www.samajalive.in
Friday, December 12, 2025
27.1 C
Bhubaneswar

ଧରଣୀଧର ବିଶ୍ୱବିଦ୍ୟାଳୟ ଓଏସ୍‍ଡି ଭାବେ ପ୍ରତାପ କୁମାର ମହାନ୍ତିଙ୍କ ଦାୟିତ୍ୱଗ୍ରହଣ

କେନ୍ଦୁଝରଗଡ଼: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମେରାଇନ ସାଇନ୍ସ ପ୍ରଫେସର ତଥା ପିଜି କାଉନସିଲ ଅଧ୍ୟକ୍ଷ ପ୍ରତାପ କୁମାର ମହାନ୍ତିଙ୍କୁ ନବଗଠିତ ଧରଣୀଧର ବିଶ୍ୱବିଦ୍ୟାଳୟ ଅଫିସର ଅନ୍‍ ସ୍ପେଶାଲ ଡ୍ୟୁଟି (ଓଏସ୍‍ଡି) ଭାବେ ନିଯୁକ୍ତି ମିଳିଛି। ମଙ୍ଗଳବାର ପ୍ରଫେସର ମହାନ୍ତି ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରେ ପହଞ୍ଚି ଓଏସ୍‍ଡି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ଓଏସ୍‍ଡି ଶ୍ରୀ ମହାନ୍ତି ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ଧରଣୀଧର ବିଶ୍ୱବିଦ୍ୟାଳୟକୁ ଭବିଷ୍ୟତରେ କିଭଳି ଏକ ସୁନାମଧନ୍ୟ ଅନୁଷ୍ଠାନ ଭାବେ ବିଶ୍ୱରେ ପ୍ରସିଦ୍ଧି ଲାଭ କରାଯାଇପାରିବ ସେ ନେଇ ଓଏସ୍‍ଡି ଶ୍ରୀ ମହାନ୍ତି ସମସ୍ତଙ୍କ ସହଯୋଗ ଲୋଡିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେବୃୟାରୀ ୧୩ କେନ୍ଦୁଝର ଗସ୍ତରେ ଆସି କେନ୍ଦୁଝର ଠାରେ ୨୦୨୩-୨୪ ଶିକ୍ଷାବର୍ଷରୁ ଧରଣୀଧର ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ ବୋଲି ଘୋଷଣା କରିଥିଲେ। ବିଳମ୍ବରେ ହେଲେ ମଧ୍ୟ କେନ୍ଦୁଝର ଜିଲାକୁ ଏକ ବିଶ୍ୱବିଦ୍ୟାଳୟ ମିଳିଥିବାରୁ ଜିଲାବାସୀ ବେଶ୍‍ ଖୁସି ବ୍ୟକ୍ତ କରିଥିଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories