରେ ଆୟୋଜିତ ଦକ୍ଷିଣ ଏସୀୟ ଅସିଚାଳନାରେ ବ୍ୟକ୍ତିଗତ ସ୍ବର୍ଣ୍ଣ, ଫେଡେରେଶନ କପ୍‌ରେ ରୌପ୍ୟ, ୨୦୧୫ ଜାତୀୟ କ୍ରୀଡ଼ାରେ ସ୍ବର୍ଣ୍ଣ, ୨୦୧୬ରେ ଜାତୀୟ ସିିନିୟର ଅସିଚାଳନା ଚମ୍ପିଆନସିପ୍‌ରେ ବ୍ରୋଞ୍ଜ୍‌, ୨୦୧୫ ଓ ୨୦୧୭ରେ ଥାଇଲାଣ୍ଡ ଓପନରେ ବ୍ରୋଞ୍ଜ ପଦକ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ସହିଦ୍‌ ନଗର ଇନ୍‌ଡୋର ହଲରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ବୈଷୟିକ ଅଧିକାରୀ ଭ​‌ାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ନୌସେନାରେ ଜୁନିୟର ଅଫିସର ଭାବେ କାର୍ଯ୍ୟରତ ସତୀଶ କୁହନ୍ତି, ନିଯୁକ୍ତିରତ ଥିଲେ ମଧ୍ୟ ଖେଳ ଓ ମ୍ୟାଚ ପରିଚାଳନା ଜାରିରଖିଛି। ଆଗକୁ ୨୦୨୧ ସାଫ୍‌ କ୍ରୀଡ଼ା, ୨୦୨୨ ରାଜ୍ୟଗୋଷ୍ଠୀ, ୨୦୨୩ ଏସୀୟ ଚମ୍ପିଆନସିପ୍‌ ଓ ୨୦୨୪ ଅଲିମ୍ପିକ୍‌ସ ଖେଳିବା ନେଇ ଲକ୍ଷ୍ୟରଖିଛି। ଅସିଚାଳନା ଏକ ବ୍ୟୟବହୁଳ କ୍ରୀଡ଼ା। ଏଥିପାଇଁ ଓଡ଼ିଶାରୁ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହୋଇ ପାରୁନାହାନ୍ତି। ନିଜସ୍ବ ଉଦ୍ୟମରେ ଏତେ ବାଟ ଆସିଛି। ଉତ୍ତମ ପ୍ରଶିକ୍ଷଣ ପାଇଁ ବିଦେଶ ଗସ୍ତରେ ଯିବାର ଆଗ୍ରହ ରହିଛି। କିନ୍ତୁ ଆବଶ୍ୟକ ସରକାରୀ ସହାୟତା ଓ ପ୍ରୋତ୍ସାହନ ଅଭାବରୁ ସମ୍ଭବ ହୋଇ ପାରୁନାହିଁ। ଓଡ଼ିଶା ସରକାରଙ୍କ ପକ୍ଷରୁ ଆବଶ୍ୟକ ପ୍ରୋତ୍ସାହନ ମିଳିଲେ ନିଶ୍ଚିତ ଆଗକୁ ରାଜ୍ୟ ପାଇଁ ଅଧିକ ଅନ୍ତର୍ଜାତୀୟ ପଦକ ଜିତିପାରିବି ବୋଲି ସତୀଶ କହିଛନ୍ତି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories