ଡେସ୍କ: ପାକିସ୍ତାନ ମୁସଲିମ ଲିଗ୍ (ନୱାଜ) ଆଜି ସର୍ବସମ୍ମତି କ୍ରମେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଛି। ଦୁର୍ନୀତି ଅଭିଯୋଗରେ ଦଣ୍ଡ ନହେବା ପାଇଁ ଶ୍ରୀ ସରିଫ ଲଣ୍ଡନରେ ଚାରି ବର୍ଷ ନିର୍ବାସିତ ହେବା ପରେ ଅକ୍ଟୋବରରେ ପାକିସ୍ତାନକୁ ଫେରିଥିଲେ।
କ୍ୟାବିନେଟ ନିଷ୍ପତ୍ତି: ଭାରତ-ମାଲେସିଆ ପ୍ରସାରଣ ସହଯୋଗ ବୃଦ୍ଧି ଚୁକ୍ତିନାମାକୁ ମଞ୍ଜୁରୀ
ନୱାଜ ସରିଫଙ୍କ ଦଣ୍ଡ ଆବେଦନ ଉପରେ ସ୍ଥଗିତାଦେଶ ଜାରି କରାଯାଇଥିଲା ଫଳରେ ସେ ଫେବୃଆରୀ ୮ରେ ହେବାକୁ ଥିବା ସଂସଦୀୟ ନିର୍ବାଚନରେ ଭାଗ ନେଇପାରିବେ। ସରିଫ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ଡଃ ୟାସ୍ମିନ ରସିଦ ଏବଂ ନେସନାଲ ଆସେମ୍ବ୍ଲି-୧୩୦ ଲାହୋରର ୨୨ ଜଣ ପ୍ରାର୍ଥୀଙ୍କ ବିରୋଧରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ମଧ୍ୟ ନେସନାଲ ଆସେମ୍ବ୍ଲି-୧୫ ମନସେରା ଆସନ ପାଇଁ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିଛନ୍ତି।



