www.samajalive.in
Sunday, December 7, 2025
26.1 C
Bhubaneswar

‘ଦୋ ପତ୍ତି’ ଟ୍ରେଲର: ଦୁଇ ଭଉଣୀଙ୍କ ମହାଭାରତରେ ଫସିଛନ୍ତି କାଜୋଲ

ମୁମ୍ବାଇ: କାଜୋଲ ଓ କୃତି ସାନୋନ୍ ଅଭିନୀତ ଚଳଚ୍ଚିତ୍ର ‘ଦୋ ପତ୍ତି’ର ଟ୍ରେଲର ସୋମବାର ରିଲିଜ୍ ହୋଇଛି। ଏଥିରେ କୃତି ଦ୍ଵୈତ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରକୁ ନିର୍ମାଣ କରିଛନ୍ତି ‘ହସିନ୍ ଦିଲ୍‌ରୁବା’ ଭଳି ଥ୍ରୀଲର ଚଳଚ୍ଚିତ୍ର ନିର୍ମାଣ କରିଥିବା କନିକା ଢିଲୋଁ। ସେ ଏହି ଚଳଚ୍ଚିତ୍ରର କାହାଣୀ ରଚନା କରିଛନ୍ତି।

‘ଦୋ ପତ୍ତି’ ଚଳଚ୍ଚିତ୍ର କୃତି ସାନୋନ୍‌ଙ୍କ ପାଇଁ ବେଶ୍‌ ଖାସ୍‌। ପ୍ରଥମତଃ ତାଙ୍କର ଏହି ଚଳଚ୍ଚିତ୍ରରେ ଦ୍ଵୈତ ଭୂମିକା ରହିଛି, ଦ୍ୱିତୀୟତଃ ଏହା ମାଧ୍ୟମରେ ସେ ନିର୍ମାତା ଭାବରେ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି। କୃତିଙ୍କ ହୋମ୍‌ ପ୍ରଡକ୍ସନ ‘ବ୍ଲୁ ବଟରଫ୍ଲାଇ ଫିଲ୍ମ୍‌ସ’ର ପ୍ରଥମ ଚଳଚ୍ଚିତ୍ର ହେଉଛି ‘ଦୋ ପତ୍ତି’। ଶଶାଙ୍କ ଚତୁର୍ବେଦୀ ନିର୍ଦେଶିତ ଏହି ଚଳଚ୍ଚିତ୍ର ଅକ୍ଟୋବର ୨୫ରେ ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିବ।

- Advertisement -

ଫିଲ୍ମରେ କାଜୋଲ ପୁଲିସ ଇନ୍ସପେକ୍ଟର ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲରରେ ତାଙ୍କୁ ହାତରେ ବନ୍ଧୁକ ଧରି ଖାକି ପୋଷାକରେ ଦେଖିବାକୁ ମିଳିଛି। କୃତି ଯାଆଁଳା ଭଉଣୀ ଭୂମିକାରେ ଅବତ୍ତୀର୍ଣ୍ଣ। ଏଥିସହ ଅଭିନେତା ଶହୀର ଶେଖ୍‌ଙ୍କୁ ମଧ୍ୟ ଟ୍ରେଲରରେ ଦେଖିବାକୁ ମିଳିଛି। ସସ୍‌ପେନ୍ସ ଓ ଥ୍ରୀଲରରେ ଭରପୁର ଏହି ଚଳଚ୍ଚିତ୍ରରେ କାଜୋଲ ଚମତ୍କାର ପଞ୍ଜାବୀ ଭାଷା କହୁଥିବା ଶୁଣିବାକୁ ମିଳିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories