www.samajalive.in
Monday, December 8, 2025
14.1 C
Bhubaneswar

କେରଳର ଲୋକପ୍ରିୟ ଖାଦ୍ୟ

ବହୁ ବିଶେଷ ଖାଦ୍ୟପେୟ ପାଇଁ କେରଳ ଖୁବ ପ୍ରସିଦ୍ଧ। ଏଠାରେ ମିଳୁଥିବା ଶାକାହାରୀ ଭୋଜନରେ ମଧ୍ୟ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ମିଳିଥାଏ। ଯାହା ଖାଦ୍ୟପ୍ରେମୀ ମାନଙ୍କୁ ଖୁବ ପସନ୍ଦ ଆସିଥାଏ ଓ ସେମାନେ ସ୍ୱାଦିଷ୍ଟ ଖାଦ୍ୟପେୟର ମଜା ନେଇଥାଆନ୍ତି। ଭୋଜନରେ ଅନ୍ନ ନିଶ୍ଚୟ ରହିଥାଏ। କେରଳର ଲୋକପ୍ରିୟ ଖାଦ୍ୟପେୟ ……….
ମେଙ୍ଗୋ ଥୋକୁ –
ଆମ୍ବ,ଲଙ୍କା, ଭୁସଙ୍ଗପତ୍ର, ହେଙ୍ଗୁ ଆଦିରେ ପ୍ରସ୍ତୁତ ଏହି ଆଚାରର ସ୍ୱାଦ ଖାଦ୍ୟର ସ୍ୱାଦକୁ ଦୁଇ ଗୁଣିତ କରିଦେଇଥାଏ। ଏହାକୁ ଭାତ, ରୁଟି ସବୁଥିରେ ଖାଇ ପାରିବେ।
ଥୁବାୟଲ –
ସିଝା ଚଣା , ନଡ଼ିଆ , ଭୁସଙ୍ଗ ପତ୍ର, ଲଙ୍କା ଗୁଣ୍ଡ ଆଦିରେ ପ୍ରସ୍ତୁତ ଏହି ବ୍ୟଞ୍ଜନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକାରକ। ଏହାକୁ ଜଳଖିଆରେ ମଧ୍ୟ ଖାଇପାରିବେ।
ପାୟସମ –
ଏପରି କୁହାଯାଇଥାଏ ଯେ, ଖାଇବା ପରେ ମିଠା ଖାଦ୍ୟଦ୍ରବ୍ୟ ଖାଇବାକୁ ଖୁବ ଭଲ ଲାଗେ। ଏଠାରେ ଖିରୀ, ହାଲୱା ଓ ବିଭିନ୍ନ ପ୍ରକାର ମିଠା ଦ୍ରବ୍ୟ ଖାଇବାକୁ ମିଳିଥାଏ। ଖିରୀ ଏଠାକାର ମୁଖ୍ୟ ମିଠା ଦ୍ରବ୍ୟ ଅଟେ। ଏହି ଖିରୀର ପ୍ରସ୍ତୁତି ଶୈଳୀ ସ୍ୱତନ୍ତ୍ର ଅଟେ। ତେଣୁ ଏହାକାର ସ୍ୱତନ୍ତ୍ରତା ପ୍ରସ୍ତୁତି ଶୈଳୀ ହେତୁ ଖିରୀ ଖାଇବାକୁ ଖୁବ ସ୍ୱାଦିଷ୍ଟ ଲାଗିଥାଏ।
କୋଇକଟା –
କୋଇକଟା ଏକ ବିଶେଷ ପ୍ରକାରର ବ୍ୟଞ୍ଜନ ଅଟେ। କେରଳର ରେଷ୍ଟ୍ରୁରାଣ୍ଟ ଠାରୁ ଆରମ୍ଭ କରି ଛୋଟ ଦୋକାନ ପର୍ଯ୍ୟନ୍ତ ଏହା ମିଳିଥାଏ। ଏହାର ପ୍ରସ୍ତୁତି ମଧ୍ୟ ଖୁବ ସହଜ। ଏହା ଚାଉଳର ଗୁଣ୍ଡ ଓ ନଡ଼ିଆରେ ରେ ପ୍ରସ୍ତୁତ ଏକ ସ୍ୱାଦିଷ୍ଟ ଓ ପୋଷ୍ଟିକ ଖାଦ୍ୟ ଅଟେ।
ଓଲନ –
ଏହା ଲାଲ ଅମୃତଭଣ୍ଡା, ହଳଦିଆ ଭାତ, ନଡ଼ିଆ ରସରେ ପ୍ରସ୍ତୁତ ଖାଦ୍ୟ ଅଟେ। ଏହାକୁ ସାମ୍ବର ସହ ଖିଆଯାଏ। ଏହା ମଧ୍ୟ ଖାଇବାକୁ ଖୁବ ଭଲ ଲାଗିଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories