www.samajalive.in
Monday, December 8, 2025
13.1 C
Bhubaneswar

ଗର୍ଭଧାରଣର ପୂର୍ବ ଓ ପ୍ରସୂତୀ ପୂର୍ବ ନିଦାନ କୌଶଳ ଆଇନ ଜିଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ

କେନ୍ଦୁଝରଗଡ଼: ଗର୍ଭଧାରଣର ପୂର୍ବ ଓ ପ୍ରସୂତୀ ପୂର୍ବ ନିଦାନ କୌଶଳ(ପିସିପିଏନ୍‌‌ଡିଟି) ଆଇନର ସରଳୀକୃତ କାର୍ଯ୍ୟକାରୀ କରିବା ପାଇଁ ଜିଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ମିନି କନ୍‌‌ଫରେନ୍ସହଲ୍‌‌ଠାରେ ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ୍ରମେ ବେଆଇନ ଲିଙ୍ଗ ନିରୂପଣ ରୋକିବା ଲାଗି ସରକାର ନୂତନ ପଦକ୍ଷେପ ଗ୍ରହଣ ସମ୍ପର୍କରେ ଜିଲାପାଳ ସୂଚନା ଦେଇ କହିଥିଲେ ଯେ, କେନ୍ଦୁଝର ଜିଲାରେ ସମୁଦାୟ ୨୧ଟି ଅଲଟ୍ରାସାଉଣ୍ଡ୍‌‌ କ୍ଲିନିକ୍‌‌ କାମ କରୁଛି। ଏହି ପରିପ୍ରେକ୍ଷୀରେ ଯେଉଁ ବ୍ୟକ୍ତି ଅଣ ପଞ୍ଜିକୃତ ଅଲଟ୍ରାସାଉଣ୍ଡ କ୍ଲିନିକ କିମ୍ବା ବେଆଇନ ଲିଙ୍ଗ ନିରୂପଣ କରାଯାଉଥିବା ସୂଚନା ପ୍ରଦାନ କରିବେ ସୂଚନା ପ୍ରଦାନକାରୀଙ୍କୁ ୩ଟି କିସ୍ତିରେ ୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ସୂଚନା ପ୍ରଦାନକାରୀଙ୍କ ନାମ ଓ ଠିକଣା ସମ୍ପୂର୍ଣ୍ଣ ଗୋପନ ରଖାଯିବ। ସେମାନେ କୌଣସି ଆଇନଗତ ମାମଲାରେ ସମ୍ମୁଖୀନ ହେବେ ନାହିଁ। ଅନ୍ୟମାନଙ୍କ ମଧରେ ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାକ୍ତର ପ୍ରଣତିନୀ ନାୟକ, ଡେପୁଟି କଲେକ୍ଟର ଜୁଡିସିଆଲ୍‌‌ ବସୁନ୍ଧରା ଭିତିରିଆ, ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ଆଶିଷ ମହାନ୍ତି, ଏସ୍‌‌.ଏ. ନୃସିଂହ ନାରାୟଣ ନନ୍ଦ, ସହକାରୀ ପରିଚାଳକ ଏଲଏଆଇଏଏସ୍‌‌ ସୂର୍ଯ୍ୟପ୍ରକାଶ ପଣ୍ଡାଙ୍କ ସମେତ ଉପଦେଷ୍ଟା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories