www.samajalive.in
Friday, December 12, 2025
26.1 C
Bhubaneswar

କେନ୍ଦୁଝରରେ ଲିମ୍ଫାଟିକ ଫାଇଲେରିଆ ମୂଳୋତ୍ପାଟନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

କେନ୍ଦୁଝରଗଡ଼: ଲିମ୍ପାଟିକ ଫାଇଲେରିଆ ନିରାକରଣ ପାଇଁ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କେନ୍ଦୁଝର ଜିଲାରେ ଅଗଷ୍ଟ ୧୦ ରୁ ୧୯ତାରିଖ ପର୍ଯ୍ୟନ୍ତ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏ ସଂକ୍ରାନ୍ତରେ ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଗଣମାଧ୍ୟମ କର୍ମଶାଳା ଅନୁଷ୍ଠିତ ହୋଇ ଲିମ୍ଫାଟିକ ଫାଇଲେରିଆସିସ୍ ଦ୍ୱାରା ଦେଖାଦେଉଥିବା ଅବସ୍ଥା ସମ୍ପର୍କରେ ଆଲାକପାତ କରାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲା ମିଶନ ନିର୍ଦ୍ଦେଶକ ଡାକ୍ତର କିଶାର କୁମାର ପୃଷ୍ଟି ଏଠାରେ ଯୋଗଦେଇ ୨୦୨୩ ସୁଦ୍ଧା ଫାଇଲେରିଆର ନିରାକରଣ କରିବାକୁ ଭାରତର ପ୍ରତିବଦ୍ଧତାକୁ ମନ ମଧ୍ୟରେ ରଖୁ ଏବଂ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ପ୍ରୟାସ ଗୁଡିକ ଜାରି ରଖି ଲିମ୍ଫାଟିକ ଫାଇଲେରିଆସିସ୍ ମୂଳୋତ୍ପାଟନ କାର୍ଯ୍ୟକର୍ମ ଅଧୀନରେ ଓଡିଶା ସରକାର କେନ୍ଦୁଝର ଜିଲାରେ ଚଳିତମାସ ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ୨ବର୍ଷରୁ କମ୍ ବୟସର ଶିଶୁ , ଗର୍ଭବତୀ ଓ ଗୁରୁତ୍ୱର ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆଶା ଓ ଅଙ୍ଗନବାଡିକର୍ମୀ ଏବଂ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀଙ୍କ ଉପସ୍ଥିତିରେ ଫାଇଲେରିଆ ନିରୋଧୀ ସାମୁହିକ ଔଷଧ ସେବନ କରାଯିବ ବୋଲି ଡାକ୍ତର ଶ୍ରୀ ପୃଷ୍ଟି କହିଥିଲେ। ଜିଲାରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଢାକ୍ତର ଶ୍ରୀ ପୃଷ୍ଟି ଲୋକ ପ୍ରତିନିଧ, ସରକାରୀ ଅଧିକାରୀ , ସ୍ୱାସ୍ଥ୍ୟ କର୍ମୀ ଏବଂ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି।

ଏଡିପିଏଚ୍ (ଭିବିଡି) କେନ୍ଦୁଝର ଡାକ୍ତର ଦେବେନ ଦାସ ଉପସ୍ଥାପନା ଜରିଆରେ ଫାଇଲେରିଆ ଏକ ଗୁରୁତର ଜନସାସ୍ଥ୍ୟ ସମସ୍ୟା ଯାହା ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ ବୋଲି କହିଥିଲେ। ବିଶ୍ୱବ୍ୟାପୀ ଦୀର୍ଘସୂତ୍ରୀ ଅକ୍ଷମତା ସୃଷ୍ଟିରେ ଫାଇଲେରିଆ ଅନ୍ୟତମ ମୁଖ୍ୟ କାରଣ ହୋଇଛି । ସାଧାରଣତଃ ପିଲାଦିନେ ଆକ୍ରାନ୍ତ କରୁଥିବା ଏହି ସଂକ୍ରମଣ ଲିମ୍ଫାଟିକ ବ୍ୟବସ୍ଥାକୁ ନଷ୍ଟ କରିଦେଉଛି ଏବଂ ଯଦି ତାହାର ଚିକିତ୍ସା କରାନଯାଏ, ତେବେ ଶରୀରର ବିଭିନ୍ନ ଅଂଶରେ ଅସ୍ୱାଭାବିକ ଫୁଲା ସୃଷ୍ଟି କରିଥାଏ । ଫାଇଲେରିଆରେ ଆକ୍ରାନ୍ତ ଲେକମାନେ ଅନେକ ସମୟରେ ହାଇଡ୍ରୋସିଲ , ଲିମ୍ଫାଡେମା ( ଅଙ୍ଗପ୍ରତ୍ୟଙ୍ଗ ଫୁଲିବା ) ଏବଂ ଚାଇଲୁରିଆ (ଈଷତ୍ ଦୁଗ୍ଧ ରଙ୍ଗର ପରିସ୍ରା) ଆଦି ସମସ୍ୟାର ଶୀକାର ହୋଇଥାନ୍ତି। ଫାଇଲେରିଆ ଏକ ଅକ୍ଷମତା ସୃଷ୍ଟିକାରୀ ରୋଗ ଯାହାକୁ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ନିରୋଧୀ ଔଷଧ ସେବନ ଦ୍ୱାରା ରୋକାଯାଇ ପାରିବ ବୋଳି କହିଥିଲେ। ସଂକ୍ରମିତ ଅଞ୍ଚଳରେ ଫାଇଲେରିଆ ବ୍ୟାପିବାକୁ ରୋକିବା ନିମନ୍ତେ ଫାଇଲେରିଆ ନିରୋଧ ଔଷଧ (ଡିଇସି, ଆଲ୍ୱେଣ୍ଡାଜଲ ଏବଂ ଆଇଭରମେକ୍ଟିନ) ସେବନ କରିବା, ଲିମ୍ଫାଡେମା ପାଇଁ ଘରେ ରହି ରୋଗୀଙ୍କର ଯତ୍ନ ଦ୍ୱାରା ମୃତ୍ୟୁହାର ରୋକିବା ଏବଂ ହାଇଡ୍ରୋସିଲ କ୍ଷେତ୍ରରେ ଅସ୍ତ୍ରୋପଚାର ଜରିଆରେ ଚିକିତ୍ସା କରିବା ଆଦି ବିଷୟରେ ଗୁରୁତ୍ୱାରୋପ କରାଯାଇଛି ବୋଲି ଡାକ୍ତର ଶ୍ରୀ ଦାସ କହିଥିଲେ। ଜିଲାରେ ମୋଟ ଧାର୍ଯ୍ୟ ୨୧ଲକ୍ଷ ୭ହଜାର ୮୦ ୮ଜଣ ହିତାଧିକାରୀଙ୍କୁ ୭୦୨୪ ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ, ୭୦୨ଜଣ ସୁପରଭାଇଜର ଓ ୪୨ଜଣ ଆରଆରଟିଙ୍କ ଜରିଆରେ ସାମୁହିକ ଔଷଧ ସେବନ କରାଯିବା ଲକ୍ଷ୍ୟ ରଖାଯାଇଛି। ଜିଲା ମେଲେରିଆ ବିଭାଗୀୟ ଡାକ୍ତର ମନୀଷା ମିଶ୍ର ଉପସ୍ଥିତ ଥିବାବେଳେ ଶେଷରେ ଭବିଡି ପରାମର୍ଶଦାତା ବଳଦେବ ନନ୍ଦ ଧନ୍ୟବାଦ ଅର୍ପଣ କରିବା ସହିତ ସମସ୍ତଙ୍କର ସମ୍ମିଳିତ ପ୍ରୟାସ ଦ୍ୱାରା ଜିଲାରୁ ଲିମ୍ଫାଟିକ ଫାଇଲେରିଆ ଭଳି ରୋଗର ନିରାକରଣ କରାଯାଇପାରିବ ବୋଲି ସହଯୋଗ କାମନା କରିଥିଲେ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories