www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ଭୟରେ ମିଳିଲାନି ଚାରିକାନ୍ଧ, ଶବକୁ ପୋତିଲା ଜେସିବି

କେନ୍ଦୁଝର ସଦର : ମଶାଣିକୁ ଶବ ନେବାକୁ ମିଳିଲାନି ଚ଼ାରି କାନ୍ଧ। କଟକ ମେଡ଼ିକାଲରେ ମୃତ୍ୟୁ ଘଟିଥିବାରୁ ସାହି ଭାଇ କି ପରିବାର ଲୋକେ ଛୁଇଁଲେନି ଶବ। ଶେଷରେ ଜେସିବି ସାହାଯ୍ୟରେ ପୋତ଼ାହେଲା ଶବ। ଏହି ଘଟଣା ଘଟିଛି କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ଼ ମହାଦେଈଯୋଡ଼ା ପଞ୍ଚାୟତ଼ ୫ନମ୍ବର ୱାର୍ଡ଼ ମଦରଙ୍ଗାଯୋଡ଼ି ଗ୍ରାମରେ। ସ୍ବର୍ଗତଃ ନେତ୍ରା ଖୁଣ୍ଟିଆଙ୍କ ସାନପୁଅ କେଦାର ଖୁଣ୍ଟିଆ(୨୩) ୪ବର୍ଷ ହେବ ବାଲେଶ୍ବରରେ ଜେସିବିର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ତ଼େବେ ତାଙ୍କ ଶରୀର ଅସୁସ୍ଥ ହେବାରୁ ଶୁକ୍ରବାର ଘରକୁ ଫେରିଥିଲେ।ହେଲେ ଘରେ ପହଞ୍ଚିବା ମାତ୍ରେ ସେ ଗୁରୁତ଼ର ହୋଇଯାଇଥିଲେ। ବିଧବା ମା’ ଚ଼ିନା ଖୁଣ୍ଟିଆ ବଡ଼ଭାଇ ସୁମନ୍ତ ଖୁଣ୍ଟିଆ ତାଙ୍କୁ ତ଼ୁରନ୍ତ କେନ୍ଦୁଝର ଜିଲା ମୁଖ୍ୟ ଚ଼ିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତ଼ର ହେବାରୁ ଡ଼ାକ୍ତର କଟକ ଏସ୍ ବି ବଡ଼ମେଡ଼ିକାଲ ସ୍ଥାନାନ୍ତର କରିଥିଲେ। ସେଠାରେ ଚ଼ିକିତ୍ସାଧିନ ଅବସ୍ଥାରେ ଶନିବାର ରାତ୍ର ୪ଟାବେଳେ କେଦାର ଙ୍କ ମୃତ୍ୟୁ ଘଟିଥିଲା। ରବିବାର ସକାଳେ ଆମ୍ବୁଲାନ୍ସ ଯୋଗେ ତାଙ୍କର ମୃତ଼ ଶରୀର ମଦରଙ୍ଗାଯୋଡ଼ି ଗାଁ ହୁଡ଼ି ନିକଟରେ ପହଞ୍ଚାଇଥିଲା।ମହାମାରୀ କରୋନା ଭୟରେ ପରିବାର ଅନ୍ୟ କୈାଣସି ସଦସ୍ୟ ମୃତ ଶରୀରକୁ ଛୁଇଁ ନଥିଲେ। ମହାଦେଇଯୋଡ଼ା ସରପଞ୍ଚ ଯବାଶ୍ବରୀ ମାଝି, ମଦରଙ୍ଗାଯୋଡ଼ି ଆଶାକର୍ମୀ ଉର୍ମିଳା ମହାକୁଡ଼, ଅଙ୍ଗନବାଡ଼ି କର୍ମୀ ନୀଳାବତ଼ୀ ବାରିକ ପ୍ରମୁଖଙ୍କ ଉପସ୍ଥିତ଼ିରେ ଶବକୁ ଜେସିବି ସାହାଯ୍ୟରେ ଗାତ଼ ଖୋଳି ପୋତ଼ିଥିଲା। ସୂଚ଼ନାଯୋଗ୍ୟଯେ କେଦାର କିଡ଼ନୀ ରୋଗରେ ପୀଡ଼ିତ଼ ଥିଲେ। ସେ କରୋନା ଜୋନ୍ ଭିତ଼ରେ ଥିଲେ ମଧ୍ୟ କୋଭିଡ଼ ଟେଷ୍ଟ ହୋଇ ନଥିଲେ। ଏଥିନେଇ ମଦରଙ୍ଗାଯୋଡ଼ି ଅଞ୍ଚଳରେ ଭୟ ଲାଗି ରହିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories