www.samajalive.in
Saturday, December 6, 2025
26.1 C
Bhubaneswar

ଖାଦ୍ୟରେ ବିଷକ୍ରିୟା ଯୋଗୁଁ ୧୧ ଅସୁସ୍ଥ ; ଡାକ୍ତରଖାନାରେ ଭର୍ତ୍ତି 

କେଶଦୁର।ପାଳ : ଖାଦ୍ୟରେ ବିଷକ୍ରିୟା ଯୋଗୁଁ ୧୧ ଜଣ ଅସୁସ୍ଥ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ହାଟଡିହି ବ୍ଲକ ଅମୃତପୁର ଗାଁର ଗୋଟିଏ ପରିବାରର ୧୧ ଜଣ ଲୋକ ଗତକାଲି ମଧ୍ୟାହ୍ନରେ ଭାତ ସହ ଚିକେନ୍ ମାଂସ ତରକାରୀ ରାନ୍ଧି ଖାଇବା ପରେ ହଠାତ୍ ସେମାନଙ୍କର ଝାଡ଼ାବାନ୍ତି ହୋଇଥିଲା । ଏଥିସହିତ, ସେମାନଙ୍କ ମୁଣ୍ଡ ବୁଲାଇଥିଲା । ଏହାପରେ ସେମାନେ ଶାଳଣିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ହେଲେ ସେଠାରେ ଡାକ୍ତର ନଥିବାରୁ ସେଠାରୁ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ସେମାନ ହେଲେ ତାରାମଣୀ ଦାସ (୭୫) , ଆରତୀ ଦାସ (୨୪) , ସରସ୍ଵତୀ ଦାସ(୩୫), ଗାୟତ୍ରୀ ଦାସ(୩୦) ,ପ୍ରଶାନ୍ତ ଦାସ(୩୦),  ବିଶ୍ଵ ନାଥ ଦାସ (୨୧), ସାବିତ୍ରୀ ଦାସ ( ୧୪) ସତ୍ୟବାନ୍ ଦାସ (୧୧) , ଜୟନ୍ତ ଦାସ( ୯) , ଧରିତ୍ରୀ ଦାସ (୮ ) ପ୍ରମୁଖ ଅଛନ୍ତି ।ଚିକିତ୍ସା ପରେ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories