www.samajalive.in
Wednesday, December 10, 2025
14.1 C
Bhubaneswar

୧୧ରେ ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ, ପ୍ରସ୍ତୁତି ସମୀକ୍ଷା କଲେ ଉପଜିଲାପାଳ

ଆରଡି : ବାବା ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ ଆସନ୍ତା ୧୧ରେ ମହା ଆଡମ୍ବର ସହ ପାଳିତ ହେବ। ଏହି ଦେବଦମ୍ପତିଙ୍କ  ବିବାହ ଉତ୍ସବ ଲୌକିକ ରୀତିନୀତିରେ ହେଉଥିବାରୁ ବରପିତା କେଦାରନାଥ ପାଢୀ ଓ କନ୍ୟାପିତା ଗଦାଧର ପାଢୀଙ୍କ ଘରେ ସାଜସଜା ଚାଲିଥିବା ବେଳେ ବନ୍ଧୁପରିଜନଙ୍କୁ ନିମନ୍ତ୍ରଣପତ୍ର ଓ ମଙ୍ଗୁଳା   ଗୁଆ ବଣ୍ଟା ଯାଇ ବିବାହ ଉତ୍ସବରେ ସାମିଲି ହେବାକୁ ନିମନ୍ତ୍ରଣ କରାଯାଉଛି।
ଅନ୍ୟ ପଟେ ବିବାହ ଉତ୍ସବ ଯେପରି ଶାନ୍ତିଶୃଙ୍ଖଳାର ସହ ସମାପନ ହେବ ସେଥିପାଇଁ  ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ପୀଠରେ ସମୀକ୍ଷା କରାଯାଇଛି। ଶୁକ୍ରବାର ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ର ପୀଠରେ ପହଞ୍ଚି ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବା ସହିତ ମନ୍ଦିର ଅତିଥି ଭବନରେ ସେବାୟତ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ମନ୍ଦିର ଟ୍ରଷ୍ଟବୋର୍ଡ ସଭ୍ୟ ସରୋଜ ଦାସ, ସନ୍ତୋଷ ପାଢୀ, ବରିଷ୍ଠ ସେବାୟତ ବିଜୟ କୁମାର ଦାଶ, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ଆରଡି ଫାଣ୍ଡିଅଧିକାରୀ ଆର. କେ ମହାନ୍ତି, ବ୍ଲକ ଅଧିକାରୀ, ଜଳପରିମଳ ବିଭାଗର ଅଧିକାରୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।
ବିଶେଷକରି ବିବାହ ଉତ୍ସବଦିନ ବରଧରା ଶୋଭାଯାତ୍ରା ଓ ବରିନୁଗମନ ଶୋଭାଯାତ୍ରରେ ଅଧିକ ସଂଖ୍ୟକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୀଠରେ ୨୪ଘଣ୍ଟିଆ ବିଜୁଳି ସେବା ସହ ପାନୀୟଜଳ, ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଉପଜିଲାପାଳ ଶ୍ରୀ ପାତ୍ର ଆଲୋଚନା କରିଥିଲେ। ଏଥିସହ ବିବାହ ଉତ୍ସବର ନୀତିକାନ୍ତି  ଓ ସମସ୍ତ ପ୍ରସ୍ତୁତି ଯଥାରିତି ଅନୁଯାୟୀ କରାଯିବା ପାଇଁ ସେବାୟତଙ୍କ ସହଯୋଗ ଲୋଡିଥିଲେ । ପୀଠରେ ବିବାହ ମଣ୍ଡପ ଓ ବେଦି ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଆହନ୍ତା ୮ରୁ ନିମନ୍ତ୍ରଣ ରଥ ଭଦ୍ରକ ଜିଲା ସମେତ ଆଖପାଖ ଜିଲା ପରିକ୍ରମା କରିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories