www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମୁଖୀ କାମକୁ ଅଭିଭାବକ ଓ ଗ୍ରାମବାସୀଙ୍କ ବିରୋଧ

କେଶଦୁରାପାଳ : ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଜଳସୁଆଁ ଗ୍ରାମର ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ହେବ ଲାଗି ରହିଛି ବିବାଦ। ଏନେଇ ବିଦ୍ୟାଳୟର ମୁଖ୍ୟ ଫାଟକରେ ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ସାହୁଙ୍କୁ ଅଭିଭାବକ ଓ ଗ୍ରାମବାସୀ ମାନେ ବିଦ୍ୟାଳୟ ଭିତରକୁ ପ୍ରବେଶ କରାଇ ଦେଇନଥିଲେ।
ସୂଚନା ଅନୁଯାୟୀ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରତିଦିନ ବିଳମ୍ବରେ ଆସିବା ସହ ମନ ଇଚ୍ଛା ମୁତାବକ ବିଦ୍ୟାଳୟରୁ ଚାଲିଯିବା ଏବଂ ପ୍ରତି ମାସରେ ୧୦ ରୁ ୧୨ ଦିନ ପର୍ଯ୍ୟନ୍ତ ଆସୁଥିବା, ବିଦ୍ୟାଳୟର ଅନ୍ୟ ଶିକ୍ଷକ ମାନେ ମଧ୍ୟ ସେହିପରି ଠିକ୍ ସମୟରେ ବିଦ୍ୟାଳୟକୁ ଆସୁନଥିବା ଏବଂ ପରିଚାଳନା କମିଟି ଗଠନ କରୁନଥିବା ଓ ଡିଇଓ ବାରମ୍ବାର ଚିଠି ଦେବା ସ୍ୱତେ କୌଣସି ଉତ୍ତର ଦେଉନଥିବା, ବିଦ୍ୟାଳୟ ବ୍ୟାଙ୍କ ଜମାଖାତାରୁ ବିନା ଅନୁମତିରେ ଟଙ୍କା ଉଠାଇବା ଅଭିଯୋଗରେ ଶତାଧିକ ଗ୍ରାମବାସୀ ବିରୋଧ କରି ପ୍ରଧାନ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ସାହୁଙ୍କୁ ଭିତରକୁ ପ୍ରବେଶ କରାଇ ଦେଇନଥିଲେ ।
ସେମାନେ ଅନ୍ନପୂର୍ଣ୍ଣା ମାଝୀ, ପ୍ରମିଳା ମାଝୀ, ସଂଯୁକ୍ତା ଜେନା, ନିରୁପମା ଦେଓ, ପଦ୍ମିନୀ ସା, ଅନୁପମା ସା, ସବିତା ଜେନା, ଝୁନୁଲତା ମାଝୀ, ମାମିଲତା ଜେନା, ବିଦ୍ୟାଧର ମାଝୀ, ନିରଞ୍ଜନ ନାୟକ, ଛବିନ୍ଦ୍ର ମାଝୀ, ହଳଧର ମାଝୀ, ନିରଞ୍ଜନ ସାହୁ, ଗୋପାଳି ମାଝୀ, ଯତୀନ୍ଦ୍ର ସା ସମେତ ବିଦ୍ୟାଳୟର ସଭାପତି ପ୍ରଶାନ୍ତ ମହାପାତ୍ର, ଓ ସରପଞ୍ଚ ପ୍ରଶାନ୍ତି ମାଝୀ ଉପସ୍ଥିତ ରହି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିରୋଧ କରିଥିଲେ। ପରେ ଉକ୍ତ ଘଟଣା ବିଷୟରେ ରାମଚନ୍ଦ୍ରପୁର ଥାନା ଅଧିକାରୀ ବିଜୟ କୁମାର ସିଂ, ଏସ ଆଇ ଧର୍ମେନ୍ଦ୍ର ମହାପାତ୍ର ଓ ସାଇଁକୁଳ ଫାଣ୍ଡି ଅଧିକାରୀ ସୁରେଶ କୁମାର ମାଝୀ ପହଞ୍ଚି ବୁଝା ଶୁଝା କଲା ପରେ ଆପୋସ ସମାଧାନ ହୋଇଥିବା ବେଳେ ବିଦ୍ୟାଳୟ ବ୍ୟାଙ୍କ ଜମାଖାତାରୁ ବିନା ଅନୁମତିରେ ଟଙ୍କା ଉଠାଇଥିବା ଆନନ୍ଦପୁର ବ୍ଲକ ଶିକ୍ଷା ଅଧିକାରୀ ଅଜିତ୍ କୁମାର ବାରିକ ପ୍ରକାଶ କରିଥିବା ବେଳେ ଏସଂପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ସାହୁଙ୍କୁ ଯୋଗାଯୋଗ କରାଯାଇ ପାରି ନାହିଁ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories