www.samajalive.in
Saturday, December 6, 2025
14.1 C
Bhubaneswar

‘ଶ୍ରୀଜଗନ୍ନାଥ ସଂସ୍କୃତି ବରୋଧୀ ଷଡ଼ଯନ୍ତ୍ରକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ’ 

କେନ୍ଦୁଝରଗଡ଼: ଶ୍ରୀଜଗନ୍ନାଥ ସଂସ୍କୃତିକୁ ନଷ୍ଟ ପାଇଁ ପ୍ରୟାସ କରୁଥିବା ହୀନ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବୁଧବାର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ହିନ୍ଦୁମାନଙ୍କର ପରମ ଆରାଧ୍ୟ, ଶ୍ରୀମନ୍ଦିର ହେଉଛି ଆସ୍ଥା, ବିଶ୍ୱାସ ଓ ସଂସ୍କୃତିର ପ୍ରାଣକେନ୍ଦ୍ର। ଶ୍ରୀଜଗନ୍ନାଥ ସଂସ୍କୃତି ହେଉଛି କୋଟି ଓଡ଼ିଆଙ୍କ ପରିଚୟ। କିଛି ଲୋକଙ୍କ ହୀନ ଚକ୍ରାନ୍ତ କାରଣରୁ ଶ୍ରୀଜଗନ୍ନାଥ ସଂସ୍କୃତିର ଘୋର ମର୍ଯ୍ୟାଦାହାନୀ ହେବା ସହ ଓଡ଼ିଆଙ୍କ ପରିଚୟ ପ୍ରତି ସଙ୍କଟ ଦେଖାଦେଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧରେ ଯେଉଁଭଳି ଭାବେ ଗୋଟିଏ ପରେ ଗୋଟିଏ ଚକ୍ରାନ୍ତ ହୋଇ ଚାଲିଛି, ସେଥିପ୍ରତି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଗଭୀର ଚିନ୍ତା ପ୍ରକଟ କରିଛି।

ନିକଟ ଅତୀତରେ କାମିୟା ଯାନୀ ନାମ୍ନୀ ଜଣେ ବ୍ଲଗରଙ୍କ ଦ୍ୱାରା ଶ୍ରୀମନ୍ଦିର ତଥା ମହାପ୍ରସାଦର ପ୍ରଚାର କରାଯାଇଥିଲା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ କୁଠାରଘାତ ହୋଇଛି ବୋଲି ସଙ୍ଗଠନ ପକ୍ଷରୁ ଗୁରୁତର ଅଭିଯୋଗ ହୋଇଆସୁଛି। ହଜାର ହଜାର ବର୍ଷ ପରମ୍ପରାର ପ୍ରତୀକ ଶ୍ରୀମନ୍ଦିର ଏବଂ ଏହାର ମହାପ୍ରସାଦ କୋଟି କୋଟି ହିନ୍ଦୁଙ୍କର ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ପ୍ରସାଦ। ଏହାର ପ୍ରଚାର ପ୍ରସାର କେବଳ ଧୃଷ୍ଟତା ମାତ୍ର। ବିଶେଷକରି ଗୋମାଂସ ଭକ୍ଷଣ ପ୍ରଚାରକାରୀଙ୍କ ଦ୍ୱାରା ପ୍ରଚାର କରିବା କାହା ସ୍ୱାର୍ଥରେ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ କେନ୍ଦୁଝର ଶାଖା ପ୍ରଶ୍ନ କରିଛି। ଏଭଳି ଅର୍ନ୍ତଘାତି, ସନାତନ ପରମ୍ପରା ତଥା ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧି କାର୍ଯ୍ୟରେ ଲିପ୍ତ ବ୍ୟକ୍ତି ବିଶେଷଙ୍କୁ ସାମାଜିକ ବାସନ୍ଦ କରାଯାଉ ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସୁରକ୍ଷା ପରିଷଦ ପକ୍ଷରୁ ଦାବି କରାଯାଇଛି। ରାଜ୍ୟ ସରକାର ଏଭଳି ହିନ୍ଦୁ ବିରୋଧୀ ମାନସିକତାରୁ ନିବୃତ୍ତ ରୁହନ୍ତୁ ବୋଲି ଗଣ ବିକ୍ଷୋଭରେ ଦାବି କରାଯିବା ସହ ଏହି ଆନ୍ଦୋଳନକୁ ରାଜ୍ୟବ୍ୟାପୀ ବ୍ୟାପକ କରାଯିବ ବୋଲି ଶ୍ରୀମନ୍ଦିର ସଂସ୍କୃତି ସୁରକ୍ଷା ଅଭିଯାନ କେନ୍ଦୁଝର ଶାଖାର ଘନଶ୍ୟାମ ମହାନ୍ତ ସତର୍କ କରାଇ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦେବରାଜ ଆଚାର୍ଯ୍ୟ, ଯୋଗେନ୍ଦ୍ର ନାଥ ସାହୁ, ତୁଷାରକାନ୍ତ ସାମନ୍ତ, ସୁବ୍ରତ ମହାନ୍ତି, ନିରଞ୍ଜନ ପଲେଇ, ଅଂଶୁମାନ ସବୁଜ ମହାନ୍ତ ବର୍ମା, କିରଣବାଳା ନାୟକ, ସସ୍ମିତା ପ୍ରଧାନ, ପ୍ରିୟବ୍ରତ ଜେନା, ଦୁର୍ଗା ବାରିକ, ସ୍ୱପ୍ନେଶ୍ୱର ସାହୁ, ସବୀରଙ୍କ ସମେତ ସଙ୍ଗଠନର ବହୁ ସଦସ୍ୟ ତଥା ଶତାଧିକ ହିନ୍ଦୁ ଧର୍ମ ସମର୍ଥକ ଏହି ବିକ୍ଷୋଭ ପ୍ରଦର୍ଶନ ସଭାରେ ଯୋଗ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories