ଡେସ୍କ: ରେଡିଓ ଏବଂ ଟେଲିଭିଜନ କ୍ଷେତ୍ରରେ ସାର୍ବଜନୀନ ପ୍ରସାରଣରେ ସହଯୋଗ ବୃଦ୍ଧି ପାଇଁ ଭାରତ ଏବଂ ମାଲେସିଆ ମଧ୍ୟରେ ବୁଝାମଣାପତ୍ରକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛି। ଚଳିତ ବର୍ଷ ନଭେମ୍ବରରେ ପ୍ରସାର ଭାରତୀ ଏବଂ ରେଡିଓ ଟେଲିଭିଜନ ମାଲେସିଆ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହା ସହିତ ବିଭିନ୍ନ ଦେଶ ସହିତ ପ୍ରସାର ଭାରତୀର ମୋଟ ବୁଝାମଣାପତ୍ର ସଂଖ୍ୟା ୪୬କୁ ବୃଦ୍ଧି ପାଇଛି। ଏଥିରେ ସଂସ୍କୃତି, ଶିକ୍ଷା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, କ୍ରୀଡା, ସମ୍ବାଦ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟକ୍ରମ ଆଦାନପ୍ରଦାନ ଅନ୍ତର୍ଭୁକ୍ତ।
ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ, ଛାତ୍ର, କୁଶଳୀ ଶ୍ରମିକ ଏବଂ ବୃତ୍ତିଗତଙ୍କ ଗତିବିଧିକୁ ପ୍ରୋତ୍ସାହିତ କରିବା ପାଇଁ କ୍ୟାବିନେଟ୍ ଭାରତ ଏବଂ ଇଟାଲୀ ମଧ୍ୟରେ ମୋବିଲିଟି ଏବଂ ସ୍ଥାନାନ୍ତରଣ ଚୁକ୍ତିନାମାକୁ ଅନୁମୋଦନ କରିଛି। ଏହି ଚୁକ୍ତିନାମାର ଉଦ୍ଦେଶ୍ୟ ହେଉଛି ଅନିୟମିତ ସ୍ଥାନାନ୍ତରଣ ଉପରେ ଦୁଇ ପକ୍ଷ ମଧ୍ୟରେ ସହଯୋଗ ବୃଦ୍ଧି କରିବା। ଏହା ଅଧୀନରେ, ଇଟାଲୀରେ ଏକାଡେମିକ୍ ତାଲିମ ସମାପ୍ତ କରିବା ପରେ ପ୍ରାରମ୍ଭିକ ବୃତ୍ତିଗତ ଅଭିଜ୍ଞତା ହାସଲ କରିବାକୁ ଚାହୁଁଥିବା ଭାରତୀୟ ଛାତ୍ରମାନଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଇଟାଲୀରେ ଅସ୍ଥାୟୀ ରହଣି ପାଇଁ ଅନୁମତି ଦିଆଯିବ।
ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡରେ ଭାରତର କନସୁଲେଟ୍ ଜେନେରାଲ୍ ଖୋଲିବାକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏହା ଏକ ବର୍ଷ ମଧ୍ୟରେ ଆରମ୍ଭ ହେବାର ସମ୍ଭାବନା ଅଛି। ଏହି ନିଷ୍ପତ୍ତି ଭାରତର ରଣନୀତିକ ଏବଂ ବ୍ୟବସାୟିକ ସ୍ୱାର୍ଥକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ।
ଡିସେମ୍ବର ୨୮ ଓ ୨୯ରେ ମୁଖ୍ୟ ଶାସନସଚିବ ଜାତୀୟ ସମ୍ମିଳନୀ, ଇଜ୍ ଅଫ୍ ଲିଭିଂ ପ୍ରମୁଖ ପ୍ରସଙ୍ଗ



