www.samajalive.in
Monday, December 15, 2025
26.1 C
Bhubaneswar

କେରଳ ନନ୍‍ ବଳାତ୍କାର ମାମଲା: ଅଭିଯୁକ୍ତ ବିଶପ୍‍ଙ୍କୁ ଗିରଫ ନିର୍ଦେଶ ଦେବାକୁ ମନାକଲେ ହାଇକୋର୍ଟ

ଥିରୁଅନନ୍ତପୁରମ : କେରଳ ହାଇକୋର୍ଟ ଗୁରୁବାର ପୁଲିସକୁ ନନ୍‍ ବଳାତ୍କାର ମାମଲାରେ ଅଭିଯୁକ୍ତ ବିଶପ୍‍ ଫ୍ରାଙ୍କୋ ମୁଲାକ୍କାଲଙ୍କୁ ଗିରଫ ପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି। ନନ୍‍ଙ୍କୁ ବଳାତ୍କାର ଅଭିଯୋଗ ଉପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ନିରାଶାଜନକ ବୋଲି ମତ ପ୍ରକାଶ ପାଇଛି। ଅନ୍ୟପଟେ ଅଭିଯୁକ୍ତ ବିଶପ୍‍ଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା ଠିକ୍‍ ଭାବରେ ଆଗେଇ ଚାଲିଛି। ପୁଲିସ ବିଶପ୍‍ଙ୍କୁ ଜେରା କରିବା ପରେ ସେପ୍ଟେମ୍ବର ୨୪ରେ ଏହି ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଉଲ୍ଲେଖ ଯେ ୨୦୧୪ରେ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ଉପରେ କଥାବାର୍ତ୍ତା ନିମନ୍ତେ ଅଭିଯୁକ୍ତ ବିଶପ୍‍ ୪୩ ବର୍ଷ ବୟସ୍କ ନନ୍‍ଙ୍କୁ ଡକାଇଥିଲେ। ଉକ୍ତ ଘଟଣା ପରେ ୨ ବର୍ଷ ଭିତରେ ପ୍ରାୟ ୧୩ଥର ବିଶପ୍‍ ତାଙ୍କୁ ବଳାତ୍କାର କରିଥିବା ନନ୍‍ ଜଣକ ଅଭିଯୋଗ କରିଛନ୍ତି। ମାତ୍ର ବିଶପ୍‍ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇଛନ୍ତି। ଅନ୍ୟପଟେ ପୀଡ଼ିତାଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହେବା ପରେ ସମାଜର ବିଭିନ୍ନସ୍ତରରୁ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚାପ ପଡିଥିଲା। ପରେ ଅଭିଯୁକ୍ତ ମୁଲାକ୍କାଲଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେସମ୍ବନ୍ଧରେ କୋର୍ଟ ପୂର୍ବରୁ ରାଜ୍ୟ ସରକାରଙ୍କୁ ଜବାବ ଲୋଡିଥିଲେ। ନନ୍‍ ଏହି ମାମଲାରେ ଭାଟିକାନ ସିଟିର ହସ୍ତକ୍ଷେପ ଲୋଡିଛନ୍ତି। ଏଥିସହ ବିଶପ୍‍ ମୁଲ୍ଲାକାଲଙ୍କୁ ଜଳନ୍ଧର ଦାୟିତ୍ୱରୁ ହଟାଇବାକୁ ନିବେଦନ କରିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories