www.samajalive.in
Friday, December 12, 2025
23.1 C
Bhubaneswar

ଟ୍ରକ ଧକ୍କାରେ ଛିଣ୍ଡି ପଡ଼ିଲା ଷ୍ଟ୍ରିଟ ଲାଇଟ ଖୁଣ୍ଟ, ମୃତ୍ୟୁ ମୁଖରୁ ବର୍ତ୍ତିଲେ ଛାତ୍ରୀ

ବୌଦ୍ଧ: ଜିଲା ଷ୍ଟାଡିୟମ ସମ୍ମୁଖରେ ଏକ ଟ୍ରକ ଷ୍ଟ୍ରିଟ ଲାଇଟ ଖୁଣ୍ଟକୁ ପିଟିବାରୁ ଖୁଣ୍ଟଟି ଜଣେ ଛାତ୍ରୀଙ୍କ ଉପରେ ପଡ଼ିଥିଲା। ଖୁଣ୍ଟ ପଡ଼ି ଛାତ୍ରୀଙ୍କ ଡାହାଣ ହାତ ଓ ଜଙ୍ଗରେ ମାଡ଼ ହୋଇଛି। ତେବେ ଖୁଣ୍ଟଟି ଛାତ୍ରୀଙ୍କ ମୁଣ୍ଡରେ ବାଜି ନ ଥିବାରୁ ସେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ମୁହୂର୍ତ୍ତକ ବିଳମ୍ବ ହୋଇଥିଲେ ଖୁଣ୍ଟଟି ଛାତ୍ରୀଙ୍କ ମୁଣ୍ଡ ଉପରେ ପଡ଼ିଥାନ୍ତା। ଫଳରେ ସୂଚନା ଅନୁସାରେ ବୌଦ୍ଧ ପଞ୍ଚାୟତ କଲେଜର ଜଣେ ଛାତ୍ରୀ(୧୭ ବର୍ଷ) ମଙ୍ଗଳବାର ନିଜ ଘର ସରସରାରୁ ସାଇକେଲରେ କଲେଜ ଆସୁଥିଲେ। ଜିଲା ଷ୍ଟାଡିୟମ ନିକଟରେ ସମ୍ମୁଖରୁ ଆସୁଥିବା ଟ୍ରକ ଏକ ଷ୍ଟ୍ରିଟ ଲାଇଟ ଖୁଣ୍ଟକୁ ଧକ୍କା ଦେଇଥିଲା। ଧକ୍କାରେ ଖୁଣ୍ଟଟି ଛିଣ୍ଡି ପଡ଼ିଥିଲା। ଏହି ସମୟରେ ବିପରିତ ଦିଗରୁ ଆସୁଥିବା ଛାତ୍ରୀଙ୍କ ଉପରେ ସେହି ଖୁଣ୍ଟଟି ପଡ଼ିଯାଇଥିଲା। ଗୁରୁତର ଛାତ୍ରୀଙ୍କ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ପୁଲିସ ଘଟଣାସ୍ଥଳକୁ ଆସି ଟ୍ରକ ଜବତ କରି ତଦନ୍ତ କରୁଛି।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories