www.samajalive.in
Monday, December 15, 2025
15.1 C
Bhubaneswar

ଖଣ୍ଡଗିରି କୁମ୍ଭମେଳା; ଯାତ୍ରାକୁ ନା, ମେଳାକୁ ହଁ

ଭୁବନେଶ୍ବର: ଖଣ୍ଡଗିରି ମେଳାକୁ ନେଇ ଚିତ୍ର ଏକ ପ୍ରକାର ସ୍ପଷ୍ଟ ହୋଇଥିବାବେଳେ ଯାତ୍ରାକୁ ନାସ୍ତିବାଣୀ ଶୁଣାଇଛି ବିଏମ୍‌ସି। କେବଳ ପାରମ୍ପରିକ ରୀତିନୀତି ଅନୁସାରେ କୁମ୍ଭମେଳା ହେବ। ସାଧୁସନ୍ଥ ଯଜ୍ଞ କରିପାରିବେ। ମେଳାରେ ବେଶି ଭିଡ଼ ହେବ ନାହିଁ। ନିରାଡ଼ମ୍ବରରେ ମେଳା ଆୟୋଜନ ହେବ। ଏହାସହ ମେଳାରେ ସର୍ବାଧିକ ୨ଶହ ଦୋକାନ ପଡ଼ିବାକୁ ବିଏମ୍‌ସି ଅନୁମତି ଦେଇପାରେ। ଏହାଠୁ ଅଧିକ ପାଇଁ ଆୟୋଜକ ଜିଦ୍ ଧରିଲେ ଅନୁମତି ମଳିବନି ବୋଲି ଜଣାପଡ଼ିଛି।

ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି, ମେଳା ରୀତିନୀତିକୁ ଅନୁମତି ଦେବା ନେଇ ବିଚାର ହୋଇଛି। ଏ ସମ୍ପର୍କରେ ଆସନ୍ତାକାଲି(ରବିବାର) ଏସ୍‌ଆରସିଙ୍କ ସହିତ ଆଲୋଚନା ହେବ। ଆୟୋଜକଙ୍କ ପ୍ରସ୍ତାବ ଏସ୍‌ଆର୍‌ସିଙ୍କୁ ଅବଗତ କରାଯିବ। ମେଳା ରୀତିନୀତି ପାଇଁ କୌଣସି ସମସ୍ୟା ନ ଥିବାରୁ ବିଏମ୍‌ସି ଅନୁମତି ଦେବ, କିନ୍ତୁ ଯାତ୍ରା ପାଇଁ ନୁହେଁ। ମେଳାରେ ଷ୍ଟଲ ପକାଇବା ନେଇ ଆୟୋଜକଙ୍କ ମଧ୍ୟରେ ଭିନ୍ନ ମତ ରହିଛି। କେତେକ ସପକ୍ଷରେ ଥିବାବେଳେ ଆଉ କିଛି ମନା କରୁଛନ୍ତି। ୪ ଶହ ଷ୍ଟଲ୍‌କୁ ଅନୁମତି ପାଇଁ ବିଏମ୍‌ସିକୁ ପ୍ରସ୍ତାବ ଆସିଛି, କିନ୍ତୁ ଏବେ ଖଣ୍ଡଗିରି ଛକରେ ଓଭର ବ୍ରିଜ୍‌ ନିଧାଣାଧୀନ ଥିବାରୁ ସ୍ଥାନର ଅଭାବ ରହିଛି। ଦୋକାନ ବଜାର ଅନ୍ୟ ସ୍ଥାନରେ ପକାଇବା ସପକ୍ଷରେ ବିଏମ୍‌ସି ନାହିଁ। ଖଣ୍ଡଗିରି ଛକରୁ ପାହାଡ଼ ପର୍ଯ୍ୟନ୍ତ ନିର୍ମାଣ କାମ ଜାରି ରହିଛି। ମେଳାରେ ଦୋକାନ ବଜାର ପଡ଼ିବାରେ ପାରିପାର୍ଶ୍ବିକ ସ୍ଥିତି ପ୍ରତିବନ୍ଧକ ହୋଇଛି। ଏ ସମ୍ପର୍କରେ ଏସ୍‌ଆର୍‌ସିଙ୍କୁ ଅବଗତ କରାଯିବ। ରବିବାର କିମ୍ବା ସୋମବାର ବିଏମ୍‌ସି ନିର୍ଦେଶନାମା ପ୍ରକାଶ କରିବ ବୋଲି ଶ୍ରୀ ଚୌଧରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ପୂର୍ବତନ ସ୍ଥାନୀୟ କର୍ପୋରେଟର ରଘୁନାଥ ମହାନ୍ତି କହିଛନ୍ତି, ତୋଷାଳି ମେଳା, ଜାତୀୟ ହସ୍ତତନ୍ତ ମେଳା ଏବଂ ଆଦିବାସୀ ମେଳାକୁ ଅନୁମତି ମିଳିଥିବାରୁ ଖଣ୍ଡଗିରି ମେଳାରେ ଦୋକାନ ବଜାରକୁ ବିଏମ୍‌ସି ଅନୁମତି ଦେଉ। ସେହିପରି କୋଭିଡ୍‌ କଟକଣା ସହିତ ଯାତ୍ରା ମହାସମର କରିବାକୁ ତିନି ଯାତ୍ରା କମିଟିଙ୍କ ପକ୍ଷରୁ ଦାବି କରାଯାଇଛି। ଯାତ୍ରା ନିମନ୍ତେ ସେମାନେ ହାଇକୋର୍ଟଙ୍କ ଅନୁମତି ପାଇଥିବା କହିବା ସହିତ ଦର୍ଶକଙ୍କ ସଂଖ୍ୟା ସୀମତି ରଖି ଯାତ୍ରା କରିବାକୁ ବିଏମ୍‌ସି ଅନୁମତି ଦେଉ ବୋଲି ପ୍ରସ୍ତାବ ରଖିଛନ୍ତି। ବିଏମ୍‌ସି ନିଷ୍ପତ୍ତି ଗ୍ରହଣଯୋଗ୍ୟ ନ ହେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଯାତ୍ରା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories