ଜମି କିଣାକୁ ନେଇ ୩୦ ଲକ୍ଷ ଠକେଇ ଅଭିଯୋଗ

ଗୋପାଳପୁର : ଜମି କିଣାକୁ ନେଇ ୩୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ବ୍ରହ୍ମପୁରର ଉମା କାନ୍ତ ମିଶ୍ର ଗତ ୨୦୨୧ ମସିହାରେ ପଲ୍ଲୀଗୁମୁଳା ମୌଜାର ଖାତା ନଂ ୨୬୪,ପ୍ଲଟ ନଂ ୩୯୭ ଜମି ପରିମାଣ ୦.୪୦୦ ଡେସିମିଲର ଜମି ବିକ୍ରୟ ପାଇଁ ସେହି ଗ୍ରାମର ଏନ ଲବ ରେଡ଼ି, ଅମୁଲା ରେଡି ଓ ଗୁନମା ରେଡ୍ଡୀଙ୍କୁ ୩୦ ଲକ୍ଷ ଟଙ୍କା ଅଗ୍ରୀମ ଦେଇ ଥିଲେ । ବକେୟା ଟଙ୍କା ରେଜିଷ୍ଟେସନ ପରେ ପ୍ରଦାନ କରିବେ ବୋଲି ଏକ ଚୁକ୍ତିନାମା ପତ୍ରରେ ସ୍ଵାକ୍ଷର ହୋଇଥିଲା । କରୋନା ମହାମାରୀ ଯୋଗୁଁ ରେଜିଷ୍ଟେସନ ହୋଇ ପାରିନଥିଲା । ପରବର୍ତ୍ତୀ ସମୟରେ ଉମାକାନ୍ତ ଜାଣିବାକୁ ପାଇଲେ ଯେ ,ଉକ୍ତ ଜମିଟି ବ୍ରିକି ହୋଇଯାଇଛି । ଏହା ଜାଣିପାରି ଗତ ୧୮ତାରିଖରେ ଜମି ପାଖକୁ ଯିବା ବେଳେ ଲବ ରେଡି ଏବଂ କିଛି ଲୋକ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଏ ନେଇ ସେ ଠକାମି ହୋଇଥିବା ଜାଣିପାରି ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ କେସ ନମ୍ବର ୩୬୧/୨୩ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Comments are closed.