www.samajalive.in
Thursday, December 11, 2025
26.1 C
Bhubaneswar

ବଜ୍ରଘାତରେ ଝିଅ ମୃତ, ବାପା ଗୁରୁତର

ଠାକୁରମୁଣ୍ଡା :  ମୟୂରଭଞ୍ଜ ଜିଲା  ମହୁଲଡ଼ିହା ଥାନା ଅନ୍ତର୍ଗତ କୁଇଲିପାଳ ଗ୍ରାମରେ  ଆଜି ଉପରବେଳା ବଜ୍ରାଘାତ ଘଟି ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ବେଳେ ବାପା ଓ ମା ଗୁରୁତର ହୋଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ବଜ୍ରପାତରେ ମୃତ ନାବାଳିକା ଜଣକ ହେଉଛନ୍ତି ସମବାରୀ ନାଏକ (୧୫) ଏବଂ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ମୃତକଙ୍କ ବାପା ଖୁଦୁରାଇ ନାଏକ ଓ ମା ଜିରା ନାଏକ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ଦିନ ପ୍ରାୟ ୩.୩୦ ମି ସମୟରେ ପବନବର୍ଷା ସହ ଘଡଘଡି ମାରିଥିଲା।ବର୍ଷା ଆସିବାରୁ ଘରର ପିଣ୍ଡା ଭିଜି ନଯିବା ପାଇଁ ଝିଅ ସମବାରୀ ଏକ ପଲିଥିନ ନେଇ ପିଣ୍ଡାରେ ଝୁଲାଉ ଥିଲେ। ଏହି ସମୟରେ ବାପା ଘର ଭିତରେ ଥିବା ଗୁହାଳରେ ଗାଈ ବଳଦ ଗୁଡିକୁ ବାନ୍ଧି ଫେରୁଥିଲେ। ଏହି ସମୟରେ ବଜ୍ରପାତ ଘଟିବାରୁ ଘର ପିଣ୍ଡାରେ ପଲିଥିନ ଟାଙ୍ଗୁ ଥିବା  ଝିଅ ସୋମବରୀ ଘଟଣାସ୍ଥଳରେ ପଡିଯାଇଥିଲେ ।ଏବଂ ପାଖରେ ଥିବା ନାବାଳିକା ର ମା ଓ ବାପା ଗୁରୁତର ହୋଇଥିଲେ।ପରେ ପଡୋଶୀ ମାନେ ଘଟଣାସ୍ଥଳରୁ୩ ଜଣକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିବା ବେଳେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ। ଖବର ପାଇ ମହୁଲଡିହା ପୋଲିସ କେସ୍ ନଂ ୮/ ୨୦୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଜଣାପଡିଛି।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories