www.samajalive.in
Sunday, December 7, 2025
23.1 C
Bhubaneswar

ଦୁବାଇରୁ ଭାରତ ସ୍ଥାନାନ୍ତରଣ ହେଲା ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ସୁଖ୍‌ ବିକ୍‌ରିୱାଲ

ନୂଆଦିଲ୍ଲୀ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ପଞ୍ଜାବରେ ଟାର୍ଗେଟ କିଲିଂ କରାଉଥିବା ମୋଷ୍ଟ ୱାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର ତଥା ଆତଙ୍କବାଦୀ ସୁଖ୍‌ ବିକ୍‌ରିୱାଲକୁ ଦୁବାଇରୁ ଭାରତ ସ୍ଥାନାନ୍ତରଣ କରାଯାଇଛି। ଭାରତୀୟ ସୁରକ୍ଷା ସଂସ୍ଥା ବିକ୍‌ରିୱାଲକୁ ଆଣି ଗୁରୁବାର ସକାଳେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଦିଲ୍ଲୀ ସ୍ପେଶାଲ ସେଲ୍‌ ଟିମ୍‌ ତା’କୁ ଗିରଫ କରିଛି।

- Advertisement -

ସୂଚନାଯୋଗ୍ୟ, ଦିଲ୍ଲୀ ପୁଲିସ ଚଳିତମାସ ପ୍ରାରମ୍ଭରେ ୫ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ସେମାନଙ୍କୁ ପଚରାଉଚରା ପରେ ବିକ୍‌ରିୱାଲ ସାମ୍ନାକୁ ଆସିଥିଲା। ଦିଲ୍ଲୀ ପୁଲିସ ଗିରଫ କରିଥିବା ୫ ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣ ପଞ୍ଜାବରେ ପୁଲିସ ଅଧିକାରୀ ବଲବିନ୍ଦର ସନ୍ଧୁଙ୍କୁ ହତ୍ୟା କରିଥିଲେ। ସନ୍ଧୁଙ୍କୁ ହତ୍ୟା କରିବା ଲାଗି ସୁଖ୍‌ ବିକ୍‌ରିୱାଲ ଦୁବାଇରୁ ସମ୍ପୃକ୍ତ ୩ ଆତଙ୍କବାଦୀଙ୍କୁ ନିର୍ଦେଶ ଦେଇଥିବା ସେମାନେ ପଚରାଉଚରା ବେଳେ ସ୍ବୀକାର କରିଥିଲେ। ବିକ୍‌ରିୱାଲ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଇସାରାରେ ସେମାନଙ୍କୁ ଏହି ଆଦେଶ ଦେଇଥିଲା।

ଦୁବାଇରେ ରହୁଥିବା ସମୟରେ ବିକ୍‌ରିୱାଲ ନିଜର ବେଶ ବଦଳାଇ ଦେଇଥିଲା। ଦିଲ୍ଲୀରେ ଧରାପଡ଼ିଥିବା ଆତଙ୍କବାଦୀମାନେ ବିକ୍‌ରିୱାଲ ସମ୍ପର୍କରେ ସୂଚନା ଦେବା ପରେ ଦୁବାଇସ୍ଥିତ ବିକ୍‌ରିୱାଲର ଫ୍ଲାଟରେ ଚଢ଼ାଉ କରାଯାଇ ସେଠାରୁ ତା’କୁ ଗିରଫ କରାଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories