ଆବଶ୍ୟକ ସାମଗ୍ରୀ :
କ୍ଷୀର – ୧ ଲିଟର
ଚାଉଳ – ଏକ କପ
ଚିନି – ୧୦୦ଗ୍ରାମ
କିସ୍ମିସ୍ – ୮ରୁ ୧୦ଟି
ବାଦାମ – ୮ରୁ ୧୦ଟି
କାଜୁ – ୫ଟି
କେସର – ୧୨ରୁ ୧୫ଟି
ଗୁଜୁରାତି ଗୁଣ୍ଡ – ୧ ଚାମଚ
ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ ଚାଉଳକୁ ଧୋଇ ୩ କପ୍ ପାଣି ଦେଇ ବତୁରାଇ ଦିଅନ୍ତୁ। ତାପରେ ଏକ ଛୋଟ ପାତ୍ରରେ ୨ଚାମଚ କ୍ଷୀରରେ କେସର ବତୁରାଇ ଦିଅନ୍ତୁ। ଗ୍ୟାସରେ କ୍ଷୀର ବସାଇ ତାହାକୁ ଗାଢ ହେବା ପର୍ୟ୍ୟନ୍ତ ଫୁଟାନ୍ତୁ। କ୍ଷୀର ଗାଢ ହୋଇଯିବା ପରେ ସେଥିରେ ଭିଜାଇ ଥିବା ଚାଉଳ ପକାଇ ୧୫ମିନିଟ ଗ୍ୟାସରେ ବସାନ୍ତୁ। ତାପରେ କ୍ଷୀରରେ ଗୁଜୁରାତି ଗୁଣ୍ଡ, କ୍ଷୀରରେ ଭିଜାଇ ଥିବା କେସର ଓ ଚିନି ପକାଇ ଫୁଟାନ୍ତୁ। ସବୁ ମିଶ୍ରଣକୁ ୫ମିନିଟ ପର୍ୟ୍ୟନ୍ତ ଫୁଟାଇ ଗ୍ୟାସରୁ କାଢି ଦିଅନ୍ତୁ। ତାପରେ ଏକ ପ୍ୟାନରେ ଘିଅ ଗରମ କରନ୍ତୁ। ସେଥିରେ କିସମିସ, ବାଦାମ, କାଜୁ ପକାଇ ଭାଜନ୍ତୁ। ତାପରେ ଏହାକୁ ଖିରିରେ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ କେସର ଖିରି। ଏହାକୁ ଆପଣ କିଛି ସମୟ ଫ୍ରିଜରେ ରଖି ଥଣ୍ଡା କରି ଖାଆନ୍ତୁ ଓ ମଜା ନିଅନ୍ତୁ।



