www.samajalive.in
Friday, December 12, 2025
23.1 C
Bhubaneswar

ବ୍ରାଉନ ସୁଗାର ଜବତ, ୨ ଗିରଫ

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ଅଭିମାନପୁର-ଭାପୁର ରାସ୍ତାର ବେଙ୍ଗାନାଳ ନିକଟରୁ ଭାପୁର ପୁଲିସ୍ ଦୁଇଜଣ ସ୍କୁଟି ଚାଳକଙ୍କଠାରୁ ୨୭ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛନ୍ତି । ଏହି ଘଟଣାରେ ୨ ଜଣଙ୍କୁ ପୁଲିସ୍ ଗିରଫ କରିଛି। ସେମାନେ ହେଲେ ବଳଭଦ୍ର ବେହେରା ଏବଂ ଜିତେନ୍ଦ୍ର ପ୍ରଧାନ ବୋଲି ଜଣାପଡିଛି। ଉଭୟ କଟକ ଜିଲା ମାଣିଆବନ୍ଧ ଥାନା ଅଞ୍ଚଳର ବୋଲି ପୁଲିସ୍ ସୂଚନା ଦେଇଛି। ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, କଟକ ଜିଲା ମାଣିଆବନ୍ଧ ଥାନା ଅଞ୍ଚଳରୁ ଢେଙ୍କାନାଳ ସୀମାନ୍ତ ଦେଇ ବ୍ରାଉନସୁଗାର ଚାଲାଣ ହେଉଥିବା ପୂର୍ବ ସୂଚନା ଆଧାରରେ ଭାପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ସେଠୀ ମଙ୍ଗଳବାର ସକାଳେ ଅଭିମାନପୁର-ଭାପୁର ରାସ୍ତାର ବେଙ୍ଗାନାଳ ନିକଟରୁ ଗୋଟିଏ ଧଳାରଙ୍ଗର ସ୍କୁଟିରେ ବ୍ରାଉନସୁଗାର ଆସୁଥିବା ସନେ୍ଦହରେ ଅଟକ ରଖି ପଚରା ଉଚୁରା କରିବା ଏବଂ ଯାଞ୍ଚ କରିବାରୁ ତାଙ୍କ ନିକଟରୁ ୨୭ ଗ୍ରାମ୍ ୫୯୦ ମିଲିଗ୍ରାମ୍ର ବ୍ରାଉନ୍ସୁଗାର ଧରାପଡିଥିଲା।

ପୁଲିସ୍ ଚୋରାଚାଲାଣ କରୁଥିବା ବ୍ରାଉନସାଗର ବେପାରୀ ମାଣିଆବନ୍ଧ ଥାନା ସନ୍ତରାବାହାଳି ଗ୍ରାମର ବଳଭଦ୍ର ବେହେରା ଏବଂ କମାରସାହି ଗ୍ରାମର ଜିତେନ୍ଦ୍ର ପ୍ରଧାନ ଗିରଫ କରିଛନ୍ତି । ଶ୍ରୀ ମହାପାତ୍ର ସୂଚନା ଦେଇ ଆହୁରି କହିଛନ୍ତି, ଗତ ୬ ମାସ ମଧ୍ୟରେ ଏହା ୪ର୍ଥ ଘଟଣା । ବିଶେଷ କରି ଢେଙ୍କାନାଳ ଜିଲାର ସୀମାନ୍ତ ଅଞ୍ଚଳ ଦେଇ ଢେଙ୍କାନାଳ ଜିଲାକୁ ବ୍ରାଉନସୁଗାର ଓ ଅନ୍ୟାନ୍ୟ ମାଦକଦ୍ରବ୍ୟ ଚୋରାଚାଲାଣ କରାଯାଉଛି । ଏହା ପଶ୍ଚିମବଙ୍ଗ ମୁସିଦାବାଦ ଅଞ୍ଚଳରୁ ଆସୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଧରାପଡିଥିବା ଅଭିଯୁକ୍ତଙ୍କ ସୂଚନାରୁ ଆହୁରି ଅଧିକ ଧରାପଡିବେ ବୋଲି କହିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୂର୍ଯ୍ୟମଣୀ ପ୍ରଧାନ, ଏସ୍ଡିପିଓ ବିଭୁତି ମହାପାତ୍ର, ଭାପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

Related Articles

Popular Categories