www.samajalive.in
Saturday, December 6, 2025
15.1 C
Bhubaneswar

କୃଷି ଆଇନ ବିରୋଧରେ କେରଳ ସରକାରଙ୍କ ସ୍ବତନ୍ତ୍ର ଅଧିବେଶନ; ମୁଖ୍ୟମନ୍ତ୍ରୀ କହିଲେ-କର୍ପୋରେଟ୍‌ ସଂସ୍ଥାଙ୍କ ହିତ ପାଇଁ କୃଷି ଆଇନ

ଥିରୁଭାନନ୍ଥପୂରମ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କେରଳ ସରକାର ଗୁରୁବାର ସ୍ବତନ୍ତ୍ର ଅଧିବେଶନ ଡକାଇଛନ୍ତି। ଅଧିବେଶନରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କୃଷି ଆଇନ ବିରୋଧରେ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ କଂଗ୍ରେସ ସହିତ ବିରୋଧୀ ଦଳ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି।

ବିଧାନସଭାରେ ପ୍ରସ୍ତାବ ପାରିତ ହେବା ପରେ  ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷକମାନଙ୍କ ବାସ୍ତବିକ ସମସ୍ୟାଗୁଡ଼ିକୁ ଦୂର କରାଯିବା ଦରକାର ଏବଂ କେନ୍ଦ୍ର ସରକାର ୩ଟି ଯାକ ଆଇନ ପ୍ରତ୍ୟାହାର କରିନେବା ଉଚିତ। ଏହି ଆଇନ କେବଳ କର୍ପୋରେଟ ସଂସ୍ଥାଗୁଡ଼ିକର ହିତ ପାଇଁ ହୋଇଛି।

- Advertisement -

ପ୍ରସ୍ତାବ ପାରିତ ହେବା ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ, ବର୍ତ୍ତମାନ ସ୍ଥିତି ଏହା ସ୍ପଷ୍ଟ କରୁଛି ଯେ ଯଦି କୃଷକମାନଙ୍କ ଆନ୍ଦୋଳନ ଜାରି ରୁହେ, ତେବେ ଏହା କେରଳକୁ ଗମ୍ଭୀର ରୂପରେ ପ୍ରଭାବିତ କରିବ। ଯଦି ଅନ୍ୟ ରାଜ୍ୟଗୁଡ଼ିକରୁ ଖାଦ୍ୟପଦାର୍ଥ ଯୋଗାଣ ବନ୍ଦ ହୋଇଯିବ, ତେବେ କେରଳରେ ଅନାହାର ପରିସ୍ଥିତି ସୃଷ୍ଟି ହେବ ଏଥିରେ କୌଣସି ସନ୍ଦେହ ନାହିଁ।

ପ୍ରସ୍ତାବରେ କୁହାଯାଇଛି ଯେ, ଦେଶ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି ଏବଂ ଆନ୍ଦୋଳନରତ ଚାଷୀମାନଙ୍କ ସହିତ ଛିଡ଼ା ହେବା ରାଜ୍ୟ ସକରାରଙ୍କ କର୍ତ୍ତବ୍ୟ। ଏହି ଆଇନ କେବଳ ବଡ଼ ବଡ଼ କର୍ପୋରେଟ ସଂସ୍ଥାଗୁଡ଼ିକୁ ସହାୟତା କରିବ। କଂଗ୍ରେସ ଏବଂ ଅନ୍ୟ ଦଳଗୁଡ଼ିକ ଏହାକୁ ସମର୍ଥନ କରିଥିଲେ। ସ୍ବତନ୍ତ୍ର ଅଧିବେଶନ ଡକାଇବା ଲାଗି ଅନୁମତି ଦେବାରେ ବିଳମ୍ବ କରିଥିବାରୁ କଂଗ୍ରେସ ଉପନେତା କେ.ସି. ଜୋସେଫ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ସମାଲୋଚନା କରିଥିଲେ। ବିଜେପିର ଏକମାତ୍ର ବିଧାୟକ ଓ ରାଜଗୋପାଳ ବି ଏହି ସ୍ବତନ୍ତ୍ର ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories