www.samajalive.in
Sunday, December 14, 2025
19.1 C
Bhubaneswar

ଏସ୍‍ଟିଏଫ୍‍ ଜାଲରେ ଧଳାଜହର ବେପାରୀ, ଜଣେ ଗିରଫ

କେନ୍ଦୁଝରଗଡ: ବିଶେଷସୂତ୍ରରୁ ଖବରପାଇ ଏସ୍‍ଟିଏଫ୍‍ ଭୁବନେଶ୍ୱର ଟିମ୍‍ କେନ୍ଦୁଝର ପୁଲିସ ସହାୟତାରେ ରବିବାର ରାତିରେ କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ଚଢ଼ଉ କରି ପ୍ରାୟ ୫୦ଲକ୍ଷ ଟଙ୍କା ମୂଲ୍ୟର ୫୨୦ଗ୍ରାମ୍‍ ଓଜନର ଧଳାଜହର ସହ ଏକ ମାରୁତି ଅଲଟୋ କାରରୁ ଜବତ କରିବାରେ ସଫଳ ହୋଇଛି। ଏହି ମାମଲାର ଅଭିଯୁକ୍ତ ଦେବାନନ୍ଦ ସାମଲକୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଆନନ୍ଦପୁର ଥାନା ଅଧିନ ଆମ୍ବୋ ଗ୍ରାମର ରବୀନ୍ଦ୍ର ସାମଲଙ୍କ ପୁଅ ଦେବାନନ୍ଦ ଜିଲା ଓ ଦୌରାଜଜ୍‍ କୋର୍ଟ କେନ୍ଦୁଝର ପରିସରରେ କାର୍ଯ୍ୟକ୍ଷମ ପକ୍ସୋ ଅଦାଲତରେ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିବାବେଳେ ସେ କେନ୍ଦୁଝର ସହର ସିଲୁଆଁ ଠାରେ ଏକ ଭଡା ଘରେ ରହିଆସୁଥିଲେ। ଶ୍ରୀ ସାମଲ ଧଳାଜହର ବ୍ୟବସାୟ ସହ ସମ୍ପୃକ୍ତ ଥିବା ସୂଚନା ପାଇ ଏସ୍‍ଟିଏଫ୍‍ ଭୁବନେଶ୍ୱର ଟିମ୍‍ ବିଶ୍ୱସ୍ତସୂତ୍ରରୁ ଖବର ପାଇବା ପରେ ରବବାର ସନ୍ଧ୍ୟାରେ କେନ୍ଦୁଝରରେ ପହଞ୍ଚି ଟାଉନ ଥାନା ପୁଲିସ ସହାୟତାରେ ସିଲୁଆଁସ୍ଥିତ ବାସଭବନରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଶ୍ରୀ ସାମଲଙ୍କ ଭଡା ଘରୁ ୫୦ଲକ୍ଷ ଟଙ୍କା ମୂଲ୍ୟର ୫୨୦ଗ୍ରାମ ଧଳାଜହରକୁ ପାଇଥିବା ବେଳେ ସେ ଉକ୍ତ ଧଳାଜହରର ବୈଧତା ସମ୍ପର୍କିିତ କୌଣସି ତଥ୍ୟ ଦେଇପାରିନଥିଲେ।

ଫଳରେ ଧଳାଜହର ଭଳି ବେଆଇନ ବ୍ୟବସାୟରେ ସମ୍ପୃକ୍ତ ଥିବା ନେଇ ଏସ୍‍ଟିଏଫ୍‍ ପକ୍ଷରୁ ଅଭିଯୁକ୍ତ ଶ୍ରୀ ସାମଲକୁ ଗିରଫ କରିବା ସହ ଏହି କାରବାରରେ ବ୍ୟବହୃତ ଏକ ମାରୁତି ଅଲଟୋ କାରକୁ ମଧ୍ୟ ଜବତ କରିଛି। ଏହି ଧଳାଜହର କାରବାରରେ ଗିରଫ ଅଭିଯୁକ୍ତ ଶ୍ରୀ ସାମଲଙ୍କ ସହ ଆଉ କିଏ କିଏ ଜଡିତ ଅଛନ୍ତି ଏବଂ କେନ୍ଦୁଝର ଜିଲାରେ ଏହି ବ୍ୟବସାୟ କେଉଁ ଅଞ୍ଚଳକୁ ବ୍ୟାପିଛି ସେ ସମ୍ପର୍କରେ ଏସ୍‍ଟିଏଫ୍‍ ଓ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ସୂଚନାଯୋଗ୍ୟ ଯେ, ଏସ୍‍ଟିଏଫ୍‍ ଦ୍ୱାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ସ୍ୱତନ୍ତ୍ର ଚଢ଼ଉ କରାଯାଇ ୨୦୨୦ ମସିହାରୁ ଏପର୍ଯ୍ୟନ୍ତ ୭୨କି.ଗ୍ରା. ଧଳାଜହର, ୨୦୨ ଗ୍ରାମ କୋକେନ, ୧୧୬ କ୍ୟୁଣ୍ଟାଲ ଗଞ୍ଜେଇ ଏବଂ ୩.୬୫୦କି.ଗ୍ରା ଅଫିମ ଜବତ କରାଯାଇଥିବା ବେଳେ ଏହି ମାମଲାରେ ୧୮୨ଜଣଙ୍କୁ ଗିରଫ କରାଯାଇଛି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories