www.samajalive.in
Saturday, December 13, 2025
23.1 C
Bhubaneswar

ପ୍ରଜାପିତା ବ୍ରହ୍ମାକୁମାରୀ ପକ୍ଷରୁ ଗ୍ରୀଷ୍ମକାଳୀନ ଶିଶୁ ଶିବିର ଉଦ୍‌‌ଘାଟିତ

କେନ୍ଦୁଝରଗଡ଼: ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦୁଝର ଶାଖା ପକ୍ଷରୁ ପୁରୁଣାବଜାରସ୍ଥିତ ନବନର୍ମିିତ ସୁଖଶାନ୍ତି ସରୋବର ପ୍ରାଙ୍ଗଣରେ ଶୁକ୍ରବାର ଠାରୁ ୩ଦିନିଆ ଶିଶୁ ଶିବିର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କିଡ୍‌‌ଜୀ ପବ୍ଲିକ୍‌‌ ସ୍କୁଲ ନିର୍ଦ୍ଦେଶିକା ତଥା ଧରଣୀଧର ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱବିଜ୍ଞାନ ସହକାରୀ ପ୍ରାଧ୍ୟାପିକା ଡ. ସରିତା ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌‌ଘାଟନ କରିବା ଅବସରରେ ଏହା ଶିଶୁ ମାନଙ୍କ ବୌଦ୍ଧିକ ବିକାଶ ଦିଗରେ ବିଶେଷ ସହାୟକ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଥିଲେ।

କେନ୍ଦୁଝରଗଡ ନଗରପାଳ ନିକୁ ସାହୁ, ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ମମତାରାଣୀ ଜେନା, ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ବଡବିଲ ସେବାକେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ଜୟନ୍ତୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଅଭିଭାବକଙ୍କ ଭୂମିକା, ଉତ୍ତମ ଚରିତ୍ର ଗଠନ, ଦୃଢ଼ ମନୋବଳ ଦ୍ୱାରା ମାନସିକ ଓ ବୌଦ୍ଧିକ ବିକାଶ ହୋଇପାରିବ ବୋଲି କହିଥିଲେ।

- Advertisement -

ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦୁଝର ସେବାକେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ବିନ୍ଦୁ ଶିବିରର ଉଦ୍ଦେଶ୍ର ଓ ଆଭିମୁଖ୍ୟ ସମ୍ପର୍କରେ ବିସ୍ତୁତ ଭାବେ ଆଲୋକପାତ କରିଥିଲେ। ବ୍ରହ୍ମାକୁମାର କୃତ୍ତିବାସ ଶିବିର ପରିଚାଳନା କରିଥିବା ବେଳେ ଶେଷରେ ବ୍ରହ୍ମାକୁମାରୀ ଜୟନ୍ତୀ ଶିବିରାର୍ଥୀଙ୍କୁ ପିତାମାତା, ଗୁରୁଜନ, ସମାଜ, ପ୍ରକୃତି ତଥା ସର୍ବୋପରି ଭଗବାନଙ୍କୁ କିଭଳି କୃତଜ୍ଞତା ପ୍ରଦାନ କରିବେ ସେ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ।

୩ଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି ଶିବିରରେ ୮୦ରୁ ଉଦ୍ଧ୍ୱର୍ ଛାତ୍ରଛରତ୍ରୀ ସାମିଲ ହୋଇଥିବା ବେଳେ ପ୍ରଥମ ଦିବସରେ ଦଳଗତ ଦକ୍ଷତା ବିକାଶ ଓ କ୍ରୀଡା ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଥିଲା। ଶନିବାର ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ ସହ ନୈତିକ ମୂଲ୍ୟବୋଧ ସମ୍ପର୍ଣ୍ଣ କାର୍ଯ୍ୟକ୍ରମ, ଶାରିରୀକ କ୍ରୀଡା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ରବିବାର ଶିବିରର ଉଦ୍‌‌ଯାପନୀ ସମାରୋହ ପାଳନ କରାଯିବ ବୋଲି କେନ୍ଦୁଝର ଶାଖା ସେବାକେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ବିନ୍ଦୁ ସୂଚନା ଦେଇଛନ୍ତି।

Hot this week

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

Related Articles

Popular Categories