ଲିଙ୍ଗ ନିରୂପଣ ଅଭିଯୋଗରେ ଡାକ୍ତରଙ୍କ ଘରେ ଚଢଉ
କଟକ: ଡାକ୍ତରଙ୍କ ଘରେ ଚଢଉ କଲା ସ୍ୱାସ୍ଥ୍ୟ ବିଭାଗ। ଡାକ୍ତରଙ୍କ ବିରୋଧରେ ଲିଙ୍ଗ ନିରୂପଣ ଅଭିଯୋଗ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଚଢଉ କରିଛି। କଟକ ଫ୍ରେଣ୍ଡସ୍ କଲୋନୀରେ ଥିବା ଜଣେ ଡାକ୍ତରଙ୍କ ଘରେ ଚଢଉ କରାଯାଇଛି। ଚଢଉ ସମୟରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ସହିତ ଉପଜିଲ୍ଲାପାଳ ଉପସ୍ଥିତ ରହିଛନ୍ତି। ଡାକ୍ତର ଜଣଙ୍କ ଦେବଗଡରେ ଏକ ମେଡିକାଲରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ବିରୋଧରେ ମିଥ୍ୟ ଅଭିଯୋଗ ହୋଇଥିବା କହିଛନ୍ତି ଡାକ୍ତର। ଅଲଟ୍ରାସାଉଣ୍ଡ ମେସିନ, ନଗଦ ଟଙ୍କା ଓ ମୋବାଇଲ ଜବତ କରାଯାଇଛି । ଡାକ୍ତର ନିଜ ଘରେ କ୍ଲିନିକ କରି ବେଆଇନ ଲିଙ୍ଗ ନିରୂପଣ କରୁଥିଲେ ।
Comments are closed.