www.samajalive.in
Saturday, December 6, 2025
14.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ୩ଦିନିଆ କେନ୍ଦୁଝର ଗସ୍ତ ଶେଷ  

କେନ୍ଦୁଝରଗଡ଼: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ଦିନିଆ କେନ୍ଦୁଝର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ସୋମବାର ଅପରାହ୍ନରେ ଭୁବନେଶ୍ୱର ଫେରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶନିବାର ଅପରାହ୍ନରେ କେନ୍ଦୁଝରରେ ପହଞ୍ଚି ପ୍ରଥମେ ବାମ୍ପାରସ୍ଥିତ ସାଇ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହାପରେ ସନ୍ଧ୍ୟାରେ ଟେଲିଫୋନ ଏକ୍ସଚେଞ୍ଜ ଛକସ୍ଥିତ ମା’ଦୁର୍ଗା ପୂଜାମଣ୍ଡପ ବୁଲି ଦେଖିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହାପରେ ଗୁଜୁରାଟୀ ସମାଜ ସଭାଗୃହରେ କଛ-ଗୁଜର କ୍ଷତ୍ରୀୟ ସମାଜ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ପୂଜୋତ୍ସବରେ ଯୋଗ ଦେଇଥିଲେ। ରବିବାର ପୂର୍ବାହ୍ନରେ ଜନ୍ମମାଟି ରାଇକଳାରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମା’ ଦୁର୍ଗତୀନାଶିନୀ ଯୁବ ସଂଘ ଆନୁକୂଲ୍ୟରେ ଆୟୋଜିତ ୫୧ତମ ଦୁର୍ଗାପୂଜାରେ ସାମିଲ ହୋଇ ମା’ଙ୍କ ଆଶୀର୍ବାଦ ଭିକ୍ଷା ସହ ରାଜ୍ୟର କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଥିଲେ। ସେଠାରୁ ବାହାରି ସୁନାପଶି ଓ ଉଖୁଣ୍ଡାଠାରେ ଅନୁଷ୍ଠିତ ପବିତ୍ର ଦଶହରା କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ସୋମବାର ସକାଳେ ପୁରୁଣାବଜାରଠାରେ ଅନୁଷ୍ଠିତ ଦୁର୍ଗାପୂଜାରେ ନିଜକୁ ସାମିଲ କରିବା ପରେ ପଦ୍ମପୁର ଅଭିମୁଖେ ଯାତ୍ରା କରି ସେଠାରେ ବିଜେପି ପକ୍ଷରୁ ଆୟୋଜିତ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ କିଭଳି ଅଧିକରୁ ଅଧିକ ଯୁବ ଓ ମହିଳାଙ୍କୁ ଦଳରେ ସାମିଲ କରାଯାଇ ପାରିବ ତା’ ଉପରେ ଗୁରୁତ୍ୱାେରୋପ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ୩ ଦିନିଆ କାର୍ଯ୍ୟକ୍ରମରେ ଲୋକସଭା ସଦସ୍ୟ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ ଓ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ସମେତ ଦଳର ବହୁ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories