www.samajalive.in
Monday, December 8, 2025
14.1 C
Bhubaneswar

ଗଗନୟାନ : କରୋନା ଯୋଗୁଁ ବିଳମ୍ବ ହୋଇପାରେ ପ୍ରଥମ ମାନବବିହୀନ ମହାକାଶ ମିଶନ୍

ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ବରରେ ଉତକ୍ଷେପଣ ପାଇଁ ଯୋଜନା ଥିବା ‘ଗଗନୟାନ’ର ମାନବବିହୀନ ମହାକାଶ ମିଶନ୍ କରୋନା ମହାମାରୀ ଯୋଗୁଁ ବିଳମ୍ବ କରିପାରେ। ମିଳିଥିବା ସୂଚନା ଅନୁଯାୟୀ, ୨୦୨୧ ଡିସେମ୍ବରରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପ୍ରଥମ ଥର ପାଇଁ ‘ଗଗନୟାନ’ ଅଧୀନରେ ମନୁଷ୍ୟକୁ ମହାକାଶକୁ ପଠାଇବା ପୂର୍ବରୁ ଦୁଇଥର ମାନବବିହୀନ ମିଶନକୁ ମହାକାଶକୁ ପଠାଇବାକୁ ଯୋଜନା କରିଛି। ପ୍ରଥମ ମାନବବିହୀନ ମିଶନରେ ଏକ ସମ୍ଭାବ୍ୟ ବିଳମ୍ବକୁ ନିକଟରେ ସ୍ପେସ୍ କମିଶନ ମହାକାଶ ସମ୍ବନ୍ଧୀୟ ପ୍ରସଙ୍ଗରେ ସର୍ବୋଚ୍ଚ ନୀତି ପ୍ରସ୍ତୁତ କରୁଥିବା ସଂସ୍ଥାକୁ ଜଣାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ବର୍ଷ ପୂର୍ବେ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଏକ ମାନବ ମହାକାଶ ଅଭିଯାନ ଘୋଷଣା କରିଥିଲେ। ଭାରତର ସ୍ୱାଧୀନତାର ୭୫ ବର୍ଷ ପୂରଣ ଅବସରରେ ୨୦୨୨ ସୁଦ୍ଧା ପାଞ୍ଚରୁ ସାତ ଦିନ ପର୍ଯ୍ୟନ୍ତ ତିନିଜଣିଆ ଦଳକୁ ମହାକାଶକୁ ପଠାଇବା ହେଉଛି ଗଗନୟାନ ମିଶନର ଉଦ୍ଦେଶ୍ୟ। ଏହି ଅଧାରରେ ଇସ୍ରୋ ଚଳିତ ଡିସେମ୍ବର ରେ ପ୍ରଥମ ଏବଂ ୨୦୨୧ ଜୁନ୍ ରେ ଦ୍ୱିତୀୟ ମାନବବିହୀନ ମିଶନ ପଠାଇବାକୁ ଯୋଜନା କରିଛି।

- Advertisement -

କରୋନା ମହାମାରୀ ଦ୍ବାରା ଏହି ମିଶନ ପ୍ରଭାବିତ ହେବା ସହ ଅନେକ ମିଶନ ବିଳମ୍ବ ହେଉଛି ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଭାବିତ ପ୍ରମୁଖ ମିଶନଗୁଡିକ ମଧ୍ୟରେ ଚନ୍ଦ୍ରୟାନ-୩ ଏବଂ ଗଗନୟାନ ରହିଛି। ଚନ୍ଦ୍ରପୃଷ୍ଠକୁ ପଠାଯିବାକୁ ଥିବା ତୃତୀୟ ମିଶନ ଚନ୍ଦ୍ରଯାନ-୩ ଚଳିତ ବର୍ଷ ଶେଷରେ ଉତକ୍ଷେପଣ ହେବ ବୋଲି ଯୋଜନା କରାଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories